୩୦ ଜିଲ୍ଲାରୁ ୪୧୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧କୁ ବୃଦ୍ଧି  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ସଂକ୍ରମିତ ଚିହ୍ନଟ  କଟକରେ ୫୮୬, ପୁରୀରେ ୨୬୫, ସୁନ୍ଦରଗଡ଼ରେ ୨୦୧, ଯାଜପୁରରେ ୧୮୭, ମୟୂରଭଞ୍ଜରେ ୧୭୪ ଜଣ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୨୮୬୦୪୧୦ କୋଭିଡ ନମୁନା ପରୀକ୍ଷା   କରୋନାରେ ଆଜି ୧୧ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି  

ସୁରକ୍ଷିତ ଶୈଶବ ସମସ୍ତଙ୍କ ଦାୟିତ୍ୱ

ଶୈଶବର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଶିଶୁମାନେ କୁନି କୁନି ହାତରେ କାମ କରି ନିର୍ଯ୍ୟାତଦାର ଶିକାର ହେବା ବଦଳରେ ଯେଭଳି ପାଠପଢି ଭଲ ମଣିଷ ହେବେ ସେଥିପାଇଁ ଆମେ ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ଆୟୋଜିତ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନରେ ସାମିଲ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି ।

ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୨୫ ସୁଦ୍ଧା ରାଜ୍ୟରୁ ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ଉଚ୍ଛେଦ ପାଇଁ ସରକାର କାର୍ଯ୍ୟ କରୁଥିବା କହିଥିବାବେଳେ ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁ ଶିଶୁ ନିର୍ଯ୍ୟାତନା ପ୍ରଥାର ବିଲୋପ ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।

ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସ୍‍ଆଇ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକ ନିକଟରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିବାବେଳେ ଏଥିରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ଜିଭିଜିନାଲ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର, ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ସହକାରୀ ଲେବର ଅଫିସର ଧରାଶ୍ରୀ ମହାପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦ୍ଦେଷ୍ଟା ସୁଲତା ଦେଓ, ଲେବର ଇନ୍ସପେକ୍ଟର ପ୍ରଭାବର ବିଶ୍ୱାଳ ଓ କାଳୀପୁତ୍ର କୁଳଦୀପ ପ୍ରସାଦ, ଖେଳ ଅଧିକାର ପ୍ରସାର ପାଇଁ ପିକକ୍‍ର ଗୁଡୱିଲ୍‍ ଆମ୍ବାସେଡର ଅଂଶିକା ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିବା ପରେ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେଇଥିଲେ । ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ ଯେ ସମଗ୍ର ରାଜ୍ୟରୁ ଶିଶୁ ନିର୍ଯ୍ୟତନା ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ୨୦୨୫ ସୁଦ୍ଧା କୌଣସି ଶିଶୁ ଯେଭଳି ଶ୍ରମରେ ନିୟୋଜିତ ହୋଇ ନିର୍ଯ୍ୟତନା ନପାଆନ୍ତି ସେଦିଗରେ ଜିରୋ ଟଲେରାନ୍ସ ପଦକ୍ଷେପ ଗ୍ରହଣ କରାଯାଉଛି ।

ଡିଭିଜନାଲ ଲେବର କମିଶନର ଶ୍ରୀ ମହାପାତ୍ର ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ଥିବା ବିଭିନ୍ନ ଆଇନ୍‍ଗତ ଦିଗ ଉପରେ ଆଲୋକପତା କରିଥିବାବେଳେ ପିକ୍‍କର ରଞ୍ଜନ କୁମାର ମହାନ୍ତି କହିଥିଳେ ଯେ ଶିଶୁମାନେ ହେଉଛନ୍ତି ଆମର ଭବିଷ୍ୟତ । ସେମାନେ ଯେଭଳି ପାଠ ପଢିବେ ଓ ଶ୍ରମ ଏବଂ ନିର୍ଯ୍ୟାତନା ଠାରୁ ଦୂରେଇ ରହିବେ ତାହା ଉପରେ ଆମେ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ । ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନାକୁ ବିରୋଧ କରି ରାସ୍ତା ପାଶ୍ୱର୍ରେ ଲାଗିଥିବା ବିଶାଳ ବ୍ୟାନରରେ ସମସ୍ତେ ଦସ୍ତଖତ କରି ନିଜ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ସାଧାରଣ ଲୋକେ ଅଂଶଗ୍ରହଣ କରିଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020