ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବଢୁଛି କର୍କଟ ଚିକିତ୍ସା ଖର୍ଚ୍ଚ


ସମଗ୍ର ବିଶ୍ୱରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ କର୍କଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ସହ ତାଳଦେଇ ଚିକିତ୍ସାଖର୍ଚ୍ଚ ବି ବଢିବାରେ ଲାଗିଛି । ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ବ୍ୟୟ ବୃଦ୍ଧି ସହିତ ଯନ୍ତ୍ରପାତି, ପରୀକ୍ଷା ନିରୀକ୍ଷା ଏପରିକି ଔଷଧ ଦର ବୃଦ୍ଧି ଯୋଗୁଁ ରୋଗୀଙ୍କ ଖର୍ଚ୍ଚ ବୃଦ୍ଧି ପାଇଥିବା କହିଛନ୍ତି ଖ୍ୟାତନାମା କର୍କଟ ଚିକିତ୍ସକ ଡାକ୍ତର କମଲ ମାଲାକାର ।

ଏଠାରେ ଆୟୋଜିତ କର୍କଟ ଚିକିତ୍ସକ ସମ୍ମିଳନୀରେ ଯୋଗଦେବା ଅବସରରେ ଡାକ୍ତର ମାଲାକାର କହିଛନ୍ତି ଯେ ଡାକ୍ତରଖାନାର ପରିଚାଳନା ବ୍ୟୟଭାର ବୃଦ୍ଧି, ଡାକ୍ତର, ସହାୟକ ଓ ଅନ୍ୟ କର୍ମଚାରୀଙ୍କ ପାଉଣା ବୃଦ୍ଧି ଯୋଗୁଁ ଏକବିଂଶ ଶତାବ୍ଦୀ ଆରମ୍ଭରେ ସମଗ୍ର ବିଶ୍ୱରେ ମାତ୍ର ୨୫ ପ୍ରତିଶତ କର୍କଟ ରୋଗୀ ଚିକିତ୍ସା ପାଇବାକୁ ସକ୍ଷମ ବୋଲି ସେ କହିଛନ୍ତି ।

ଡାକ୍ତର ମାଲାକାର କହିଛନ୍ତି ଯେ ଜ୍ଞାନକୌଶଳର ବିକାଶ ସହିତ କେତେକ ନିର୍ଦ୍ଧାରିତ ଚିକିତ୍ସା ବ୍ୟବସ୍ଥା ପୁରୁଣା ହୋଇଥିଲେ ମଧ୍ୟ କାର୍ଯ୍ୟକରୁଥିବା କେତେକ ଔଷଧକୁ ବାଦ୍‍ ଦିଆଯାଇଛି । ଆମେ ପଛରେ କ’ଣ ଛାଡିକି ଆସିଛେ ଓ ଏହାର କ୍ଷମତା ଓ ଦୁର୍ବଳତା କେତେ ତାହା ଅନୁଧ୍ୟାନ କରାଯିବା ଆବଶ୍ୟକ । ସେହିସବୁ ଜିନିଷ ଗୁଡିକ ବର୍ତ୍ତମାନ କର୍କଟ ଚିକିତ୍ସାକ୍ଷେତ୍ରରେ ବ୍ୟବହୃତ ହେଉନଥିବା ଯୋଗୁଁ ମୂଲ୍ୟହୀନ ହୋଇପଡିଛି ।

କର୍କଟ ଚିକିତ୍ସା ଲାଗି ବର୍ତ୍ତମାନ ବିକଶିତ ହୋଇଥିବା ସମନ୍ୱିତ ଚିକିତ୍ସା ବ୍ୟବସ୍ଥା ସମ ପରିମାଣର ପ୍ରଭାବ ସହିତ ଏହାର ନିୟନ୍ତ୍ରଣ ଓ ଉପଶମ ଦେଇପାରୁଛି । ଏହି ଅବସରରେ ଡାକ୍ତର ମାଲାକାର କହିଛନ୍ତି ଯେ ବର୍ତ୍ତମାନ କର୍କଟ ଚିକିତ୍ସା କ୍ଷେତ୍ରରେ ଅପରେସନ ପୂର୍ବରୁ ଓ ପରେ କେମୋଥେରାପି, ବିଭିନ୍ନ ଔଷଧର ମାତ୍ରା ଏବଂ ଅନ୍ୟାନ୍ୟ ଉପଚାର ବ୍ୟବସ୍ଥା ପୂର୍ବ ତୁଳନାରେ କମ୍‍ ଖର୍ଚ୍ଚରେ କରାଯାଇ ପାରୁଛି । ଡାକ୍ତର ମାଲାକାର ଅନେକ ସନ୍ଦର୍ଭ ଲେଖି ବେଶ୍‍ ପ୍ରଶଂସିତ ହୋଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020