ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ମୁଖ୍ୟମନ୍ତ୍ରୀଙ୍କ ବୁଲ୍‍ବୁଲ୍‍ ପ୍ୟାକେଜ


ବାତ୍ୟା ବୁଲବୁଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ କରିବା ପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଘୋଷିତ ପ୍ୟାକେଜ ଅନୁଯାୟୀ ୩୩ ପ୍ରତିଶତ ଫସଲ ହାନି ଘଟିଥିବା ଚାଷୀମାନଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ସହ ସ୍ୱଳ୍ପ ମିଆଦି ଋଣକୁ ଦୀର୍ଘମିଆଦି କରାଯିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ମିଳିବ । କ୍ଷତିଗ୍ରସ୍ତ ଜିଲ୍ଲା ମାନଙ୍କରେ ୪୫ ହଜାର ହେକ୍ଟର ଜମିରେ ଡେମୋନଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ ।

ଡାଲି ଓ ତୈଳଜାତୀୟ ଫସଲ ନଷ୍ଟ ପାଇଁ ୫୦ ହଜାର ମିନି କିଟ୍ ଯୋଗାଇ ଦିଆଯିବ । ୫୦ ପ୍ରତିଶତ ରିହାତି ଦରରେ ଚାଷୀଙ୍କୁ ୩୦୦୦ ସିଞ୍ଚନଯନ୍ତ୍ର ଯୋଗାଇ ଦିଆଯିବ । ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ମିଳିବ । ପାନବରଜର ପୁନରୁଦ୍ଧାର ପାଇଁ ପ୍ରତି ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ଦିଆଯିବ ।

ସମ୍ପୂର୍ଣ୍ଣ କ୍ଷତି ଡଙ୍ଗା ପିଛା ୯୬୦୦ ଟଙ୍କା ଏବଂ ଆଂଶିକ କ୍ଷତି ପାଇଁ ୪୧୦୦ ଟଙ୍କା, ମାଛ ଚାଷୀଙ୍କ ସମ୍ପୂର୍ଣ୍ଣ ନଷ୍ଟ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା ଏବଂ ଇନପୁଟ ସବସିଡ଼ି ବାବଦରେ ୮୨୦୦ ଟଙ୍କା ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ନଷ୍ଟ ଜାଲ ପାଇଁ ୨୬୦୦ ଟଙ୍କା, ଆଂଶିକ ନଷ୍ଟ ପାଇଁ ୨୧୦୦ ଟଙ୍କା ଦିଆଯିବ ।

ସେହିପରି ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଯୋଗାଇ ଦିଆଯିବ । କ୍ଷୀର ଦେଉଥିବା ଗାଈ ଓ ମଇଁଷି ପ୍ରତି ପ୍ରାଣୀ ପିଛା ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉନଥିବା ପ୍ରାଣୀପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ସହିତ ବାଛୁରି ପାଇଁ ୧୬ ହଜାର (୬ଟି ପ୍ରାଣୀ ପର୍ଯ୍ୟନ୍ତ), ଛେଳି ମେଣ୍ଢା ପାଇଁ ୩ ହଜାର ଟଙ୍କା (୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡ଼ା ପାଇଁ ମୁଣ୍ଡପିଛା ୫୦ ଟଙ୍କା (ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ ।

ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡ଼ିର ପରିମାଣ ୨୦୦୦ ଟଙ୍କାରୁ କମ୍ ଓ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କାରୁ କମ୍ ହେବ ନାହିଁ । ୨୦୧୯-୨୦ ପାଇଁ ରବି ଫସଲ ପାଇଁ ୧୦ ହଜାର ପରିବା ମିନିକିଟ୍ ପ୍ରଦାନ କରାଯିବ । ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କିଛି ସାମଗ୍ରୀ ଦେବାପାଇଁ ପଦକ୍ଷେପ ନିଆଯିବ । ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବାପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡ଼ାନ୍ତ କରାଯିବ ।

ତେବେ ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ପ୍ରତିନିଧିଦଳ ଆସନ୍ତା ୧୪ ତାରିଖରେ ରାଜ୍ୟ ସ୍ତରରେ ଆସିବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାସୂଚନା ଦେଇଛନ୍ତି । ଏହି ଦଳ ଦୁଇଦିନ ଧରି କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020