୩୦ ଜିଲ୍ଲାରୁ ୪୧୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧କୁ ବୃଦ୍ଧି  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ସଂକ୍ରମିତ ଚିହ୍ନଟ  କଟକରେ ୫୮୬, ପୁରୀରେ ୨୬୫, ସୁନ୍ଦରଗଡ଼ରେ ୨୦୧, ଯାଜପୁରରେ ୧୮୭, ମୟୂରଭଞ୍ଜରେ ୧୭୪ ଜଣ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୨୮୬୦୪୧୦ କୋଭିଡ ନମୁନା ପରୀକ୍ଷା   କରୋନାରେ ଆଜି ୧୧ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି  

ହୋଇ ପାରୁନି ପଦୋନ୍ନତି


ସଂରକ୍ଷଣ ବିବାଦ ଯୋଗୁଁ ସଚିବାଳୟ ସେବା ବର୍ଗର ସେକ୍ସନ ଅଫିସରମାନଙ୍କୁ ପଦୋନ୍ନତି ପାଇଁ ବାରମ୍ବାର ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକ ବସୁଥିଲେ ମଧ୍ୟ ତାହା ଚୂଡାନ୍ତ ହୋଇପାରୁ ନାହିଁ । ଗତ ୧୭ ଦିନ ମଧ୍ୟରେ ଚାରି ଚାରିଥର କମିଟିର ବୈଠକ ବସି ସାରିଲାଣି ।

ସଚିବାଳୟ ସେବା ବର୍ଗର ୨୧୭ ଜଣ ସେକ୍ସନ ଅଫିସରଙ୍କୁ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ଦେବାପାଇଁ ଗତମାସ ୨୫ ତାରିଖ ଦିନ ଡିପିସି ବୈଠକ ବସିଥିଲା । ଗୃହ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କମିଟିରେ ଅର୍ଥ ବିଭାଗର ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଉପସ୍ଥିତ ଥିଲେ । ହେଲେ ପଦକ୍ରମ ତାଲିକାର ସର୍ବାଗ୍ରେ ଥିବା ୩୭ଜଣ ଅନୁସୂଚିତ ଜାତି(ଏସ୍‍ସି) ବର୍ଗର କର୍ମଚାରୀଙ୍କ ପଦୋନ୍ନତିକୁ ନେଇ ଆପତ୍ତି ଉଠିବାପରେ ପ୍ରସଙ୍ଗଟି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନିକଟକୁ ଯାଇଥିଲା । କର୍ମଚାରୀମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ସବିଶେଷ ଜଣାଇଥିଲେ ।

ଏହାପରେ ପଦୋନ୍ନତି ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଉପରେ ଆଇନ୍‍ ବିଭାଗର ମତ ଲୋଡା ଯାଇଥିଲା । ଆଇନ୍‍ ବିଭାଗ ଇତି ମଧ୍ୟରେ ତାଙ୍କର ମତାମତ ପ୍ରଦାନ କରି ଫାଇଲଟି ଗୃହ ବିଭାଗକୁ ଫେରାଇ ଦେଇଛନ୍ତି । ଏହାପରେ ଲାଗ ଲାଗ କମିଟିର ବୈଠକ ୩ଥର ବସି ସାରିଥିବାବେଳେ ପଦୋନ୍ନତି ତାଲିକା କିନ୍ତୁ ପ୍ରକାଶ ପାଉନାହିଁ ।

ପଦକ୍ରମ ତାଲିକାର ସର୍ବାଗ୍ରେ ଥିବା ୩୭ ଜଣ ଏସ୍‍ସି ବର୍ଗର କର୍ମଚାରୀଙ୍କୁ ଡିପିସିି ଅଣସଂରକ୍ଷିତ ପଦବୀ ବିପକ୍ଷରେ ପଦୋନ୍ନତି ଦେବାକୁ ନେଉଥିବା ନିଷ୍ପତ୍ତି ବିରୁଦ୍ଧରେ ସାଧାରଣ ବର୍ଗର କର୍ମଚାରୀମାନେ ଆପତ୍ତି ଉଠାଇବା ସହିତ ବିଭାଗୀୟ ମନ୍ତ୍ରୀ ଏବଂ କମିଟିର ସଦସ୍ୟମାନଙ୍କୁ ଅବଗତ କରିଛନ୍ତି । ସାଧାରଣବର୍ଗର କର୍ମଚାରୀମାନେ ୧୯୯୫ ମସିହାରେ ଆର.କେ.ସବରୱାଲ ଓ ପଞ୍ଜାବ ସରକାରଙ୍କ ମାମଲା ଉପରେ ସୁପ୍ରିମ୍‍କୋର୍ଟ ଦେଇଥିବା ରାୟର ଉଦାହରଣ ଦେଇ ଦର୍ଶାଇଛନ୍ତି ଯେ ପଦବୀ ଭିତ୍ତିକ ପଦୋନ୍ନତିରେ କେବଳ ମେରିଟ୍‍ରେ ନିଯୁକ୍ତି ପାଇଥିବା ସଂରକ୍ଷିତ ବର୍ଗର କର୍ମଚାରୀଙ୍କୁ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ପଦୋନ୍ନତି ଦିଆଯାଇ ପାରିବ ।

ହେଲେ ଉପରୋକ୍ତ ୩୭ଜଣ ଏସ୍‍ସି କର୍ମଚାରୀ ସଂରକ୍ଷଣ ଭିତ୍ତିରେ ଚୟନ, ନିଯୁକ୍ତି ଓ ପଦୋନ୍ନତି ପାଇଆସିଛନ୍ତି । ତେଣୁ ଏମାନଙ୍କୁ ସାଧାରଣବର୍ଗ ପାଇଁ ଉଦ୍ଦିଷ୍ଟ ପଦବୀ ବିପକ୍ଷରେ ପଦୋନ୍ନତି ଦେବାର ନିଷ୍ପତ୍ତିକୁ ସାଧାରଣବର୍ଗର ପ୍ରାର୍ଥୀମାନେ ବିରୋଧ କରିଛନ୍ତି । ଏଥି ସହିତ ୨୦୧୦ ମସିହାରେ ତକ୍ରାଳୀନ ମୁଖ୍ୟ ଶାସନ ଜାରି କରିଥିବା ନିର୍ଦ୍ଦେଶନାମାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଧି ବିଭାଗ ମଧ୍ୟ ଅନୁରୂପ ମତ ରଖିଛନ୍ତି । ତେବେ ଏତେ ସବୁ ସତ୍ୱେ ବି ଏହି ପଦୋନ୍ନତି ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ।

ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃୟାରୀ ମାସରେ ଗୃହ ବିଭାଗ ସ୍ୟାଟ୍‍ର ଏକ ରାୟ ଆଧାରରେ ସଂରକ୍ଷିତବର୍ଗର ଏଏସ୍‍ଓମାନଙ୍କୁ ଏସ୍‍ଓ ପଦବୀକୁ ଅଣସଂରକ୍ଷିତ ପଦବୀ ବିପକ୍ଷରେ ପଦୋନ୍ନତି ଦେଇଛନ୍ତି । ଏହି ରାୟ ଉପରେ ବିଧି ବିଭାଗର ମତାମତ ସେତେବେଳେ ଲୋଡାଯାଇନଥିଲା । ଏବେ ଉକ୍ତ ନିଷ୍ପତ୍ତିକୁ ଆଧାର କରି ବର୍ତ୍ତମାନର ପଦୋନ୍ନତି କ୍ଷେତ୍ରରେ ତାହା ଲାଗୁ କରିବାକୁ ଯାଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020