୩୦ ଜିଲ୍ଲାରୁ ୪୧୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧କୁ ବୃଦ୍ଧି  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ସଂକ୍ରମିତ ଚିହ୍ନଟ  କଟକରେ ୫୮୬, ପୁରୀରେ ୨୬୫, ସୁନ୍ଦରଗଡ଼ରେ ୨୦୧, ଯାଜପୁରରେ ୧୮୭, ମୟୂରଭଞ୍ଜରେ ୧୭୪ ଜଣ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୨୮୬୦୪୧୦ କୋଭିଡ ନମୁନା ପରୀକ୍ଷା   କରୋନାରେ ଆଜି ୧୧ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି  

ବୁଲବୁଲ ମୁକାବିଲାରେ ଅଗ୍ନିଶମ ବାହିନୀ

ବୁଲ୍‍ବୁଲ୍‍ ସାମୁଦ୍ରିକ ଝଡ଼ର ମୁକାବିଲା କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବୁଲବୁଲ କ୍ଷତିଗ୍ରସ୍ତ ଜିଲ୍ଲା ଯଥା-ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଉଦ୍ଧାର ଓ ପୁନଃ ଥଇଥାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।

ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀମାନଙ୍କୁ ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୮୬୮ରୁ ଅଧିକ ଅଗ୍ନିଶମ କର୍ମଚାରୀମାନଙ୍କୁ ୧୮ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଓ ୬୬ଟି ଅଗ୍ନିଶମ କେନ୍ଦ୍ରର ଉଦ୍ଧାରକାରୀ ଦଳଙ୍କୁ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ପାଇଁ ମୁତୟନ କରାଯାଇଥିଲା ।

ରାସ୍ତା ଅବରୋଧ ହଟାଇବା ଓ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ଯଥା-ପାୱାର କଟର୍ସ-୧୦୦, ଆସ୍କା ଲାଇଟ୍ସ-୧୬୮, ପାୱାର ବୋଟ୍‍ ୟୁନିଟ୍‍-୬୩, ଜଳ ନିଷ୍କାସନକାରୀ ପମ୍ପ୍‍-୧୩୫ ଇତ୍ୟାଦି ଯନ୍ତ୍ରପାତି ସହାୟତାରେ କର୍ମଚାରୀମାନେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଚଳାଇଥିଲେ ।

ଓଡ଼ିଶା ଅଗ୍ନିଶମ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କୁ ଉପରୋକ୍ତ ୬ଟି ଜିଲ୍ଲାରେ କାର୍ଯ୍ୟ ସମ୍ପାଦନର ତଦାରଖ ନିମନ୍ତେ ଅବସ୍ଥାପିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟର ଉପଯୁକ୍ତ ତଦାରଖ ନିମନ୍ତେ ଅଗ୍ନିଶମ ସଂସ୍ଥାର ସଦର ମହକୁମାରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ହୋଇଛି ।

ବୁଲବୁଲର ସଫଳ ମୁକାବିଲା କରି ଅଗ୍ନିଶମ ବାହିନୀ ୫୦୦ରୁ ଅଧିକ ଗଛ କାଟି ୭୬ ଗୋଟି ରାସ୍ତା ଅବରୋଧ ହୋଇଥିବା ରାସ୍ତାକୁ ଯାତାୟାତ ଯୋଗ୍ୟ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଏକ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଛନ୍ତି ।

ବାତ୍ୟା ପ୍ରପୀଡ଼ିତ ଜିଲ୍ଲାର ଲୋକମାନଙ୍କୁ ଜରୁରୀ ସେବା ଯୋଗାଇବାରେ ଅଗ୍ନିଶମ ସେବା ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ସମସ୍ତ କାର୍ଯ୍ୟ ଅଗ୍ନିଶମ ସେବା ସଂସ୍ଥାର ମହାନିରୀକ୍ଷକ ଅସୀତ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020