୩୦ ଜିଲ୍ଲାରୁ ୪୧୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧କୁ ବୃଦ୍ଧି  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ସଂକ୍ରମିତ ଚିହ୍ନଟ  କଟକରେ ୫୮୬, ପୁରୀରେ ୨୬୫, ସୁନ୍ଦରଗଡ଼ରେ ୨୦୧, ଯାଜପୁରରେ ୧୮୭, ମୟୂରଭଞ୍ଜରେ ୧୭୪ ଜଣ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୨୮୬୦୪୧୦ କୋଭିଡ ନମୁନା ପରୀକ୍ଷା   କରୋନାରେ ଆଜି ୧୧ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି  

ଓଡ଼ିଶାରୁ ପ୍ରତିକ୍ରିୟା


ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‍ଜିଦ ବିବାଦ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ଐତିହାସିକ ରାୟ ପ୍ରଦାନ କରିବା ପରେ ସାଧାରଣ ଲୋକେ ଏହାକୁ ସ୍ୱାଗତ କରୁଛନ୍ତି । ତେବେ କିଛି ଗୋଷ୍ଠୀ ଓ ବ୍ୟକ୍ତି ବିଶେଷ ଏ ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମରେ ନକରାତ୍ମକ ଭାବେ ଉଖାରିବାକୁ ପଛାଉନାହାନ୍ତି ।

ନବେ ଦଶକରେ ଏହି ବିବାଦୀୟ ଢାଞ୍ଚାକୁ କରସେବକମାନେ ଭାଙ୍ଗିବା ବେଳେ ଓଡ଼ିଶାରୁ ବି କିଛି ଲୋକଙ୍କୁ ସେଠାରେ ପୋଲିସ ଅଟକ ରଖିଥିଲା । ଏମାନଙ୍କ ଭିତରେ ଥିଲେ ସେତେବେଳର ରାଜ୍ୟ ଜନତା ଦଳର ସମ୍ପାଦକ କୃଷ୍ଣଚନ୍ଦ୍ର ଜଗଦେବ । ସେ ବିଶ୍ୱ ହିନ୍ଦୁ ପରିଷଦ, ଆର୍‍ଏସ୍‍ଏସ୍‍ ଓ ବିଜେପି ସହ ମଧ୍ୟ ଜଡ଼ିତ । ଆଜି ଏହି ରାୟ ପ୍ରକାଶ ପାଇଲା ବେଳକୁ ଶ୍ରୀ ଜଗଦେବ ତାଙ୍କ ଗାଁ ନିରାକାରପୁର ନିକଟବର୍ତ୍ତୀ ବକୁଠାରେ ଏକ ଯଜ୍ଞ କାର୍ଯ୍ୟରେ ବ୍ୟସ୍ତ ଥିଲେ ।

କିପରି ଓ କେଉଁ ପରିସ୍ଥିତିରେ ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ସେ ସମୟରେ ଅଟକ ରଖିଥିଲା ତାହାର ସ୍ମୃତିଚାରଣ କରି ଶ୍ରୀ ଜଗଦେବ କହିଛନ୍ତି ଯେଏହି ଐତିହାସିକ ରାୟକୁ ସୀମିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇ ସାରିଥିବା ପରିପ୍ରେକ୍ଷୀରେ ଏହାକୁ ନେଇ ଅଧିକ ବିତର୍କ କିମ୍ବା ରାଜନୀତି କରାଯିବା ଉଚିତ୍‍ ନୁହେଁ ।

ଅଯୋଧ୍ୟା ପ୍ରସଙ୍ଗ ଘେନି ସାରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସେତେବେଳେ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ ଜାତୀୟ ସ୍ତରର ବହୁ ଗାନ୍ଧୀବାଦୀ ସଙ୍ଗଠନ ପ୍ରୟାସ କରିଥିଲେ । ସର୍ବସେବା ସଂଘର ସଂଯୋଜନା କ୍ରମେ ସୁଶୀଳା ନାୟାର, ମନମୋହନ ଚୌଧୁରୀ, ରାମଚନ୍ଦ୍ର ରାହୀ, ରବୀନ୍ଦ୍ର ବର୍ମା, ଠାକୁରଦାସ ବଙ୍ଗ, ଉଷା ମେହେଟ୍ଟା ପ୍ରମୁଖଙ୍କ ନେତୃତ୍ୱରେ ସେ ସମୟରେ ଅଯୋଧ୍ୟାର ବିବାଦୀୟ କ୍ଷେତ୍ରଠାରୁ କିଛି ଦୂରରେ ଏକ ନିରବ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ସେଠାରେ ସତ୍ୟାଗ୍ରହୀମାନେ ସର୍ବଧର୍ମ ସମନ୍ୱୟ ରକ୍ଷା ଓ ବିବାଦର ଆପୋଷ ସମାଧାନ ଲାଗି ଉପବାସ ସହ ସୂତ୍ରଯଜ୍ଞ କରୁଥିଲେ । ତେବେ ଆକସ୍ମିକ ଭାବେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଏହି ସତ୍ୟାଗ୍ରହୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସେତେବେଳର ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ଏହି ଘଟଣା ପାଇଁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ।

ସେ ସମୟରେ ସରକାର ଚାହିଁଥିଲେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଥାନ୍ତା । ଗାନ୍ଧୀବାଦୀ ସଂସ୍ଥାମାନେ ଉଭୟ ମନ୍ଦିର ଓ ମସ୍‍ଜିଦ ପାଇଁ ଦୁଇଟି ସ୍ଥାନରେ ସରକାର ଜାଗା ବ୍ୟବସ୍ଥା କରିବା କିମ୍ବା ବିବାଦୀୟ ସ୍ଥଳରେ ଡାକ୍ତରଖାନା କିମ୍ବା ଶିକ୍ଷାନୁଷ୍ଠାନ ଭଳି ସମସ୍ତଙ୍କ ବ୍ୟବହାର ହୋଇପାରୁଥିବା ସଂସ୍ଥା ପ୍ରତିଷ୍ଠା କରିବା ଲାଗି ପରାମର୍ଶ ଦେଇଥିଲେ ।

ଏବେ ସୁପ୍ରିମ୍‍କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ସବୁ ବର୍ଗ ଗ୍ରହଣ କରିନେଇ ଏହି ବିବାଦକୁ ସବୁଦିନ ଲାଗି ପରିସମାପ୍ତି ଘଟାଇବା ଏବଂ ଏ ପରିପ୍ରେକ୍ଷୀରେ ଆରୋପ ପ୍ରତ୍ୟାରୋପ ନ କରିବା ପାଇଁ ଶ୍ରୀ ସିଂହ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସେ ସମୟରେ ଏହି ସତ୍ୟାଗ୍ରହୀମାନଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ସେଥିରେ ମନମୋହନ ଚୌଧୁରୀ, ଡ. ସୁଶୀଳା ନାୟକ, ମହମ୍ମଦ ବାଜି ଓ ଶ୍ରୀ ସିଂହଙ୍କ ସମେତ ଅନେକ ଆହତ ହୋଇଥିଲେ ।


ପରିସ୍ଥିତିକୁ ଆଖି ଆଗରେ ରଖି ଓଡ଼ିଶାରେ ପୋଲିସ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ବିଭିନ୍ନ ଜିଲ୍ଲାରେ ଗ୍ରହଣ କରାଯାଇଛି । ଦେଶ ଏବେ ଗୁରୁତର ଆର୍ଥିକ, ସାମାଜିକ ଓ ରାଜନୈତିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ବିବାଦର ସୁପ୍ରିମ୍‍କୋର୍ଟଙ୍କ ରାୟ ଅନ୍ତ ଘଟାଇବ ବୋଲି ମୋଟାମୋଟି ଭାବେ ଜନମତ ପ୍ରକାଶ ପାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020