ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ମନେପକାଇଲେ ଜେଏନ୍‌ୟୁ ସ୍ମୃତି



ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କର ଓଡ଼ିଶା ଶାଖାର ପ୍ରଥମ ବାର୍ଷିକୋତ୍ସବରେ ଛାତ୍ରଜୀବନର ସ୍ମୃତିଚାରଣ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।

ଶ୍ରୀ ତ୍ରିପାଠୀ କହିଛନ୍ତି ଜେଏନ୍‌ୟୁର ପ୍ରତ୍ୟେକ ଛାତ୍ର ଏକ କ୍ରିୟାଶୀଳ ମନ ନେଇ ସମୃଦ୍ଧ ହୋଇଥାଏ । ତାଙ୍କ ଜୀବନରେ ଜେଏନ୍‌ୟୁର ପ୍ରଭାବ ଜୀବନ୍ତ ରହିବ ବୋଲି ପ୍ରକାଶ କରିଥିଲେ ।

ଓଡ଼ିଶାରେ ରହୁଥିବା ଜେଏନ୍‌ୟୁର ପୁରାତନ ଛାତ୍ରଛାତ୍ରୀମାନେ ରାଜ୍ୟର ସାମଗି୍ରକ ବିକାଶଧାରାରେ ସକ୍ରିୟ ଯୋଗଦାନ କରିବାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଛନ୍ତି । ରାଜ୍ୟର ସାମାଜିକ-ସାଂସ୍କୃତିକ ଓ ଅର୍ଥନୈତିକ ବିକାଶଧାରାରେ ଜେଏନ୍‌ୟୁର ପୁରାତନ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରି ସେମାନଙ୍କ ଅଭିଜ୍ଞତା, ପ୍ରତିଭା ଓ ନେତୃତ୍ୱର ଉପଯୋଗ କରିବା ନିମନ୍ତେ ମନ୍ତ୍ରୀ କହିଛନ୍ତି । ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ତ୍ରୈଲୋକ୍ୟ ପାଣ୍ଡେ, ପ୍ରଫେସର ଆନନ୍ଦ କୁମାର ମଧ୍ୟ ବକ୍ତବ୍ୟ ରଖି ଜେଏନ୍‌ୟୁର ଅବଦାନ ତଥା ପ୍ରଭାବ ଉପରେ ଆଲୋକପାତ କରିବା ରାଜ୍ୟର ଅଭିବୃଦ୍ଧିରେ ଜେଏନ୍‌ୟୁର ପୁରାତନ ଛାତ୍ରମାନେ ଅଂଶୀଦାର ହେବାକୁ ଅନୁରୋଧ ଜଣାଇଥିଲେ ।

ଓଡ଼ିଶା ଶାଖାର ସଭାପତି ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନନ୍ଦିନୀ ଷଡଙ୍ଗୀ ସଂଯୋଜନା କରିଥିବାବେଳେ ସଂପାଦକ ମାନସ ରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ନିଶିକାନ୍ତ ମହାପାତ୍ର ଓ ସନ୍ତୋଷ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ମିଶ୍ର, ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଓ ଜେଏନ୍‌ୟୁର ପ୍ରଫେସର ଡ. ଅଜୟ ପଟ୍ଟନାୟକ ଯୋଗଦେଇଥିବାବେଳେ ପରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ତଥା ପୁରାତନ ଛାତ୍ରମାନଙ୍କର ଭୂମିକା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020