ଚାଉଳ ସହିତ ଡାଲି, ଲୁଣ

ବିଜେପି କ୍ଷମତାକୁ ଆସିଲେ ରାଜ୍ୟର ଗରିବମାନଙ୍କୁ ଚାଉଳ ସହିତ ଡାଲି ଓ ଲୁଣ ବି ମିଳିବ । ଗୋଟିଏ ଟଙ୍କାରେ ଲୋକଙ୍କୁ ୫କିଲୋ ଚାଉଳ ସହିତ ଅଧାକିଲୋ କରି ଡାଲି ଓ ଲୁଣ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଚୌଦ୍ୱାର ଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶ ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ପ୍ରାୟ ୩କୋଟି ୨୬ଲକ୍ଷ ଲୋକଙ୍କୁ ଏହି ସୁବିଧା ମିଳିବ । ସେମାନଙ୍କୁ ଚାଉଳ ସହିତ ଡାଲି ଓ ଲୁଣ ଯୋଗାଇ ଦିଆଯିବ ।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନ କିଲୋପିଛା ଟଙ୍କାଏ ଦରରେ ୫କିଲୋ କରି ଚାଉଳ ପାଉଛନ୍ତି । ମିଳୁଥିବା ଏହି ଚାଉଳ ପାଇଁ କେନ୍ଦ୍ର ସରକାର କିଲୋପିଛା ୨୯ ଟଙ୍କା ଦେଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେବଳ ଚାଉଳ ସହିତ ଡାଲି କିମ୍ବା ଲୁଣ ନୁହେଁ ବିଜେପି କ୍ଷମତାକୁ ଆସିଲେ ଓଡିଶାରେ ମେଟ୍ରୋ ଟ୍ରେନ୍‍ ଗଡିବା ସହିତ ୨୪ ଘଣ୍ଟିଆ ବଜୁଳି ଓ ପାଣି ଉପଲବଧ ହେବ । ଏହାଛଡା ଭତ୍ତା ପରିମାଣ ୨୦୦୦ ଟଙ୍କାକୁ ବଢିବ ବୋଲି ସେ କହିଛନ୍ତି ।

ବିଜେପିର ଉଭୟ ଜାତୀୟ ଓ ରାଜ୍ୟସ୍ତରୀୟ ଇସ୍ତାହାର ପ୍ରକାଶ ପାଇସାରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଆଜି ଏଭଳି ବଡ ଘୋଷଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।