୧୪ ଓ ୧୫ ରେ ଝଡତୋଫାନ

ଉତର ପଶ୍ଚିମ ଭାରତରେ ବାରମ୍ବାର ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଏବଂ ଏହା ପୂର୍ବାଂଚଳ ଆଡକୁ ମୁହାଁଉଥିବା ଯୋଗୁଁ ଉତର ଏବଂ ଉପକୂଳବର୍ତୀ ଓଡ଼ିଶାରେ ମାର୍ଚ୍ଚ ୧୪ ଓ ୧୫ ମଧ୍ୟରେ ଘଡଘଡି ସହ ଝଡ, ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ନୟାଗଡ଼ ଜିଲ୍ଲାରେ ଘଡଘଡି ସହ ଝଡତୋଫାନ ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ସେହିପରି ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ମାର୍ଚ୍ଚ ୧୮ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାରେ ଝଡତୋଫାନ ସହ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଥିବା ବିଷୟରେ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ପବନର ବେଗ ବଢ଼ିବା ଯୋଗୁଁ ଓଡ଼ିଶାରେ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହେବ ନାହିଁ । ସେହିପରି ମାର୍ଚ୍ଚ ୧୩ ଏବଂ ୧୪ରେ କେତେକ ଅଂଚଳରେ ଦିନର ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।