୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

୧୫ ଓ ୧୬ରେ ଝଡତୋଫାନ

ଆସନ୍ତା ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ସହିତ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ ଉପକୂଳ ଜିଲ୍ଲାରେ ପାଗ ଖରାପ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଏବଂ ଅନୁଗୁଳ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ବର୍ଷା ଓ ଝଡତୋଫାନ୍ ହେବାର ସମ୍ଭାବନା ରହିଛି । ଫେବ୍ରୟାରୀ ୧୬ ଓ ୧୭ ତାରିଖରେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ପାଗ ଖରାପ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଫେବୃୟାରୀ ୧୪ ତାରିଖରେ କୁହୁଡି ମଧ୍ୟ ଦେଖାଦେଇପାରେ ।

ଚଳିତବର୍ଷ ବାରମ୍ବାର ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ କ୍ରମାଗତ ଭାବେ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି । ନିକଟ ଅତୀତରେ ଏପରି ହେବା ଅନୁଭୂତ ହେଉ ନଥିଲା । ଏ ବର୍ଷ ମଧ୍ୟ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ବାରମ୍ବାର ପୂର୍ବ ଭାରତ ମୁହାଁ ହେଉଛି ଯାହା ପୂର୍ବରୁ ଦେଖାଯାଇନଥିଲା ବୋଲି ସୂଚନା ଦିଆଯାଇଛି ।

ଏଭଳି ପାଗ ଯୋଗୁଁ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେବ । ଦିନରେ ସୂର୍ଯ୍ୟତାପ ଯୋଗୁଁ ଗରମ ବଢ଼ୁଛି ଏବଂ ରାତିରେ ସାମୁଦ୍ରିକ ପବନ ବହିବା ବନ୍ଦ ହେବା ସହ ଆକାଶ ନିର୍ମଳ ରହିବା ଯୋଗୁଁ ଥଣ୍ଡା ଅନୁଭୂତ ହେଉଛି ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ।