ଓଡ଼ିଶା ବନ୍ଦ ଆନ୍ଦୋଳନରୁ ଓହରିବନି ନବନିର୍ମାଣ କୃଷକ ସଙ୍ଗଠନ  ସୂଚନା ଦେଲେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର  ବନ୍ଦରୁ ପରୀକ୍ଷାର୍ଥୀ, ଶିକ୍ଷକ ଓ ପ୍ରଶ୍ନପତ୍ରକୁ ବାଦ  

ସବୁ ସହରାଞ୍ଚଳରେ ଆହାର କେନ୍ଦ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ୩୮ଟି ଆହାର କେନ୍ଦ୍ର ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖାଦ୍ୟର ଗୁଣବତା ଓ ପରିଷ୍କାର ପରିଚ୍ଛନ୍ନତା ଏହି କାର୍ଯ୍ୟକ୍ରମର ବିଶେଷତ୍ୱ । ବର୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ୧୫୭ଟି ଆହାର କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମ ସାମିଲ ହେଲା ଏବଂ ଏହାସହିତ ୫୬ଟି ଡାକ୍ତରଖାନା କ୍ୟାମ୍ପସରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି ।

ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ । ସମସ୍ତଙ୍କ ସହଯୋଗରେ ଆଗକୁ ଏହିଭଳି ଭଲ ଭଲ ସେବା ଲୋକଙ୍କୁ ଯୋଗାଇ ଦିଅଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ ୨୦୧୫ ଅପ୍ରେଲ ପହିଲାରେ ରାଜ୍ୟର ୫ଟି ପୌରାଞ୍ଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୭.୨ କୋଟି ମିଲ ଲୋକଙ୍କୁ ଦିଆଯାଇପାରିଛି ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡ଼ି ଓ ୨୦୦୦ ଲୋକ ନିଯୁକ୍ତି ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଆହାର ଓଡ଼ିଶାର ୱେବ ପୋର୍ଟାଲ (www.urbanodisha.gov.in/aahar) ମଧ୍ୟ ଉନ୍ମୋଚନ କରିଥିଲେ ।

ଏହି ୱେବସାଇଟ ଦ୍ୱାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମ ପାଇଁ ନିଜର ଅବଦାନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ବା ଅନ୍ୟ କୌଣସି ସ୍ମରଣୀୟ ଦିନରେ ସ୍ୱେଚ୍ଛାକୃତ ଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିପାରିବେ ।

ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଗୃହ ନିର୍ମାଣ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ । ନଗର ଉନ୍ନୟନ ପ୍ରମୁଖ ସଚିବ ମାଥି ଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।