ଆଜି ଓଡିଶା ବନ୍ଦ  ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ  ସଂଗଠନକୁ ବିଜେପି ଓ କଂଗ୍ରେସର ସମର୍ଥନ  ବନ୍ଦକୁ ଦୃଷ୍ଟିରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ବନ୍ଦରୁ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାଦ୍‍ ଦେବାକୁ ଚାଷୀ ସଂଠଗନର ଘୋଷଣା  

ବିଜେପି ଦେଲା ପ୍ରତିଶ୍ରୁତି

ରାଜ୍ୟରେ ବିଜେପି ସରକାର ଗଠନ କଲେ ଲୋକଙ୍କୁ କଣ କଣ ସୁବିଧା ଯୋଗାଇବ ତାହାର ଆଜି ଏକ ଲମ୍ବା ତାଲିକା ଦେବା ସହିତ ପ୍ରତିଶ୍ରୁତି ପତ୍ର ଜାରି କରିଛି । ପ୍ରତିଶ୍ରୁତି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାୟୀ ପଟ୍ଟା, ପକ୍କାଘର ଓ ରୋଜଗାର ଆବେଦନର ଫର୍ମକୁ ଶୁଭାରମ୍ଭ କରିଛନ୍ତି ।

ସମାବେଶରେ କୁହାଯାଇଛି ଯେ ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ । ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ । ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ । ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରୀବଲୋକମାନଙ୍କର ଏହି ମୌଳିକ ସୁବିଧାରୁ ଏ ସରକାର ବଂଚିତ କରିଆସିଛି ।

ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଗାଁ ଗାଁରେ ଆଜି ଯୁବକମାନେ ବେକାରୀ ହୋଇ ହତାଶ ଭାବେ ବସିଛନ୍ତି । ବିଜୁ ଜନତା ଦଳର ସରକାର ରାଜ୍ୟରେ ଏକ ଲମ୍ବା ସମୟ ପାଇଁ କ୍ଷମତାରେ ଥାଇବି ଓଡିଆ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଲେନି । ବିଜେପି ପକ୍ଷରୁ ଆୟୋଜିତ ପ୍ରତିଶ୍ରୃତି ସମାବେଶରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାସହ ପକ୍କାଘର ଓ ବେରୋଜଗାରକୁ ରୋଜଗାର ନିଶ୍ଚିତ ଦିଆଯିବ ଏହି ପ୍ରତିଶୃତି ଦେଇଛି ।

ପ୍ରତିଶ୍ରୁତି ସମାବେଶରେ ସ୍ଥାୟୀ ପଟ୍ଟା, ପକ୍କାଘର ଓ ରୋଜଗାର ଆବେଦନର ଫର୍ମକୁ ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା ଘରେ ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ । ପ୍ରତିଟି ଓଡିଆ ଯୁବକ ଯୁବତୀକୁ ରୋଜଗାର ଯୋଗାଇବା ଭାରତୀୟ ଜନତା ପାର୍ଟିର ସରକାରର ପ୍ରାଥମିକ ଦାୟୀତ୍ୱ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ଦେଖାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହି ପ୍ରତିଶୃତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଂଚାଇବ । ବେରୋଜଗାର ଯୁବକ ଯୁବତୀମାନେ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରିମାନେ ଏହାକୁ ପୁରଣ କରି ପଠାଇବେ ।

ଏହି ଅବସରରେ ଦଳର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି କି ଏ ରାଜ୍ୟ ସରକାର ଓଡିଆ ଲୋକମାନଙ୍କୁ ପ୍ରତାରଣା କରିଆସିଛି । ଏ ସରକାରଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା । ୨୦୧୯ରେ ଭାରତୀୟ ଜନତା ପାର୍ଟିର ହିଁ ସରକାର ହେବ ଆଉ ଲୋକମାନଙ୍କୁ ରୋଜଗାର ସହ ଘର, ପିଇବା ପାଣି, ବିଜୁଳି ନିଶ୍ଚିନ୍ତ ଦିଆଯିବ ।

ଦଳର ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏପରି ଏକ ରାଜନୈତିକ ଦଳ ଯାହା ପ୍ରତିଶୃତି ଆମେ ଦେଉ ତାକୁ କରିକି ଦେଖାଉ । ରାଜ୍ୟରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ଯୋଜନା ବନାଯାଉଛି । ଯେଉଁ ଯୋଜନାର ଲାଭ କାହା ପାଖରେ ପହଂଚିପାରୁନାହିଁ । ହେଲେ ଭାରତୀୟ ଜନତା ପାର୍ଟି ଆଜି ଯେଉଁ ପ୍ରତିଶୃତିର ଘୋଷଣା କରୁଛି ତାହା ଆମେ ଦିନେ କରିକି ଦେଖାଇବୁ ।

ଯୁବମୋର୍ଚ୍ଚା ରାଜ୍ୟ ସଭାପତି  ଟଙ୍କଧର ତ୍ରିପାଠି କହିଛନ୍ତି ଯେ, ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ନିୟୋଜନ କେନ୍ଦ୍ରରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତି ହାର ମାତ୍ର ୧% ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମୋଦି ସରକାର ଆସିବା ପରେ କେତେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ତାହାର ତଥ୍ୟ ଦେଶବାସିଙ୍କ ଆଗରେ ଦେଇଛନ୍ତି । କେବଳ ୨୦୧୮-୧୯ ଗୋଟିଏ ବର୍ଷରେ ଦେଶରେ ୧ କୋଟି ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି । ସେଥିରୁ ୪୫ ଲକ୍ଷ ହେଉଛି ଅର୍ଗାନାଇଜଡ ସେକ୍ଟରରେ । ହେଲେ ଓଡିଶା ଏହାର ଲାଭ ନେଇପାରୁନାହିଁ କାରଣ ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି ।

ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।