ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ଗଣନା ହେବ ଜଳଉତ୍ସ

ଦେଶରେ ଥିବା ସମସ୍ତ ଜଳଉତ୍ସ ଗୁଡିକର ଗଣନା ହେବ । ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ନେଇ କେନ୍ଦ୍ର ଜଳସମ୍ପଦ ସଚିବ ଉପେନ୍ଦ୍ର ପ୍ରସାଦ ସିଂହ ସୂଚନା ଦେଇଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ପ୍ରଥମ ଜଳାଶୟ ଗଣନା କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ଓଡିଶାରେ ପ୍ରମୁଖ ନଦୀ, ହ୍ରଦ, ଜଳାଶୟ, ପୋଖରୀ ଥିବାବେଳେ ଆବଦ୍ଧଜଳ କ୍ଷେତ୍ରରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ଗୁଜୁରାଟ, କେରଳ ଓ ପଶ୍ଚିମବଙ୍ଗ ଅଛନ୍ତି । ତେଣୁ ପ୍ରଥମ ଜଳଉତ୍ସ ଗଣନା କ୍ଷେତ୍ରରେ ଓଡିଶା ଆଗରେ ଥିବାବେଳେ ରାଜ୍ୟ ସରକାର ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

କେନ୍ଦ୍ର ସଚିବ ଶ୍ରୀ ସିଂହ କହିଛନ୍ତି ଯେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକରେ ଆଉ ଗୋଟିଏ ଗଣନା କରାଯିବ । ଏହା ଦେଶର ଷଷ୍ଠ କ୍ଷୁଦ୍ର ଜଳସେଚନ ଗଣନା ହେବ ଏବଂ ପର୍ଯ୍ୟାୟକ୍ରମେ ଏହା କରାଯିବ । ପ୍ରତି ୫ବର୍ଷରେ ଥରେ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକର ଗଣନା କରାଯାଉଥିବାବେଳେ ଚଳିତଥର ଏହା ପ୍ରଥମ ଜଳଉତ୍ସ ଗଣନା ସହିତ ହେବ ।

କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଗଣନା କାର୍ଯ୍ୟପାଇଁ ଅର୍ଥ ଯୋଗାଇ ଦିଆଯିବ । ରାଜ୍ୟ ଜଳସମ୍ପଦ ବିଭାଗ ସହ ମିଶି ଏହି କାର୍ଯ୍ୟ ହେବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ଜଣାଯାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ କେନ୍ଦ୍ରୀୟ ସଚିବ ଶ୍ରୀ ସିଂହ ସନ୍ତୋଷବ୍ୟକ୍ତ କରିଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରାଳୟର କ୍ଷୁଦ୍ର ଜଳସେଚନ ଷ୍ଟାଟିଷ୍ଟିକ୍ସ ବିଭାଗ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ତାହାର ସକରାତ୍ମକ ପ୍ରଭାବ ରାଜ୍ୟର ଅଧିକାରୀମାନଙ୍କ ଉପରେ ପଡିଛି ।

ରାଜ୍ୟ ସରକାର ପ୍ରସ୍ତୁତ ରହିଥିବାବେଳେ କ୍ଷେତ୍ର ସ୍ତରରେ କାର୍ଯ୍ୟ ଆରମ୍ଭ ପାଇଁ କେନ୍ଦ୍ରୀୟ ସଚିବ ଶ୍ରୀ ସିଂହ କହିଛନ୍ତି । ଫଳରେ ପର୍ଯ୍ୟାୟକ୍ରମେ ଦୁଇଟି ଯାକ ଗଣନା ବିନା ବାଧାରେ ହୋଇପାରିବ ।

କ୍ଷୁଦ୍ର ଜଳସେଚନ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଏ ସଂକ୍ରାନ୍ତରେ ରାଜ୍ୟ ଜଳସମ୍ପଦ ସଚିବଙ୍କ ସହିତ ସମନ୍ୱୟ ରକ୍ଷା କରୁଛନ୍ତି । ଏହି ଦୁଇଟି ଗଣନା ଉଭୟ କ୍ଷୁଦ୍ର ଜଳସେଚନ ଓ ଜଳଉତ୍ସ ସଂକ୍ରାନ୍ତରେ ଡାଟାବେସ୍‍ ପ୍ରସ୍ତୁତ ସହିତ ଯୋଜନା ପ୍ରଣୟନକାରୀମାନଙ୍କ ପାଇଁ ବେଶ୍‍ ସହାୟକ ହେବ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019