କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ଉଚ୍ଚଶିକ୍ଷା ପାଇଁ ୨୦ହଜାର ଟଙ୍କା

ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ ବର୍ଗର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ହଜାର ଟଙ୍କାର ପ୍ରୋତ୍ସାହନରାଶି ଦେବେ । ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପାଠ ପଢିବାପାଇଁ ଏହି ଆର୍ôଥକ ସହାୟତା ମିଳିବ ।

ବିଶେଷକରି ଭୂମି ଓ ଗୃହହୀନ ପରିବାର ପିଲାମାନେ ଏବଂ ପିତୃହୀନ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ଏହି ସହାୟତା ରାଜ୍ୟ ସରକାର ଦେବେ । ଏହାଛଡା ଯେଉଁ ପରିବାରରେ ପୁରୁଷ ରୋଜଗାରକ୍ଷମ ନଥାଇ ମହିଳା ମହିଳା ପରିବାର ଚଳାଉଥିବେ ସେ ପରିବାରର ପିଲାଙ୍କୁ ବି ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ଏହି ସହାୟତା ଦେବେ ।

ଏଚ୍‍ଆଇଭି କିମ୍ବା ଏଡ୍‍ସ ସଂକ୍ରମିତ ପରିବାର ଓ ଅନ୍ୟ ଯେଉଁ ପରିବାରରେ ଭଲହେବାର ସମ୍ଭାବନା ନଥିବା ସାଂଘାତିକ ରୋଗରେ ପରିବାରର ମୁଖିଆ ପୀଡିତ ଥିବେ ସେ କ୍ଷେତ୍ରରେ ମଧ୍ୟ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ଏହି ନୂଆ ଯୋଜନାରେ ସାମିଲ କରୁଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନାର ସଫଳ କାର୍ଯ୍ୟକାରିତା ଘେନି ଇତି ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ କରି ବରିଷ୍ଠ ଅଧିକାରୀମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି ।

ଆର୍ôଥକ ଦୁରବସ୍ଥା ଯୋଗୁଁ ଉପରୋକ୍ତ କିସମ ପରିବାର ଗୁଡିକର ଅନେକ ପିଲା ଉଚ୍ଚଶିକ୍ଷା ପାଇବାରୁ ବଞ୍ôଚତ ହେଉଥିବା ପରିପ୍ରେକ୍ଷୀରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ଏହି ସହାୟତା ମିଳିବ ।

ଏଠାରେ ଉଲ୍ଲେଖନୀୟ ଯେ ଯୁକ୍ତ ଦୁଇରୁ ସ୍ନାକତ୍ତୋର ପର୍ଯ୍ୟନ୍ତ ଆର୍ôଥକ ଦୃଷ୍ଟିରୁ ପଛୁଆବର୍ଗର ପିଲାମାନଙ୍କୁ ଓଡିଶା ସରକାର କଳିଙ୍ଗ ଶିକ୍ଷା ସାଥି ଯୋଜନା, ଇ-ମେଧାବୃତ୍ତି ଆଦି ମାଧ୍ୟମରେ ଯୁକ୍ତ ଦୁଇରୁ ସ୍ନାକତ୍ତୋର ପର୍ଯ୍ୟନ୍ତ ସହାୟତା ଦେଉଛନ୍ତି । ବାପ ମା’ ଛେଉଣ୍ଡ ପରିବାରର ପିଲାମାନେ ବି ଏଥିରୁ ଉପକୃତ ହେଉଛନ୍ତି ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ୨୦ହଜାର ଟଙ୍କିଆ ବାର୍ଷିକ ଉଚ୍ଚଶିକ୍ଷା ସହାୟତା ଯୋଜନାରେ ସାମିଲ ହେବାପାଇଁ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ ।

ଏ କ୍ଷେତ୍ରରେ ପରିବାରର ସର୍ବୋଚ୍ଚ ଆୟ ସୀମା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ନିୟମିତ ଛାତ୍ରଛାତ୍ରୀଭାବେ ପାଠ ପଢୁଥିବା ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରିବ । ଉଭୟ ବୈଷୟିକ ଓ ଅଣବୈଷୟିକ ଶିକ୍ଷା କ୍ଷେତ୍ରରେ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନେ ଏଥିଯୋଗୁଁ ବିଶେଷଭାବେ ଉପକୃତ ହେବେ ।

ଏହି ଯୋଜନାରେ ସାମିଲ ହେବାପାଇଁ ଇଚ୍ଛୁକ ପିଲାମାନେ ଅନ୍‍ଲାଇନ୍‍ରେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଧାରିତ ସମୟସମୀା ମଧ୍ୟରେ ଆବେନଦ କରିପାରିବେ ।

ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆବେଦନପତ୍ର ଗୁଡିକର ତନଖିକରି ପ୍ରକୃତରେ କେଉଁମାନଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବେ ।

ଉଚ୍ଚଶିକ୍ଷା ବିଭାଗ ଯେଉଁମାନଙ୍କୁ ଏହି ଯୋଜନାରେ ସହାୟତାର ହାତ ବଢାଇବ ସେମାନଙ୍କୁ ଆଧାର ସଂଯୋଗ ଥିବା ବ୍ୟାଙ୍କ୍‍ ଆକାଉଣ୍ଟ ମାଧ୍ୟମରେ ବାର୍ଷିକ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।