କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ଆନ୍ଦୋଳନ ପାଇଁ ଆହ୍ୱାନ

ଓଡିଶାରେ ନାରୀ ଅସୁରକ୍ଷିତ । କୁନ୍ଦୁଲି ଠାରୁ ଆରମ୍ଭ କରି ବେବିନା ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡିତାଙ୍କୁ ନ୍ୟାୟ ମିଳୁନାହିଁ । ତେଣୁ ରାଜ୍ୟ ସରକାରଙ୍କର ଏଭଳି ମହିଳା ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ସାଂସଦ ସୁସ୍ମିତା ଦେବ ।

ପ୍ରଦେଶ ମହିଳା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ଦେବ ରାଜ୍ୟ ମହିଳା ମାନଙ୍କୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣିଥିଲେ । ଏଥି ସହିତ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନଙ୍କ ମିଛ ପ୍ରତିଶ୍ରୁତିକୁ ଲୋକେ ବୁଝି ସାରିଲେଣି ବୋଲି କହିଥିଲେ ।

ଏହି ସମ୍ମିଳନୀକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‍ଘାଟନ କରି କହିଥିଲେ ଯେ ସଂପ୍ରତି ରାଜ୍ୟର ବିଜେଡ଼ି ନେତୃତ୍ୱ ନବୀନ ସରକାରଙ୍କ ସମୟରେ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ । ନବୀନ ବାବୁଙ୍କର ମାକୁ ସମ୍ମାନ ଦେବାର ନାରା ଆଜି ସଂପୂର୍ଣ୍ଣ ଫେଲ ମାରିଛି । ୩୩% ମହିଳାମାନଙ୍କୁ ବିଧାନସଭା ଓ ଲୋକସଭା ସଂରକ୍ଷଣ ଏକ ନିର୍ବାଚନ •ଲ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ମହିଳା କଂଗ୍ରେସର କାର୍ଯ୍ୟକ୍ରମ ସୂଚାରୁରୂପେ ଜାରୀ ରହିଥିବାରୁ ଶ୍ରୀମତୀ ଦେବ ଖୁସି ବ୍ୟକ୍ତ କରିଥିଲେ । ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ରରାଜୁ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ ମହିଳା କଂଗ୍ରେସ ରାଜ୍ୟର ପରିବର୍ତନର ବାହାକ ହୋଇପାରିବ ।

ମହିଳାମାନେ ଦୃଢ଼ତାର ସହ ତ୍ୟାଗପୂତଭାବେ ସାଂଗଠନିକ ଶକ୍ତିର ବିକାଶ କରିପାରିବେ ଏବଂ ଅଳ୍ପ ଦିନ ମଧ୍ୟରେ ନବୀନ ବାବୁଙ୍କୁ ଇସ୍ତଫାକୁନେଇ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତକରି ସ୍ମାରକପତ୍ର ପ୍ରଦାନ କରିବା ସହ ଫେବୃୟାରୀ ୭ରୁ ୧୨ ତାରିଖ ମଧ୍ୟରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ବିଧାନସଭା ଘେରାଉ କରିବେ ବୋଲି ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଜେନା ଘୋଷଣା କରିଥିଲେ ।

ଅପରାହ୍ନରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଜେନା ଓ ସୁଶ୍ରୀ ଦେବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଓପିଏମ୍ସି କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓପିଏମ୍ସିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ଅଜୟନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଜିଲ୍ଲାର ମହିଳା ସଭାନେତ୍ରୀ ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଯୋଗଦେଇଥିଲେ ।