କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ସହାୟତା

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଆର୍ନ୍ତଜାତିକ ଔଷଧ ପ୍ରସ୍ତୁକାରୀ କମ୍ପାନୀ ଆବୋଟ୍‍ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫୨ ନିୟୁତ ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ତିନିବର୍ଷ ପାଇଁ ମିଳିବାକୁ ଥିବା ଏହି ଅର୍ଥ ସହିତ ରକ୍ତ ନମୂନା ପରୀକ୍ଷାପାଇଁ ବିନା ମୂଲ୍ୟରେ ୧୦ଲକ୍ଷ ରାପିଡ୍‍ ଚିହ୍ନଟ ପରୀକ୍ଷଣ କିଟ୍‍ ଯୋଗାଇ ଦିଆଯିବ ।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଏହାଛଡା ମ୍ୟାଲେରିଆ ନିରାକରଣ ପାଇଁ ଆବୋଟ୍‍ କମ୍ପାନୀ ପକ୍ଷରୁ ଜ୍ଞାନକୌଶଳ ଓ ଆବଶ୍ୟକସ୍ଥଳେ ଆଶାକର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ସହଯୋଗ ଲାଗି ରାଜ୍ୟ ସରକାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିଥିବା ଅନ୍ୟତମ ଆର୍ନ୍ତଜାତୀୟ ସଂସ୍ଥା ମ୍ୟାଲେରିଆ ନୋ ମୋର ପକ୍ଷରୁ ରାଜ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡିଶା ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଆଶାକର୍ମୀଙ୍କ ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀଙ୍କ ମିଳିତ ସହଯୋଗ ଯୋଗୁଁ ରାଜ୍ୟରୁ ୮୭ ପ୍ରତିଶତ ମ୍ୟାଲେରିଆ ହ୍ରାସ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ କାର୍ଯ୍ୟକ୍ରମ ‘ଦମନ’ ଯୋଗୁଁ ଏଭଳି ସଫଳତା ମିଳିପାରିଛି ।

ଆବୋଟ୍‍ ପକ୍ଷରୁ ମିଳିବାକୁ ଥିବା ରାପିଟ୍‍ ପରୀକ୍ଷା କିଟ୍‍ ଗୁଡିକ ୯୯ ପ୍ରତିଶତ ଠିକଣା ଫଳ ଦେଉଥିବାବେଳେ ମାତ୍ର ୨୦ ମିନିଟ୍‍ ମଧ୍ୟରେ ଏହାଦ୍ୱାରା ମ୍ୟାଲେରିଆ ଚିହ୍ନଟ ହୋଇପାରିବ । ଏହି କିଟ୍‍ ମାଧ୍ୟମରେ ଦୁର୍ଗ ଅଞ୍ଚଳରେ ଲୋକଙ୍କ ରକ୍ତ ନମୂନା ପରୀକ୍ଷା ସହଜ ହୋଇପାରିବ ।

ଏହାଦ୍ୱାରା ୨୦୩୦ ସୁଦ୍ଧା ମ୍ୟାଲେରିଆମୁକ୍ତ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହାର ବହୁ ପୂର୍ବରୁ ସଫଳତା ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ହର ପ୍ରସାଦ ପଟ୍ଟନାୟକ, ଆବୋଟ୍‍ ସଂସ୍ଥାର ଏସିଆ ପାସିଫିକ୍‍ ସଭାପତି ସଞ୍ଜିବ ଜୋହର, ମ୍ୟଲେରିଆ ନୋମୋରର ଆର୍ନ୍ତଜାତୀୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମାର୍ଟିନ ଏଡ୍‍ଲଣ୍ଡ୍‍ ଓ ଭାରତୀୟ ନିର୍ଦ୍ଦେଶକ ପ୍ରତୀକ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।