ସବୁଜ ଫର୍ମର ନକଲ ବ୍ୟବହାର ହେବ

କାଳିଆ ଯୋଜନାରେର ଅର୍ନ୍ତଭୁକ୍ତ ହେବାପାଇଁ ଚାଷୀମାନେ ସବୁଜ ଫର୍ମ ପୂରଣ କରି ନିଜେ ସବୁଜ ଡ୍ରପ ବକ୍ସରେ ପକାନ୍ତୁ । ଯଦି ସବୁଜ ଫର୍ମ ପାଇବାରେ ଆବେଦନକାରୀ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ସବୁଜ ଫର୍ମର ନକଲକୁ ସବୁଜ ଫର୍ମ ଆବେଦନ ପତ୍ର ଭାବରେ ବ୍ୟବହାର କରିପାରିବେ ।

ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଉପଲବ୍ଧ । ସବୁଜ ଫର୍ମ ପାଇବା ପାଇଁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନ ଦେବା ପାଇଁ ଚାଷୀମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

କାଳିଆ ଯୋଜନା ସମ୍ବନ୍ଧୀୟ ୱେବସାଇଟ୍ www.kalia.co.in ରେ ଯାଇ ସେଥିରେ ଥିବା ସବୁଜ ଫର୍ମକୁ ଡାଉନ୍ଲୋଡ୍ କରି ତାକୁ ମଧ୍ୟ ସବୁଜ ଫର୍ମ ଆବେଦନ ପତ୍ର ଭାବରେ ବ୍ୟବହାର କରିପାରିବେ ।

ଏହା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିôବା କାଳିଆ ଯୋଜନା ସମ୍ବନ୍ଧୀୟ ଏକ ସୂଚନା ପ୍ରଦାନର ବ୍ୟବସ୍ଥା । କୌଣସି ଚାଷୀ / ବ୍ୟକ୍ତି ୦୮୦୬୧୧୭୪୨୨୨ ନମ୍ବରକୁ ମିସ୍ କଲ କଲେ ତାଙ୍କର ମୋବାଇଲ ଫୋନକୁ ଆପେ ଆପେ କାଳିଆ ଯୋଜନା ସଂପର୍କରେ ବିଭିନ୍ନ ସୂଚନା ଏସ୍.ଏମ୍.ଏସ୍. ପଠାଯାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ୨.୫୭ ଲକ୍ଷ କୃଷକ ଯୋଗଦାନ କରିପାରିଛନ୍ତି ।

‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୧୯ ଲକ୍ଷ ୫୩ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୩ ଲକ୍ଷ ୧୨ ହଜାର ଲୋକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।