ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଚାଷୀଙ୍କ ଦ୍ରୁତ ବିକାଶ ନେଇ ସନ୍ଦେହ

ନିରୋଳା ଚାଷରୁ ଓଡିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୧୪୦୭ଟଙ୍କା ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ୱୀକାର କରାଯାଉଛି । ଚାଷରୁ ଏତେ କମ୍‍ ରୋଜଗାର ହେଉଥିବାବେଳେ କୃଷିପ୍ରଧାନ ରାଜ୍ୟ ଓଡିଶାର ଦ୍ରୁତ ଆର୍ôଥକ ବିକାଶ ଘେନି ଅର୍ଥନୀତିଜ୍ଞମାନେ ସନ୍ଦେହରେ ।

କେନ୍ଦ୍ର ସରକାରଙ୍କ ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୦୨-୦୩ ବର୍ଷରେ ନିରୋଳା ଚାଷରୁ ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୩୩୬ ଟଙ୍କା ଥିବାବେଳେ ୨୦୧୨-୧୩ ବର୍ଷର ସର୍ବଶେଷ ଆକଳନ ଅନୁଯାୟୀ ଏହା ୧୪୦୭ ଟଙ୍କାରେ ପହଞ୍ôଚଛି । ତେବେ ୨୦୦୨-୦୩ ବର୍ଷରେ ଚାଷୀ ପରିବାରର ବିଭିନ୍ନ ସ୍ରୋତରୁ ମାସିକ ହାରାହାରି ଆୟ ମୋଟ୍‍ ୧୦୬୨ ଟଙ୍କା ଥିବାବେଳେ ୨୦୧୨-୧୩ରେ ତାହା ୪୯୭୬ ଟଙ୍କାରେ ପହଞ୍ôଚଥିଲା । ଏହି ହିସାବ ଅନୁଯାୟୀ ମୂଲ ମଜୁରୀରୁ ଓଡିଶାର ଚାଷୀ ପରିବାର ମାସିକ ହାରାହାରି ୧୭୧୬ ଟଙ୍କା ଆୟ କରୁଥିବାବେଳେ ପଶୁପାଳନରୁ ୧୩୧୪ଟଙ୍କା ଓ ଅଣକୃଷି ବ୍ୟବସାୟରୁ ୫୩୯ ଟଙ୍କା ରୋଜଗାର କରୁଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୧-୨୨ ସୁଦ୍ଧା ଓଡିଶାର ଚାଷୀ ପରିବାରଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ସଫଳ ହେଲେ ସେତେବେଳକୁ ଆମ ରାଜ୍ୟରେ ଚାଷୀ ପରିବାରର ମାସିକ ହାରାହାରି ମୋଟ୍‍ ଆୟ ୧୦ ହଜାର ଟଙ୍କାରୁ କମ୍‍ ରହିଥିବ । ଏବେ ରାଜ୍ୟରେ ନିୟମିତ ଚତୁର୍ଥଶ୍ରେଣୀ କର୍ମଚାରୀଟିଏ ମାସିକ ଅନ୍ୟୁନ ୧୮ହଜାର ଟଙ୍କା ବେତନ ପାଉଥିବାବେଳେ ହୁଏତ ୨୦୨୧-୨୨ ବେଳକୁ ଅଷ୍ଟମ ବେତନ କମିଶନ ବସି ତାହାର ସୁପାରିଶ୍‍ ଆଧାରରେ ବେତନ ପରିମାଣ ୨୫ହଜାର ଟଙ୍କାକୁ ଟପିଯାଇଥିବ । ତେଣୁ ଚାଷୀଙ୍କ ବର୍ତମାନର ଆୟ ସେତେବେଳକୁ ଦ୍ୱିଗୁଣିତ ହେଲେ ମଧ୍ୟ ଚାଷୀ ପରିବାରର ଆର୍ôଥକ ଦୁଃସ୍ଥିତି ଲାଗି ରହିଥିବ ।

ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାର ୭୦ତମ ପରିକ୍ରମା ରିପୋର୍ଟ ଅନୁଯାୟୀ ଓଡିଶାରେ କୃଷକଙ୍କ ମୁଣ୍ଡପିଛା ବାର୍ଷିକ ଆୟ ହାରାହାରି ୫୯,୭୧୨ ଟଙ୍କା ଥିଲା ଯାହାକି ଯେକୌଣସି ଦ୍ୱିତୀୟଶ୍ରେଣୀ ପାହ୍ୟାର କର୍ମଚାରୀଙ୍କ ମାସିକ ବେତନ ଠାରୁ କମ୍‍ ।

ପଞ୍ଜାବରେ ଚାଷୀ ପରିବାରର ବାର୍ଷିକ ହାରାହାରି ମୁଣ୍ଡପିଛା ଆୟ ଏନ୍‍ଏସ୍‍ଏସ୍‍ଓ ର ରିପୋର୍ଟ ଅନୁଯାୟୀ ୨,୧୭,୪୫୦ ଟଙ୍କା ଥିବାବେଳେ ହରିଆନାରେ ଏହା ୧,୭୪,୧୬୮ଟଙ୍କା ରହିଛି । ଅରୁଣାଚଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, କର୍ଣ୍ଣାଟକ, କେରଳ, ହିମାଚଳ, ଜମ୍ମୁକାଶ୍ମୀର, ଆଣ୍ଡାମାନ ନିକୋବର ଆଦିରେ ଚାଷୀଙ୍କ ବାର୍ଷିକ ହାରାହାରି ଆୟ ପରିମାଣ ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ମଧ୍ୟରେ ଥିବାବେଳେ ଆଉ କେତେକ ସ୍ଥାନରେ ଏହା ୨ଲକ୍ଷରୁ ଅଧିକ ରହିଛି । ତେବେ ଓଡିଶାପାଇଁ ଆଶ୍ୱାସନାର କଥା ହେଉଛି ଯେ ପଶ୍ଚିମବଙ୍ଗ, ବିହାର, ଉତରାଖଣ୍ଡ ଭଳି ରାଜ୍ୟ ଏ କ୍ଷେତ୍ରରେ ଆମ ରାଜ୍ୟଠାରୁ ପଛରେ ଅଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ହିସାବ ଅନୁଯାୟୀ ଓଡିଶାରେ ପ୍ରାୟ ୪୪ଲକ୍ଷ ଚାଷୀ ଅଛନ୍ତି ଯେଉଁଥିରୁ ୩୩ଲକ୍ଷରୁ ଅଧିକ ନାମମାତ୍ର ଓ ୯ଲକ୍ଷରୁ ଅଧିକ କ୍ଷୁଦ୍ରଚାଷୀ । (ତଥ୍ୟ)