ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

କୃଷକ ସଂଗଠନ ଦାବୀକୁ କଂଗ୍ରେସର ସମର୍ଥନ

ପ୍ରେଷ୍ଟିଜ ପ୍ରାଇସ୍ ପେନସନ୍ ଦାବୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅନଶନରେ ବସିଥିବା ହଜାର ହଜାର ଚାଷୀଙ୍କୁ କଂଗ୍ରେସ ଦଳ ଦୃଢ଼ ସମର୍ଥନ ଜଣାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଧାରଣା ସ୍ଥଳକୁ ଯାଇ ଅନଶନରେ ବସିଥିବା ଚାଷୀମାନଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଶ୍ରୀ ହରିଚନ୍ଦନ ଉପସ୍ଥିତ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଲେ, ଉଭୟ ବିଜେପି ଓ ବିଜେଡ଼ି ସରକାର ସମୟରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯସ୍ତ । ଫସଲହାନୀ, ଋଣଭାର ଓ ଅଭାବି ବିକ୍ରିର ଶୀକାର ହୋଇ ଓଡ଼ିଶାରେ ଚାଷୀଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧିପାଉଥିବାବେଳେ ବିଜେଡ଼ି ସରକାରର ଏଥିପତି ତିଳେମାତ୍ର ନିଘା ନାହିଁ । ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ଜନସଂଖ୍ୟାର ୭୦ପ୍ରତିଶତ ଚାଷୀଙ୍କ ସମସ୍ୟାକୁ ନେଇ ଦୀର୍ଘଦିନ ହେବ ଯେଉଁ ନ୍ୟାୟୋଚିତ ସଂଗ୍ରାମ କରୁଛନ୍ତି କଂଗ୍ରେସ ଦଳ ତରଫରୁ ସେମାନଙ୍କୁ ଖାଲି ଦୃଢ଼ ସମର୍ଥନ ନୁହେଁ ସରକାର ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ସହିତ କଂଗ୍ରେସ ଦଳ ସାମିଲ ରହିବ ବୋଲି କହିଥିଲେ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସାମାଜିକ ସୂରକ୍ଷା ପାଇଁ ଚାଷୀଙ୍କୁ ମାସିକ ଭତ୍ତା ପ୍ରଦାନ କରି ସେମାନଙ୍କର ଏହି ଯର୍ଥାଥ ଦାବୀଗୁଡ଼ିକୁ ଶ୍ରୀ ହରିଚନ୍ଦନ ସମର୍ଥନ ଜଣାଇଥିଲେ । ଏହି ଧାରଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପିସିସି ମୁଖପାତ୍ର ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଯୋଗଦେଇ ଦୀର୍ଘଦିନ ହେଲା ନବନିର୍ମାଣ କୃଷକ ସଂଗଠନ ନେୃତ୍ୱରେ ଚାଷୀଙ୍କ ପ୍ରମୁଖ ଦାବୀଗୁଡ଼ିକ ପୂରଣ ପାଇଁ ଜାରିରହିଥିବା ସଂଗ୍ରାମକୁ ସାଧୁବାଦ ଜଣାଇଥିଲେ ।