ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ସ୍ନାତକୋତର ସ୍ତରରେ ଏକକ ପ୍ରବେଶ ପରୀକ୍ଷା

ସ୍ନାତକୋତର ସ୍ତରରେ ଏକକ ପ୍ରବେଶ ପରୀକ୍ଷା କରାଯିବ । ୨୦୧୯-୨୦ ଶିକ୍ଷାବର୍ଷରୁ ଏଭଳି ବ୍ୟବସ୍ଥା ଲାଗୁପାଇଁ ଉଚ୍ଚଶିକ୍ଷା ବିଭା ପକ୍ଷରୁ ନିଷ୍ପତି ନିଆଯାଇଛି ।

ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟ ଠାରେ ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୁଳପତିମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ନଭେମ୍ବର ମାସରେ କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାଲାଗି ୫ଟି କମିଟି ଗଠନ କରାଯାଇଥିଲା । ଏହି କମିଟି ଦେଇଥିବା ରିପୋର୍ଟ ଉପରେ ନିଷ୍ପତି ଗ୍ରହଣଲାଗି ଆଜିର ବୈଠକ ବସିଥିଲା ।

ବୈଠକରେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ଭି.ଭି ଶର୍ମା, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ସଚିବ ବିନୋଦ କୁମାର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଯୁଗ୍ମ ଶାସନ ସଚିବ ପରମେଶ୍ୱରନ ବି, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଧୀରେନ୍‍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏକକ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବା ଲାଗି ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ସାମ୍‍ସ ମାଧ୍ୟମରେ ଉପସ୍ନାତକରେ ହେଉଥିବା ନାମଲେଖା ପ୍ରକ୍ରିୟାକୁ ଅଗଷ୍ଟ ୧୪ ତାରିଖ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତି ହୋଇଛି । ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶନ ପରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରାଯିବ ଓ ଏହା ଗୋଟିଏ ଚରଣରେ ସରିବ ।

ସେହିଭଳି ସେମିଷ୍ଟାର ପରୀକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ ପାଇଁ ନୀତିଗତ ନିଷ୍ପତି ହୋଇଛି । ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ଅନୁସରଣ କରାଯିବ । ସର୍ଭଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ପରୀକ୍ଷା ତଥା ନେଟ୍‍ ପରୀକ୍ଷାରେ ସଫଳତା ହାସଲ କରବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ଆଜିର ବୈଠକରେ ସ୍ଥିର ହୋଇଛି । ବୈଠକରେ ୧୨ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେଇ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।