ପହଞ୍ଚିଲା ସ୍ମାର୍ଟ ସାଇକେଲ

ସ୍ମାର୍ଟ ସିଟିରେ ପହଞ୍ଚିଛି ସ୍ମାର୍ଟ ସାଇକେଲ । ସାଧାରଣ ଲୋକେ ଏହାକୁ ଭଡାରେ ନେଇ ସହରରେ ବୁଲି ପାରିବେ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଲାଗି ୨୦୦୦ ସାଇକେଲ ପହଞ୍ଚିଛି

ପ୍ରଦୂଷଣ ମୁକ୍ତ ସହର ପାଇଁ ବିଶ୍ୱକପ୍‍ ହକିକୁ ଦୃଷ୍ଟିରେ ରଖି ଏହି ସାଇକେଲ ଗୁଡିକ ଅଣାଯାଇଛି । ପ୍ରତ୍ୟେକ ବସ୍‍ ବେ ରେ ଏହା ଉପଲବ୍ଧ ହେବ । ଯେଉଁମାନେ ସାଇକେଲ କ୍ଲବର ସଦସ୍ୟ ହେବେ ସେମାନେ ପ୍ରଥମ ୩୦ ମିନିଟ୍‍ ମାଗଣାରେ ଚଳାଇବେ ଓ ପରବର୍ତ୍ତୀ ସମୟ ପାଇଁ ଅର୍ଥ ଦେବାକୁ ପଡିବ ।

ଏହି ପ୍ରକଳ୍ପକୁ ସୁରୁଖୁରୁରେ ଚଳାଇବା ଓ ବ୍ୟବହାରକାରୀମାନେ ଯେଭଳି ସୁବିଧାରେ ଅର୍ଥ ପ୍ରଦାନ କରିବେ ସେଥିପାଇଁ ମୋବାଇଲ୍‍ ଆପ୍‍ ପ୍ରସ୍ତୁତ ହୋଇଛି ।

ଭୁବନେଶ୍ୱରରେ ପହଞ୍ଚିଥିବା ୨୦୦୦ ସାଇଲେ ମଧ୍ୟରେ ୧୦୦୦ ଟି ହିରୋ କମ୍ପାନୀର ହେକ୍ସି ବାଇକ୍‍ ହୋଇଥିବାବେଳେ ୟାନା ଓ ୟୁଲୁ କମ୍ପାନୀର ୫୦୦ଟି କରି ରହିଛି । ସହରର ରାସ୍ତାରେ ଚଳାଚଳ କରିବାପାଇଁ ଏହି ସାଇକେଲ ଗୁଡିକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି ।

ସହରର ଐତିହ୍ୟସ୍ଥଳୀ ସମେତ ଇନ୍‍ଫୋସିଟିରେ ଏହି ସାଇକେଲ ଉପଲବ୍ଧ ହେବ । ବିଶ୍ୱକପ୍‍ ହକି ମ୍ୟାଚ୍‍ ପୂର୍ବରୁ ଏଠାରେ ସାଇକେଲ ଉପଲବ୍ଧ ହେବବୋଲି ସୂଚନା ଦିଆଯାଇଛି ।