୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ଅନିଶ୍ଚିତତାରେ ଓକିଲ ଆନ୍ଦୋଳନ

ଦୀର୍ଘ ନଅ ସପ୍ତାହ ଧରି ଓଡିଶାରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଆଉ ଆଗକୁ ବଢିବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଆସନ୍ତା ୯ତାରିଖରେ ଜଣାପଡିବ । ଯଦି ଆନ୍ଦୋଳନ ପ୍ରତ୍ୟାହୃତ ହୁଏ ତେବେ ଆସନ୍ତା ୧୨ ତାରିଖରୁ ପୁଣି ସ୍ୱାଭାବିକ ଭାବେ କୋର୍ଟକାର୍ଯ୍ୟ ଚାଲିବ । କିନ୍ତୁ ଏହା ପ୍ରତ୍ୟାହୃତ ନହେଲେ ଅଚଳାବସ୍ଥା ଜାରି ରହିପାରେ ।

ଏଠାରେ ଉଲ୍ଲେଖନୀୟ ଯେ କଟକ ସହରରେ ଜଣେ ଆଇନ୍‍ଜୀବୀଙ୍କୁ ଏକ ଦୁର୍ଘଟଣା ମାମଲାରେ ଥାନାକୁ ନେଇ ପୁଲିସ୍‍ ମାଡଦେବା ଭଳି ଗୁରୁତର ଅଭିଯୋଗ କରି ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ଅଗଷ୍ଟ ୨୯ତାରିଖରୁ ଓଡିଶା ହାଇକୋର୍ଟ ଓକିଲ ସଂଘଙ୍କ ଆହ୍ୱାନ କ୍ରମେ ସାରା ଓଡିଶାରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ହାଇକୋର୍ଟ, ସ୍ୟାଟ୍‍, ସମେତ ବିଭିନ୍ନ ଟ୍ରିବ୍ୟୁନାଲ ଏବଂ ଦେୱାନୀ ଓ ଫୌଜଦାରୀ ଅଦାଲତ ଗୁଡିକରେ କୌଣସି ଓକିଲ ମାମଲା ପରିଚାଳନା କରୁନାହାନ୍ତି ।

ଅନ୍ୟଏକ ମାମଲାର ଶୁଣାଣି ବେଳେ ସୁପ୍ରିମ୍‍କୋର୍ଟ ଓକିଲମାନଙ୍କୁ କାର୍ଯ୍ୟରେ ଯୋଗ ଦେବାପାଇଁ କହିଥିଲେ ମଧ୍ୟ ତାହା ଫଳବତୀ ହୋଇନାହିଁ । ଇତି ମଧ୍ୟରେ ଉକ୍ତ ମାମଲାର ଅଗ୍ରଗତି ସମ୍ପର୍କରେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ପୁଲିସ୍‍ ନିୟମିତ ରିପୋର୍ଟ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି ।

ଆନ୍ଦୋଳନ ଥମି ଆସୁଥିବାବେଳେ ବିଜେଡି ଲିଗାଲ ସେଲ୍‍ ପକ୍ଷରୁ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ୟମ ହୋଇଥିଲା । ଏ ପ୍ରସଙ୍ଗରେ ଆନ୍ଦୋଳନ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉକ୍ତ ଗଣ୍ଡଗୋଳ ପ୍ରସଙ୍ଗରେ ବି ଥାନାରେ ମାମଲା ରୁଜୁ ହୋଇଛି ।

ନିକଟରେ ଓଡିଶାର ସମସ୍ତ ଓକିଲ ସଂଘର ପ୍ରତିନିଧିମାନେ କଟକରେ ଏକତ୍ରିତ ହୋଇ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ହାଇକୋର୍ଟ ଓକିଲସଂଘ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଗତ ବୈଠକର ନିଷ୍ପତ୍ତି ମୁତାବକ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଓକିଲମାନଙ୍କ ଆନ୍ଦୋଳନ ବଳବତ୍ତର ରହିଛି ଓ ସେଦିନ ପୁର୍ନବାର ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ମାସ ମାସ ଧରି ଆଇନ୍‍ ଅଦାଲତ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଚଳ ହୋଇ ରହିବା ଫଳରେ ଜେଲ୍‍ ଗୁଡିକରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ଢେର ବଢିଯାଇଛି । ଅନେକ ଜେଲ୍‍ରେ କଏଦୀ ରଖିବାକୁ ଜାଗା ନଥିବାରୁ ଗୋଟିଏ ଗୋଟିଏ ପ୍ରକୋଷ୍ଠରେ ଦେଢଗୁଣରୁ ଅଧିକ କଏଦୀଙ୍କୁ କେତେକ ଜେଲ୍‍ରେ ରଖାଯାଇଛି ।

ପରିସ୍ଥିତିର ଗମ୍ଭୀରତାରକୁ ଉପଲବ୍ଧି କରି ବିଚାରପତିମାନେ ଜେଲ୍‍ରେ କ୍ୟାମ୍ପ୍‍କୋର୍ଟ କରି ବିଚାରାଧିନ କଏଦୀମାନଙ୍କ ଜାମିନ ସଂକ୍ରାନ୍ତୀୟ ମାମଲା ଶୁଣିବାକୁ କହିଛନ୍ତି । ତେବେ ବହୁସ୍ଥାନରେ ଓକିଲମାନେ ବିଚାରପତିମାନଙ୍କୁ ଜେଲ୍‍ ଭିତରକୁ ଛାଡୁ ନଥିବାରୁ ସମସ୍ୟା ଗୁରୁତର ହେବାରେ ଲାଗିଛି ।

ଏଣେ ଦୁଇମାସ ଧରି ମୋକଦ୍ଦମା ଶୁଣାଣି କିମ୍ବା ଫଏସଲା ହୋଇପାରୁନଥିବାବେଳେ ବିଚାରାଳୟ ପରିଚାଳନା ବାବଦରେ ରାଜକୋଷରୁ କିନ୍ତୁ ଅର୍ଥ ଖର୍ଚ୍ଚ ଚାଲିଛି । ଅନେକ ସ୍ଥାନରେ ସରକାରୀ ପ୍ୟାନେଲର ଓକିଲମାନେ ଆନ୍ଦୋଳନରେ ଅଂଶଗ୍ରହଣକରି କୋର୍ଟକୁ ଆସୁନଥିବା ଲକ୍ଷ୍ୟ କରାଯାଉଛି ।