ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ବିନା ଦରମାରେ ୨୦ବର୍ଷ

ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହିତ ୫୧ ଜଣ ଶିକ୍ଷକ ସେମାନଙ୍କ ପାଉଣାପାଇଁ ପ୍ରାୟ ୨୦ବର୍ଷ ଧରି ଦଉଡୁଛନ୍ତି । ଅଦାଲତ ନିର୍ଦ୍ଦେଶ ବଳରେ ୩ଜଣ ଶିକ୍ଷକ ଦରମା ପାଇଥିବାବେଳେ ଅନ୍ୟମାନେ ଏବେ ବିଭିନ୍ନ ସ୍ତରରେ ଗୁହାରି କରିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୫୪ ଜଣ ଶିକ୍ଷକ ଅତରିକ୍ତ ସେକ୍ସନ ଶିକ୍ଷକ ପଦବୀରେ ନିଯୁକ୍ତ ହୋଇଥିଲେ । ଏହି ହାଇସ୍କୁଲ ଗୁଡିକ ୧୯୯୪ ମସିହାରେ ଗ୍ରାଣ୍ଟ-ଇନ୍‍-ଏଡ୍‍ ପାଇଥିବାବେଳେ ଏହା ପୂର୍ବରୁ ଏହି ଅତିରିକ୍ତ ଶିକ୍ଷକମାନେ ନିଯୁକ୍ତ ହୋଇଥିଲେ । ଗ୍ରାଣ୍ଟ-ଇନ୍‍-ଏଡ୍‍ ହାରରେ ବେତନ ପାଇବାପାଇଁ ଏମାନଙ୍କ ମଧ୍ୟରୁ ୨ଜଣ ଶିକ୍ଷା ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ । ଟ୍ରିବ୍ୟୁନାଲ ଏମାନଙ୍କ ସପକ୍ଷରେ ରାୟ ଦେବାପରେ ସରକାର ରାୟ ବିରୁଦ୍ଧରେ ଓଡିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଆବେଦନକୁ ଖାରଜ କରିଦେବାପରେ ଏହା ବିରୁଦ୍ଧରେ କର୍ତୃପକ୍ଷ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‍କୋର୍ଟ ଶିକ୍ଷା ଟ୍ରିବୁନାଲର ରାୟକୁ କାଏମ ରଖିବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ମାମଲା ରୁଜୁ କରିଥିବା ୨ଜଣ ଶିକ୍ଷକଙ୍କୁ ୨୦୧୪ ମସିହାରେ ପିଛିଲାଭାବେ ୧୯୯୪ ମସିହା ଜୁନ୍‍ ଏକ ତାରିଖରୁ ବେତନ ପ୍ରଦାନ କରାଯାଇଥିଲା । ପୂର୍ବରୁ ଆଉଜଣେ ଶିକ୍ଷକ ୧୯୯୬ ମସିହାରୁ ବେତନ ପାଇ ଆସୁଛନ୍ତି ।

ହେଲେ ଅନ୍ୟମାନେ ଏଥିରୁ ବଞ୍ôଚତ ହୋଇଛନ୍ତି । ଏମାନଙ୍କ ନଥି ଅର୍ଥ ବିଭାଗରେ ପହଞ୍ôଚବାରୁ ସେଠାରୁ ଏହି ଶିକ୍ଷକମାନଙ୍କ ଚାକିରି ସଂକ୍ରାନ୍ତରେ ତଦନ୍ତକରି ଜଣାଇବାକୁ ଜିଲ୍ଲାପାଳମାନଙ୍କ କୁହାଯାଇଥିଲା । ଜିଲ୍ଲାପାଳମାନେ ଏହି ଶିକ୍ଷକମାନଙ୍କ ଚାକିରି ସଂକ୍ରାନ୍ତରେ ସକରାତ୍ମକ ରିପୋର୍ଟ ଦେବାପରେ ଏମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସର୍ତଥିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏମାନଙ୍କ ବୈଧ ପ୍ରମାଣପତ୍ର ଦେବେ । ନିର୍ଦ୍ଦେଶାଳୟରୁ ୨୦୧୨ ମସିହାରେ ଏହା ବି ମିଳିଥିଲା ।

ହେଲେ ତାହାକୁ ଅର୍ଥ ବିଭାଗକୁ ପଠାଇବା ପରିବର୍ତେ କର୍ତୃପକ୍ଷ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ବିଭାଗ ପକ୍ଷରୁ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ପଦବୀର ତଥ୍ୟ ମାଗିଥିବାବେଳେ ତାହା ବି ୨୦୧୫ ମସିହାର ପ୍ରଦାନ କରାଯାଇଛି । କିନ୍ତୁ ଏହି ଶିକ୍ଷକମାନଙ୍କୁ ଦରମା ମିଳିପାରୁ ନାହିଁ ।

ଇତି ମଧ୍ୟରେ ବେତନରୁ ବଞ୍ôଚତ ଜଣେ ଶିକ୍ଷକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନେ ତିନି ରୁ ଚାରିବର୍ଷ ମଧ୍ୟରେ ଅବସର ନେଇଯିବେ । ଗୋଟିଏ ବ୍ୟବସ୍ଥାରେ ନିଯୁକ୍ତ ହୋଇଥିବାବେଳେ ଶିକ୍ଷକମାନଙ୍କ ମଧ୍ୟରୁ ୩ଜଣ ବେତନ ପାଉଥିବାବେଳେ ଅନ୍ୟମାନେ ଏବେ ବିନା ବେତନରେ ଖଟୁଛନ୍ତି । ଏମାନେ କିଭଳି ଅଦାଲତକୁ ଯାଇ ମାମଲା ରୁଜୁ କରିବେ ସେଥିପାଇଁ ବାଧ୍ୟ କରାଯାଉଥିବାବେଳେ ଅର୍ଥାଭାବରୁ ତାହା ସମ୍ଭବ ନୁହେଁ ବୋଲି ଶିକ୍ଷକମାନେ ଦର୍ଶାଇବା ସହିତ ତୁରନ୍ତ ସେମାନଙ୍କୁ ଦରମା ପ୍ରଦାନ ଲାଗି ଉଚ୍ଚ କର୍ତୃପକ୍ଷଙ୍କୁ ଆକୁଳ ନିବେଦନ କରିଛନ୍ତି । (ତଥ୍ୟ)