ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳା ପଛରେ

ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ବି ଓଡିଶାର ମହିଳାମାନେ ବହୁ ପଛରେ ରହିଛନ୍ତି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଂଖ୍ୟାଧିକ ମହିଳା କଲେଜ ମାଟି ମାଡିନାହାନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟରେ ଏହି ଉଦ୍‍ବେଗଜନକ ତଥ୍ୟ ଜଣାପଡିଛି ।

ଏହି ରିପୋର୍ଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ଓଡିଶାର ମାତ୍ର ୨୬.୭ ପ୍ରତିଶତ ମହିଳା ୧୦ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ସ୍କୁଲରେ ପାଠପଢିଛନ୍ତି । ଅର୍ଥାତ୍‍ ୭୩ ପ୍ରତିଶତରୁ ଅଧିକ ମହିଳା ଆମ ରାଜ୍ୟରେ ଦଶମଶ୍ରେଣୀ ଟପି ନାହାନ୍ତି । ଅନ୍ୟ ପକ୍ଷରେ ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୩୫.୭ ପ୍ରତିଶତ ମହିଳା ଦଶବର୍ଷ କିମ୍ବା ତଦୁଦ୍ଧ୍ୱର୍ ସମୟ ବିଦ୍ୟାଳୟରେ କାଟିଥିବାବେଳେ ୬୪.୩ ପ୍ରତିଶତ ଏଥିରୁ ବଞ୍ôଚତ ହୋଇଛନ୍ତି । ଆମ ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ଏହି ହାର ୮୯.୩ ପ୍ରତିଶତ ରହିଥିବାବେଳେ ନୂଆପଡାରେ ଏହା ୮୦.୧ ପ୍ରତିଶତ ରହିଛି । ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, କନ୍ଧମାଳ, ବୌଦ ଓ କଳାହାଣ୍ଡି ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ମହିଳା ଦଶବର୍ଷ କିମ୍ବା ତଦୁର୍ଦ୍ଧ ସମୟପାଇଁ ସ୍କୁଲରେ ପଢିପାରିନାହାନ୍ତି ।

ବଲାଙ୍ଗିର, ନୟାଗଡ, ଗଞ୍ଜାମ, ମୟୁରଭଞ୍ଜ, ବରଗଡ, ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ୨୧ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ମହିଳା ବିଦ୍ୟାଳୟରେ ୧୦ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପଢିଛନ୍ତି । ଅର୍ଥାତ୍‍ ଏହି ଜିଲ୍ଲା ଗୁଡିକରେ ୭୦ ପ୍ରତିଶତରୁ ଅଧିକ ମହିଳାଙ୍କର କଲେଜ ପଢିବା ସୌଭାଗ୍ୟ ଆସିନାହିଁ । ଜାତୀୟ ପରିବାର ମହିଳା ସର୍ଭେ-୪ ରିପୋର୍ଟର ସର୍ବଶେଷ ତଥ୍ୟ ଅନୁଯାୟୀ ଖୋରଧା, ଜଗତ୍‍ସିଂହପୁର, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ଅପେକ୍ଷାକୃତ ଅଧିକ ପ୍ରତିଶତ ମହିଳା ବିଦ୍ୟାଳୟରେ ୧୦ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପଢିଛନ୍ତି । ଖୋରଧା ଓ ଜଗତ୍‍ସିଂହପୁର ଜିଲ୍ଲାରେ ହି ହାର ୩୮ ପ୍ରତିଶତ ଥିବାବେଳେ ଝାରସୁଗୁଡା ଓ ଯାଜପୁରରେ ଏହା ଯଥାକ୍ରମେ ୩୬ ଓ ୩୫ ପ୍ରତିଶତ ରହିଛି । ସୁନ୍ଦରଗଡ ଜିଲ୍ଲାରେ ଏହି ହାର ୩୪.୯ ପ୍ରତିଶତ ଥିବାବେଳେ ଢେଙ୍କାନାଳ, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହା ୩୦ ରୁ ୩୪ ପ୍ରତିଶତ ମଧ୍ୟରେ ରହିଛି । ମୋଟାମୋଟି ଭାବେ ଏହି ୧୧ଟି ଜିଲ୍ଲାର ୬୧ରୁ ୬୯ ପ୍ରତିଶତ ପର୍ଯ୍ୟନ୍ତ ମହିଳା ଉଚ୍ଚଶିକ୍ଷା ସୁଯୋଗରୁ ବଞ୍ôଚତ ହୋଇଥିବା ଉକ୍ତ ରିପୋର୍ଟ ବିଶ୍ଳେଷଣରୁ ସ୍ପଷ୍ଟ ଜଣାପଡୁଛି ।

ଏଠାରେ ଉଲ୍ଲେଖନୀୟ ଆମ ଦେଶର ସର୍ବଶେଷ ଜନଗଣନା ଅନୁଯାୟୀ ଓଡିଶାରେ କୋଟିଏରୁ ଅଧିକ ଲୋକ ନିରକ୍ଷର ଥିବାବେଳେ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ହେଉଛନ୍ତି ମହିଳା । ଏହି ହିସାବ ମୁତାବକ ରାଜ୍ୟରେ ମହିଳା ନିରକ୍ଷରଙ୍କ ହାର ପ୍ରାୟ ୩୬ପ୍ରତିଶତ । ସେହିପରି ରାଜ୍ୟରେ ପ୍ରଥମରୁ ଦଶମଶ୍ରେଣୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ କହୁଥିବାବେଳେ ଏହି ପାଠ ଛାଡୁଥିବା ପିଲାଙ୍କ ମଧ୍ୟରେ ଅନୁସୂଚିତ ଜନଜାତିବର୍ଗର ବାଳିକାଙ୍କ ହାର ଅତ୍ୟନ୍ତ ଉଦ୍‍ବେଗଜନକ । (ତଥ୍ୟ)