ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଭାରତ ଐତିହ୍ୟ ଉତ୍ସବ

ଓଡ଼ିଶା ଆଦିବାସୀ ସଂସ୍କୃତି ଗବେଷଣା ଓ ପ୍ରଦର୍ଶନ କଳା ଏକାଡ଼େମୀ ଆନୁକୂଲ୍ୟରେ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସହଯୋଗ କ୍ରମେ ଭୁବନେଶ୍ୱରଠାରେ ‘ଭାରତ ଐତିହ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି ।

ଏକାଡ଼େମୀର ଅଧ୍ୟକ୍ଷ ପ୍ରସିଦ୍ଧ ବଂଶୀବାଦକ ଡ. ମୋହିନୀ ମୋହନ ପଟ୍ଟନାୟକ ଉତ୍ସବର ପ୍ରତି ସନ୍ଧ୍ୟାରେ ପୌରୋହିତ୍ୟ କରିଥିଲେ ।

ସ୍ଥାନୀୟ ଏକାମ୍ର ହାଟରେ ତିନିଦିନ ବ୍ୟାପୀ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ କୋଲକତାର ଶିଳ୍ପୀମାନଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସଙ୍ଗୀତ ଏବଂ ଓଡ଼ିଶାର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ଗୁରୁ ଶ୍ରୀନିବାସ ଶତପଥୀ ଓ ଗୁରୁ ଜବାହର ମିଶ୍ରଙ୍କ ଯୁଗଳବନ୍ଦୀ ବଂଶୀବାଦନ ପରିବେଷିତ ହୋଇଥିଲା । ସେହି ସନ୍ଧ୍ୟାରେ କୋଲକତାର ପଣ୍ଡିତ ପ୍ରୀତମ୍ ବାନାର୍ଜୀ ବଂଶୀରେ ବିଭିନ୍ନ ରାଗ ପରିବେଷଣ କରିଥିବା ବେଳେ ପଣ୍ଡିତ ସମୀର ନନ୍ଦୀ ତବଲାରେ ସହଯୋଗ କରିଥିଲେ ।

ତୃତୀୟ ସନ୍ଧ୍ୟାରେ ଗୁରୁ ପଙ୍କଜ ଚରଣ ଫାଉଣ୍ଡେସନର ୨୫ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରଫେସର ଭବାନୀ ଚରଣ ବିଶ୍ୱାଳଙ୍କ ଦିଗ୍ଦର୍ଶନରେ ୨୫ଜଣ ଛଉ ନୃତ୍ୟଶିଳ୍ପୀ ସମବେତ ନୃତ୍ୟ ପରିବେଷଣ କରିଥିଲେ ।