ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ରାଜ୍ୟସଭାରେ ଓଡିଶା ଉପେକ୍ଷିତ

ଓଡିଶାରୁ ଏଯାବତ୍‍ କେହି ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ଯାଇ ନାହାନ୍ତି । ରାଜ୍ୟସଭାର ୨୫୦ଟି ଆସନ ମଧ୍ୟରୁ ୧୨ଟି ଆସନ ଲାଗି ରାଷ୍ଟ୍ରପତି ସଦସ୍ୟ ମନୋନୟନ କରନ୍ତି, ଏଥିଲାଗି ନିର୍ବାଚନ ହୁଏନାହିଁ ।

ରାଜ୍ୟସଭା ଗଠନ ଠାରୁ ଏଯାବତ୍‍ କେନ୍ଦ୍ର ସରକାର ଓଡିଶାରୁ ଜଣେ ହେଲେ କାହାକୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟଲାଗି ଯୋଗ୍ୟ ବିବେଚନା କରିନାହାନ୍ତି । ଏ ପ୍ରସଙ୍ଗରେ ଓଡିଶାରେ ସରକାରୀ, ବେସରକାରୀ ଓ ରାଜନୈତିକ ସ୍ତରରେ ସେମିତି କିଛି ଜୋରଦାର ଦାବି ଉଠିନାହିଁ ।

ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, କଂଗ୍ରେସ ଓ ବିଜେପି ବିଭିନ୍ନ ସମୟରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିଣାଇ ରାଜ୍ୟସଭା ପଠାଇବାରେ ବ୍ୟସ୍ତ । ଏଠାରେ ଉଲ୍ଲେଖନୀୟ ଯେ ଓଡିଶାପାଇଁ ରାଜ୍ୟସଭାରେ ୧୦ଜଣ ନିର୍ବାଚିତ ସଦସ୍ୟଙ୍କ ଲାଗି ଆସନ ରହିଛି । ଏଥିରୁ ଏବେ ମାତ୍ର ଜଣେ କଂଗ୍ରେସ ସଦସ୍ୟ ଥିବାବେଳେ ୮ଜଣ ବିଜେଡି ଓ ଅନ୍ୟଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି । ଚଳିତ ରାଜ୍ୟସଭା ନିର୍ବାଚନପରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୯ରେ ପହଞ୍ôଚବ ।

ଓଡିଶାରୁ ଯଦି କାହାକୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟଭାବେ ରାଜ୍ୟସଭାରେ ସ୍ଥାନ ମିଳେ ତେବେ ରାଜ୍ୟସଭାରେ ପ୍ରତିନିଧିତ୍ୱ ବଢିବା ସହିତ ୬୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଓଡିଶାକୁ ଯେପରି ଅବହେଳା କରାଯାଇଛି ସେଥିରୁ ନିସ୍ତାର ମିଳିପାରନ୍ତା । ଏଠାରେ ଉଲ୍ଲେଖନୀୟ ଯେ ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ମନୋନୀତ ସଦସ୍ୟଭାବେ ରାଷ୍ଟପ୍ରତି ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଓଡିଶାରେ ସାହିତ୍ୟ, ସମାଜସେବା, କ୍ରୀଡା, ଚଳଚିତ୍ର, କଳା ଭାଷ୍କର୍ଯ୍ୟ, ବିଜ୍ଞାନ, ଆଇନ୍‍, ସାମ୍ବାଦିକତା ଆଦି କ୍ଷେତ୍ରରେ ବହୁ ବିଦ୍ୱାନ ରହିଥିଲେ ମଧ୍ୟ ସେମାନଙ୍କୁ ଏ କ୍ଷେତ୍ରରେ ଅଣଦେଖା କରାଯାଇଛି ।