ଆଜି ଓଡିଶା ବନ୍ଦ  ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ  ସଂଗଠନକୁ ବିଜେପି ଓ କଂଗ୍ରେସର ସମର୍ଥନ  ବନ୍ଦକୁ ଦୃଷ୍ଟିରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ବନ୍ଦରୁ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାଦ୍‍ ଦେବାକୁ ଚାଷୀ ସଂଠଗନର ଘୋଷଣା  

ଉପସ୍ଥାନ ପାଇଁ ପୁରସ୍କାର

ପିଲାମାନେ ଯେଭଳି ପ୍ରତିଦିନ ବିଦ୍ୟାଳୟକୁ ଆସିବେ ସେଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି “ସବୁଦିନ ସ୍କୁଲ, ଉପସ୍ଥାନ-୨୦୧୮ ଅଭିଯାନ’’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଶୁଭାରମ୍ଭ କରିଛନ୍ତି ।

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିବା ସହିତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ଅଭିଯାନରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିମାନଙ୍କୁ ସାମିଲ କରାଯାଇ ପ୍ରତିଦିନ ସ୍କୁଲ ଯିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯିବ ।

ଏଥି ସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ଜରିଆରେ ମଧ୍ୟ ସଚେତନତା ସୃଷ୍ଟି କରାଯିବାର ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ୟୁନିସେଫ୍‍ର ପ୍ରତିନିଧି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।