୧୫ ଦିନିଆ ରିପୋର୍ଟ ଦିଅ

ଜିଲ୍ଲାରେ କଂଗ୍ରେସ ପକ୍ଷରୁ କି ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ସେ ସଂକ୍ରାନ୍ତରେ ପ୍ରତି ୧୫ ଦିନରେ ରିପୋର୍ଟ ଦେବାକୁ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ କୁହାଯାଇଛି ।

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ଦୁଇ ଦିନିଆ ବୈଠକରେ ଏହା କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏଥି ସହିତ ରାଜଧାନୀରେ ବସି ରାଜନୀତି କରିବା ବଦଳରେ ଗାଁ ଗହଳର ଲୋକଙ୍କ ନିକଟକୁ ଯାଇ କାର୍ଯ୍ୟ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି । ଯେଉଁ ନେତା ଲୋକଙ୍କ ନିକଟରେ ଥିବା ପ୍ରମାଣ ମିଳିବ ସେମାନଙ୍କୁ ହିଁ ଆଗାମୀ ନିର୍ବାଚନରେ ଟିକସ ମିଳିବ ବୋଲି ସେ ଚେତାଇ ଦେଇଛନ୍ତି ।

ଦୁଇ ଦିନିଆ ଏହି ବୈଠକରେ ଦକ୍ଷିଣାଚଂଳ ୧୦ ଗୋଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ଆଲୋଚିତ ହେବା ସହ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି ।

ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଂଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜିଲ୍ଲା କାର୍ଯ୍ୟାଳୟଗୁଡିକ ପ୍ରତ୍ୟହ ୬ ରୁ ୮ ଘଂଟା ଖୋଲା ରଖିବା ଓ ଜିଲ୍ଲା କାର୍ଯ୍ୟାଳୟରେ ଜଣେ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ସାଂଗକୁ ରାଜ୍ୟ ଓ ଜାତୀୟ ଘଟଣା ବଦଳରେ ଆଂଚଳିକ ସମସ୍ୟା ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇବାକୁ କୁହାଯାଇଛି ।

ବ୍ଲକ କଂଗ୍ରେସ ସଭାପତିମାନଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନ୍ର ଦାୟିତ୍ୱ ବଂଟନ କରିବା, ଜିଲ୍ଲା ଅଧିନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ସଭାର କାର୍ଯ୍ୟସୂଚୀ ଚୂଡାନ୍ତ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏବଂ ଏଆଇସିସି ସଂପାଦକମାନଙ୍କୁ ଅବଗତ କରିବା ଓ ପ୍ରତି ଜିଲ୍ଲା ଏବଂ ପିସିସିର ସାଂଗଠନିକ ଜିଲ୍ଲାମାନଙ୍କରେ ହ୍ୱାଟ୍ସପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ଜିଲ୍ଲା କଂଗ୍ରେସ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୈଠକରେ ଅଭିଷେକ ମହାନନ୍ଦ ସୋସିଆଲ ମିଡିଆ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ ।

ଏହି ବୈଠକରେ ସର୍ବଶ୍ରୀ ପ୍ରଦୀପ ମାଝୀ, କାର୍ଯ୍ୟକାରୀ ସଭାପତି ପିସିସି, ଅନିଲ୍ ଚୌଧୁରୀ, ସଂପାଦକ, ଏଆଇସିସି, ଆଦିତ୍ୟ ଶର୍ମା, ଯୁଗ୍ମ ସଂପାଦକ, ଏଆଇସିସି ଉପସ୍ଥିତ ଥିବା ବେଳେ ଦକ୍ଷିଣାଚଂଳ ଜୋନ୍ର ୧୦ଗୋଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥ