ଆଜି ଓଡିଶା ବନ୍ଦ  ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ  ସଂଗଠନକୁ ବିଜେପି ଓ କଂଗ୍ରେସର ସମର୍ଥନ  ବନ୍ଦକୁ ଦୃଷ୍ଟିରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ବନ୍ଦରୁ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାଦ୍‍ ଦେବାକୁ ଚାଷୀ ସଂଠଗନର ଘୋଷଣା  

ବଜ୍ରପାତ ସୂଚନା ପାଇଁ ଲାଗିବ ସେନ୍‍ସର

ବଜ୍ରପାତ ଭଳି ବିପଦକୁ ଟାଳିବାପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଆମେରିକୀୟ ସଂସ୍ଥା ଆର୍ଥ ନେଟ୍‍ୱାର୍କ ସହିତ ସପ୍ତାହକ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସ୍‍ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ।

ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେରିକୀୟ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷରିତ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନର ବଜ୍ରପାତ ସେନ୍‍ସର ଲଗାଯିବ ।

ଏହା ମାଧ୍ୟମରେ କୌଣସି ସ୍ଥାନରେ ବଜ୍ରପାତ ହେବାକୁ ଥିଲେ ତାହାର ଆଗୁଆ ସୂଚନା ମିଳିପାରିବ । ଫଳରେ ସେହି ଅଞ୍ଚଳର ଲୋକଙ୍କୁ ଗଣମାଧ୍ୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଜରିଆରେ ଆଗୁଆ ସତର୍କ କରାଯାଇ ପାରିବ ।

ଏଥି ସହିତ ବଜ୍ରପାତ ଆଶଙ୍କା ଥିବା ବିଭିନ୍ନ ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳ ଆଦିରେ ବଜ୍ରପାତ ନିରୋଧ ସାମଗ୍ରୀ ଲଗାଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବଜ୍ରପାତ ଏବେ ରାଜ୍ୟରେ ଅନ୍ୟତମ ବିପଦ ଭାବେ ଉଭା ହୋଇଛି । ଗତ ୨୨ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଜଣ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଥିବାବେଳେ କେବଳ ଗତ ତିନିଦିନରେ ୧୮ଜଣଙ୍କ ଜୀବନ ଗଲାଣି ।

ଏହି ପ୍ରାକୃତିକ ବିପଦ ସଂକ୍ରାନ୍ତରେ ଆଗୁଆ ସତର୍କ ସୂଚନା ମିଳିଲେ ଧନଜୀବନ କ୍ଷତିକୁ ରୋକାଯାଇ ପାରିବ ବୋଲି ବିଶେଜ୍ଞମାନେ ମତ ଦେଉଥିବାବେଳେ ଆମେରିକୀୟ ସଂସ୍ଥା ସହ ରାଜିନାମା ପରେ କିଛିଟା ସୁଫଳ ମିଳିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।