ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ନିଶା ବିରୁଦ୍ଧରେ ବିଜୁ ଯୁବ ବାହିନୀ

ନିଶା ନିବାରଣ ଅଭିଯାନରେ ଖୋଲାଖୋଲି ଭାବେ ସାମିଲ ହୋଇଛି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ତତ୍ତ୍ୱାବଧାନରେ ଗଠିତ ‘ବିଜୁ ଯୁବ ବାହନୀ’ ।

ସମଗ୍ର ରାଜ୍ୟରେ ବିକ୍ଷିପ୍ତ ଭାବେ ମଦମୁକ୍ତି ଅଭିଯାନ ଚାଲିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସକ୍ରିୟ ଅଂଶଗ୍ରହଣ ନିଶା ନିବାରଣ ଆନ୍ଦୋଳନରେ ପ୍ରବକ୍ତାମାନଙ୍କୁ ଉତ୍ସାହିତ କରିଛି ।

ଓଡ଼ିଶା ସରକାର ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପ୍ରତିପାଳନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ପ୍ରତିପାଳନର ପ୍ରଥମ ଦିନରେ ବିଜୁ ଯୁବ ବାହିନୀ ପକ୍ଷରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିଶା ସେବନ ନ କରବା ଲାଗି ଲକ୍ଷାଧିକ ଯୁବକ ଯୁବତୀ ଶପଥପାଠ କରିଛନ୍ତ । ଏହାଛଡ଼ା କେଉଁଠି ‘ନିଶା କୁ ନା’ ତ ଆଉ କେଉଁଠି ‘ମଦକୁ ନାଁ’ ଶୀର୍ଷକ ଆକର୍ଷଣୀୟ ବିଜ୍ଞାପନ ହୋର୍ଡିଂମାନ ସମଗ୍ର ରାଜ୍ୟରେ ଲଗାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୩ ଏପ୍ରିଲ୍‍ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବନୀତି ଘୋଷଣା କରିଥିଲେ ।

ଏଥିରେ ଅନ୍ୟାନ୍ୟ ବିଷୟ ସମେତ ଓଡ଼ିଶାରେ ନିଶା ପ୍ରସାରଣ ଏବଂ ଯୁବପିଢ଼ୀଙ୍କୁ ନିଶା କବଳିତ କରୁଥିବା ଘେନି ଉଦ୍‍ବେଗ ପ୍ରକାଶ କରାଯିବା ସହିତ ମଦମୁକ୍ତ ଗ୍ରାମ ଗଠନ ଏବଂ ନିଶାଡ଼ୀମାନଙ୍କୁ ଉଦ୍ଧାର କରିବା ଲାଗି ‘ନିଶାମୁକ୍ତି କେନ୍ଦ୍ର’ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରାଯାଇଛି ।

କିନ୍ତୁ ଏହି ଯୁବନୀତି ଘୋଷଣାର ସାଢ଼େ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଗାଁକୁ ସରକାର ନିଶାମୁକ୍ତ କରିନଥିବା ଏବଂ ଯୁବ ସମାଜ ମଧ୍ୟରେ ମଦ ସମେତ ଅନ୍ୟାନ୍ୟ ନିଶାର ପ୍ରସାର ବଢି ଚାଲୁଥିବା ଘେନି ସଚେତନ ନାଗରିକମାନେ ଉଦ୍‍ବେଗ ପ୍ରକାଶ କରିଆସୁଛନ୍ତି ।

ଯୁବ କଲ୍ୟାଣ ବିଭାଗ ମଦମୁକ୍ତ ଗାଁ ପ୍ରତିଷ୍ଠା ଲାଗି ସକ୍ରିୟ ନାଗରିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରୁଥିବା ବେଳେ ଅବକାରୀ ବିଭାଗ କିନ୍ତୁ ନିଶା ନିବାରଣ ପରିବର୍ତ୍ତେ ବ୍ୟାପକ ପ୍ରସାରଣ କରିଚାଲିଛି ।

ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏବେ ୩ ଲକ୍ଷରୁ ଅଧିକ ଯୁବକ ଯୁବତୀ ବିଜୁ ଯୁବ ବାହିନୀରେ ସାମିଲ ହୋଇସାରିଛନ୍ତି । ପ୍ରତି ପଞ୍ଚାୟତ ଓ ପୌରସଂସ୍ଥାର ୱାର୍ଡରେ ବିଜୁ ଯୁବ ବାହନୀ ଗଢ଼ା ଚାଲିଛି ।

ଏହି ବାହିନୀ ସୁସ୍ଥ ପଞ୍ଚାୟତ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଉଛି । ଅନ୍ୟପକ୍ଷରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରତି ବ୍ଲକ୍‍ରେ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି ଟଙ୍କା ବରାଦ ହୋଇଛି । ପ୍ରତି ବାହିନୀ ଲାଗି ବାର୍ଷିକ ଦେଢ଼ଲକ୍ଷ ଟଙ୍କାର ଅନୁଦାନ ରାଶିର ବ୍ୟବସ୍ଥା ମଧ୍ୟ ହୋଇଛି । ଇତିମଧ୍ୟରେ ବିଜୁ ଯୁବ ବାହିନୀର ‘ମୁଁ ହିରୋ-ମୁଁ ଓଡ଼ିଶା’ ଅଭିଯାନ ବି ଆରମ୍ଭ ହୋଇଛି ।

ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବକମାନେ ରାଜ୍ୟ ସରକାରଙ୍କ ଯୁବନୀତିରେ ଘୋଷିତ ମଦମୁମକ୍ତ ଗ୍ରାମ ପ୍ରତିଷ୍ଠା ଲକ୍ଷ୍ୟରେ ନିଶା ନିବାରଣ ପାଇଁ ଶପଥ ନେବା ପରଠାରୁ ଗାଁ ଗହଳରେ ନିଶାଡ଼ୀଙ୍କ ସମସ୍ୟା ବଢ଼ୁଛି । ପୂର୍ବରୁ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ମହିଳା ମହାସଂଘ ଆଦି ମଦମୁକ୍ତି ଆନ୍ଦୋନଳରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ।

ଓଡ଼ିଶାର ଦାରିଦ୍ର୍ୟ, ଅନଗ୍ରସରତା ଆଦିର ମୁଖ୍ୟ କାରଣ ନିଶା ହୋଇଥିବା ବେଳେ ସରକାରଙ୍କ ଦ୍ୱାରା ଗଠିତ ବିଜୁ ଯୁବ ବାହିନୀ ନିଶା ନିବାରଣ ପାଇଁ ଆଗାମୀ ଦିନରେ କେତେଦୂର ସଫଳ ହେଉଛି ତାହା ଉପରେ ଏବେ ଅନେକଙ୍କ ନଜର ।