ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଆରମ୍ଭ ହେବ ପଢ଼୍‍ନା ଲିଖ୍‍ନା ଅଭିଯାନ

ଦେଶରେ ସାକ୍ଷରତା ହାର ବୃଦ୍ଧି ଲାଗି କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ‘ପଢ଼୍‍ନା ଲିଖ୍‍ନା ଅଭିଯାନ’ ନାମରେ ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଏଥିପାଇଁ ଓଡ଼ିଶା ସରକାର ତାଙ୍କର ମତ ଦେବାକୁ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପତ୍ର ଲେଖା ଯାଇଛି ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଲେଖା ଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଖୁବ୍‍ଶୀଘ୍ର କ୍ୟାବିନେଟ୍‍ ମଞ୍ଜୁରୀ ପାଇବାକୁ ଯାଉଥିବା ବେଳେ ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରୁଛନ୍ତି । ଏହି ଯୋଜନା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟକାରୀ ହେବ ।

ଏଥିପାଇଁ ଆବଶ୍ୟକ ପଡ଼ୁଥିବା ପାଠ୍ୟୋପକରଣ ଚୟନ ଲାଗି ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି । ସେମାନେ ଏନ୍‍ସିଇଆର୍‍ଟି ଦ୍ୱାରା ପ୍ରସ୍ତୁତ ପାଠ୍ୟ ଖସଡ଼ାରୁ ଆବଶ୍ୟକ ପୁସ୍ତକ ଚୟନ କରିପାରିବେ । ଅଥବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମତି ପାଇଥିବା ସଂସ୍ଥାଠାରୁ ମଧ୍ୟ ଏହା ଆଣିପାରିବେ ।

ଏହି ଯୋଜନାକୁ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଏନ୍‍ଆଇଓଏସ୍‍) ଦ୍ୱାରା କାର୍ଯ୍ୟକାରୀ କରାଯିବ । ଉଭୟ ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଚାହିଁଲେ ଏନ୍‍ଆଇଓଏସ୍‍ ବଦଳରେ ଅନ୍ୟ ସଂସ୍ଥାକୁ ବାଛିପାରିବେ । ଅନ୍ୟ ସଂସ୍ଥା ମଧ୍ୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ, ଏସ୍‍ସିଇଆର୍‍ଟି, ଡିଆଇଇଟି ଆଦି ଥିବା ବେଳେ ଏହି ସଂସ୍ଥାଗୁଡ଼ିକ ସହିତ ଠିକଣା ଭାବେ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବ ।

ଗତ ମାସ ୮ ତାରିଖରେ ନୂଆଦିଲ୍ଲୀଠାରେ ଯୋଜନାର କାର୍ଯ୍ୟକାରିତା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏନ୍‍ସିଇଆର୍‍ଟି ଦ୍ୱାରା ପ୍ରସ୍ତୁତ ଖସଡ଼ା ଉପସ୍ଥାପିତ କରାଯାଇଥିଲା । ରାଜ୍ୟ ସରକାର କେନ୍ଦ୍ରରୁ ଏଭଳି ପତ୍ର ପାଇଲା ପରେ ତାଙ୍କର ମତାମତ ଦେବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ସାକ୍ଷରତା ହାର କମ୍‍ ଥିବା ରାଜ୍ୟର ୧୯ଟି ଜିଲ୍ଲାରେ ସାକ୍ଷର ଭାରତ ଯୋଜନା କାର୍ଯ୍ୟକାରୀ ହେଉଥିଲା । ଏହି ଯୋଜନାରେ ଅକ୍ଷର ଚିହ୍ନି ନଥିବା ବୟସ୍କ ଲୋକମାନଙ୍କୁ ପାଠପଢ଼ା ଯିବା ସହିତ ଜାତୀୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷାର ସୁଯୋଗ ମିଳୁଥିଲା ।

ବର୍ତ୍ତମାନ କେନ୍ଦ୍ର ସରକାର ଅନୁରୂପ ଢାଞ୍ଚାରେ ପଢ଼୍‍ନା ଲିଖ୍‍ନା ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ଏହି ଯୋଜନାରେ ମଧ୍ୟ ପୂର୍ବ ଭଳି ଶିକ୍ଷା ଠାରୁ ଦୂରରେ ଥିବା ବୟସ୍କ ଲୋକମାନେ ସାମିଲ ହେବେ ବୋଲି ଜଣାଯାଇଛି ।