ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ମ୍ୟାଲେରିଆ ନିରାକରଣ ଲାଗି ଆଲୋଚନା

ଆର୍ନ୍ତଜାତୀୟ ସଂସ୍ଥା "ମ୍ୟାଲେରିଆ ନୋ ମୋର'ର ଏସିଆ ପାସିଫିକ୍ର ବରିଷ୍ଠ ନିର୍ଦ୍ଦେଶିକା ଅଞ୍ଜଳୀ କାଉର ସଚିବାଳୟଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ରାଜ୍ୟରୁ ଆସନ୍ତା ୨୦୩୦ ମସିହା ସୁଦ୍ଧା ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ତାଙ୍କ ସଂସ୍ଥା ସହେଯାଗୀ ଭାବେ ସହାୟକ ହେବ ବୋଲି ସେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ତାଙ୍କ ସଂସ୍ଥା ଓଡିଶାର ଭୂତାଣୁ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଭିବିଡିସିପି) ଏବଂ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ସହ ମିଶି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକୁ ସଫଳ କରିବା ଉପରେ ସହଯୋଗ କରିବେ ଓ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ।

ତେବେ ଓଡିଶାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଦମନ' ର ସଫଳତା ବେଶ ପ୍ରସଂଶନୀୟ ।

ଓଡିଶାର ଏହି ଅଭିନବ କାର୍ଯ୍ୟକ୍ରମକୁ ଏକ ମଡେଲ କାର୍ଯ୍ୟକ୍ରମ ଭାବେ ଦେଶର ଅନ୍ୟ ରାଜ୍ୟର ମ୍ୟାଲେରିଆ ପ୍ରବଣ ଅଂଚଳମାନଙ୍କରେ କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ତାଙ୍କ ସଂସ୍ଥା ଉଦ୍ୟମ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ଏହି କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିବ ବୋଲି ମିସ୍ କାଉର ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ଉଲ୍ଲେଖ ଯୋଗ୍ୟ କି ଦମନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ପରେ ଓଡିଶାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମ୍ୟାଲେରିଆ ଆକ୍ରାନ୍ତ ହାର ପ୍ରାୟ ୮୫ ପ୍ରତିଶତ ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁହାର ୯୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।