ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଗଜପତିରେ ତିତଲି ତାଣ୍ଡବ

ଆଜି ସକାଳେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ତିତଲି ଗଜପତି ଜିଲ୍ଲାକୁ ଛାରଖାର କରିବାରେ ଲାଗିଛି । ଏବେ ଜିଲ୍ଲାରେ ପ୍ରାୟ ୧୦୦ କିଲୋମିଟର ବେଗରେ ପବନ ପ୍ରବାହିତ ସହିତ ପ୍ରବଳ ବର୍ଷା ହେଉଥିବାରୁ କ୍ଷୟକ୍ଷତି ବଢ଼ି ଚାଲିଛି ।

ବାତ୍ୟା ସ୍ଥିତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ଗଜପତି ଜିଲ୍ଲାରେ ତିତଲି ପ୍ରଭାବରେ ଅନେକ ଘରର ଛପର ଓ ଆଜବେଷ୍ଟସ ଉଡ଼ିଯିବା ସହ ବଡ଼ ବଡ଼ ଗଛ ଭାଙ୍ଗି ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପଡ଼ି ପଡ଼ିଛି ଓ ପ୍ରମୁଖ ଗ୍ରୀଡ୍ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ହାଇମାସ୍କ ଲାଇଟ୍ ପୋଷ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ଏଥିଯୋଗୁ ସାରା ଜିଲ୍ଲାରେ ବିଜୁଳି ସରବରାହ ପ୍ରଭାବିତ ହୋଇଛି । ବ୍ରହ୍ମପୁର ନୀଳକଣ୍ଠ ନଗରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ସ୍ଥିତି ସୁଧାରିବା ଲାଗି ବ୍ରହ୍ମପୁର ଠାରୁ ଆଉ ୨ ଏନ୍ଡିଆରଏଫ୍ ଟିମକୁ ଗଜପତି ଜିଲ୍ଲାକୁ ପଠାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ତିତ୍ଲି ପ୍ରଭାବରେ ଆଜି ଦିନ ତମାମ୍ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ ।

ଗତକାଲି ଗଞ୍ଜାମ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୧୦୦ ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁ ବଂଶଧାରାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ତିତଲି ଭୟରେ ବର୍ତମାନ ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କୌଣସି ଠାରେ ଜୀବନହାନୀର ସୂଚନା ମିଳିନାହିଁ ।

ସେହିଭଳି ଗଜପତି ଜିଲ୍ଲାରେ ଟେଲି ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର୍ ବିଷ୍ଣୁପଦ ସେଠୀ କହିଛନ୍ତି । ବର୍ତମାନ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ବିଏସ୍ଏନ୍ଏଲ୍ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଉଛି ।

ଗଛ ଉପୁଡ଼ି ଗୋପାଳପୁର-ବ୍ରହ୍ମପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ଗଜପତି ଜିଲ୍ଲା ମୋହନାରେ ତିତଲି ପ୍ରଭାବରେ ପବନ ସହ ବର୍ଷା ଲାଗି ରହିଛି । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଥିବା ଯୋଗୁ ଲେଡ଼ବନ୍ଧ ନଦୀର ଜଳ ୩ ଫୁଟ ଉଚ୍ଚରେ ରାସ୍ତା ଉପରେ ପ୍ରବାହିତ ହେଉଛି । ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସେହିପରି ଅଠରନଳା ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି । ମୋହନାଠାରୁ ଅନ୍ତରବା ଓ ଗୁମିଗୁଡ଼ା ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚିଲିକାରେ ତିତିଲି ପ୍ରଭାବରେ ବଡ଼ ବଡ଼ ଜୁଆର ଉଠିଥିଲା । ଏପରିକି ୫ ଫୁଟରୁ ଅଧିକ ଉଚ୍ଚର ସାମୁଦ୍ରିକ ଜୁଆର ଉଠି ଅରଖକୁଦ ଗାଁ ପାଖରେ ଥିବା ରିଙ୍ଗ ବନ୍ଧକୁ ଟପି ଗାଁ ଭିତରେ ପଶିଥିଲା ।

ଚିଲିକାର ଆଉ ଏକ ପ୍ରାକୃତିକ ମୁହାଣ ଅରଖକୁଦ ଗାଁ ପାଖରେ ଖୋଲିଥିବା ଆଶଙ୍କାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରାୟ ୨ ଶହ ପରିବାରଙ୍କ ଘରେ ପାଣି ପଶିଯାଇଛି । ପୁରୀ ଜିଲ୍ଲାର ସଦର ବ୍ଲକ, ଅସ୍ତରଙ୍ଗ ବ୍ଲକ, କାକଟପୁର ବ୍ଲକ, ବ୍ରହ୍ମଗିରି ବ୍ଲକ, କୃଷ୍ଣପ୍ରସାଦ ବ୍ଲକ ଓ ଗୋପ ବ୍ଲକର ୮୮ଟି ଗାଁ ସୁନାମୀପ୍ରବଣ ହୋଇଥିବାବେଳେ ଏଠାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ତିତଲି ପ୍ରଭାବରେ ଅଜି ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା । ଯେଉଁ ଯେଉଁ ଜିଲ୍ଲା ଦେଇ ଅତିକ୍ରମ କରିବ ସେଠାରେ ପବନର ବେଗ ବଢିବା ସହ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏସଆରସିଙ୍କ କଣ୍ଟ୍ରୋଲ ରୁମର ହେଲ୍ପ ଲାଇନ ନମ୍ବର ହେଉଛି ୧୦୭୦ । ସେହିପରି ଜିଲ୍ଲା କଣ୍ଟ୍ରୋଲ ରୁମର ହେଲ୍ପ ଲାଇନ ନମ୍ବର ହେଉଛି ୧୦୭୭ ।