ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଦୁର୍ବଳ ହେଉଛି ତିତ୍‍ଲି

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅର୍ନ୍ତଗତ ପଲାସା ନିକଟରେ ସ୍ଥଳଭାଗ ଛୁଇଁବାପରେ ବାତ୍ୟା ତିତ୍‍ଲି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଆଜି ଭୋର ୪ଟା ୩୦ରୁ ୫ଟି ୩୦ ମଧ୍ୟରେ ୧୬୫ କିଲୋମିଟର ବେଗରେ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ବାତ୍ୟା ସ୍ଥଳ ଭାଗ ସ୍ପର୍ଶ ସମୟରେ ଗୋପାଳପୁର ଠାରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ଥିବା ରେକର୍ଡ କରାଯାଇଛି । ଏଥିଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗଛ ଭାଙ୍ଗିବା, ଘର ଛପର ଉଡିଯିବା, ରାସ୍ତା ଅବରୋଧ ଓ ବିଦ୍ୟୁତ୍‍ ଖୁଣ୍ଟ ଉପୁଡିବା ଭଳି ଘଟଣା କେତେକ ସ୍ଥାନରେ ଘଟିଛି ।

ସ୍ଥଳଭାଗ ଛୁଇଁବାପରେ ବାତ୍ୟା କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟା ପାଇଁ ସମଗ୍ର ୩୦ଟି ଜିଲ୍ଲାରେ ସତର୍କସୂଚନା ଜାରି ହୋଇଥିବାବେଳେ ଅଙ୍ଗନବାଡିକେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡିକୁ ସରକାର ଆସନ୍ତାକାଲି ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।

ସର୍ତକତାମୂଳକ ପଦକ୍ଷେପ ସ୍ୱରୂପ ତଳିଆ ଅଞ୍ଚଳରୁ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ ସେମାନଙ୍କୁ ୧୧୧୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ଗଞ୍ଜାମ, ଗଜପତି, ପୁରୀ, ଖୋରଧା, ଜଗତ୍‍ସିଂହପୁର, କେନ୍ଦ୍ରାପଡା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଓଡ୍ରାଫ ଟିମ୍‍କୁ ସଜାଗ ରଖାଯାଇଥିବାବେଳେ ଏନ୍‍ଡିଆରଏଫ୍‍ ଟିମ୍‍ ମଧ୍ୟ ବାତ୍ୟା ମୁକାବିଲା ଲାଗି ମୁତୟନ କରାଯାଇଛି ।

ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୦୫ ଓ ଜଗତ୍‍ସିଂହପୁର ଜିଲ୍ଲାରେ ୧୮ଜଣ ପ୍ରସୂତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।