ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ବିମାନ ଟିକଟ ଆକାଶଛୁଆଁ

ଓଡିଶା ଉପକୂଳରେ ସୃଷ୍ଟ ବାତ୍ୟା ତିତ୍‍ଲି ଏବେ ବିମାନ କମ୍ପାନୀମାନଙ୍କ ବେପାର ବଢାଇ ଦେଇଛି । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଅଧିକାଂଶ ବିମାନରେ ଟିକଟ ଦର ଗୋଟି ପିଛା ୨୫ହଜାର ଟଙ୍କା ଉପରେ । ସେହିଭଳି ଏଠାରୁ ଯାଉଥବା ବିମାନରେ ବି ଟିକଟ ଦର ଚଢା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ଓଡିଶା ମୁହାଁ ହେବା ଜଣାପଡିବାପରେ ରାଜ୍ୟ ବାହାରେ ଥିବା ଲୋକେ ତର ତର ହୋଇ ଓଡିଶା ଫେରୁଛନ୍ତି । ଦଶହରା ପାଇଁ ଯେଉଁମାନେ ୧୧ କିମ୍ବା ୧୨ ତାରିଖରେ ଫେରିବାପାଇଁ ଟିକଟ କାଟିଥିଲେ କାଳେ ବାତ୍ୟା ଯୋଗୁଁ ବିମାନ ବାତିଲ ହୋଇଯିବ ସେଥିପାଇଁ ପୂର୍ବ ଟିକଟ ବାତିଲ କରି ଆଗତୁରା ଫେରୁଛନ୍ତି । ସେହିଭଳି ଯେଉଁମାନଙ୍କର ରାଜ୍ୟ ବାହାରକୁ ଜରୁରୀ କାର୍ଯ୍ୟରେ ଆସନ୍ତା କାଲି କିମ୍ବା ପରଦିନ ଯିବାର ଥିଲା ସେମାନେ ବି ଆଜି ଆଗତୁରା ଯାଉଛନ୍ତି ।

ଯାତ୍ରୀଙ୍କର ଏଭଳି ବିକଳିଆ ଅବସ୍ଥା ଦେଖି ବିମାନକମ୍ପାନୀ ମାନେ ଟିକଟ ଦର ବଢାଇ ଚାଲିଛନ୍ତି । ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବାପାଇଁ ଗୋଟିଏ ଟିକଟର ଦର ୨୫ହଜାର ଟଙ୍କା ଉପରେ ରହିଛି । ସେହିଭଳି ଏଠାରୁ ଯିବାପାଇଁ ମଧ୍ୟ ଟିକଟ ଦର ଅହେତୁକ ଭାବେ ବଢିଯାଇଛି । କେବଳ ନୂଆଦିଲ୍ଲୀ-ଭୁବନେଶ୍ୱର ନୁହେଁ ଅଧିକାଂଶ ରୁଟ୍‍ରେ ଟିକଟର ଏଭଳି ଆଖିବୁଜା ଦରବୃଦ୍ଧି ହୋଇଛି ।

ପାର୍ବଣ ଋତୁ ଯୋଗୁଁ ଚଳିତ ସପ୍ତାହରେ ବିମାନ ଟିକଟ ଦର ସାମାନ୍ୟ ଅଧିକ ରହୁଥିଲେ ବି ପୂର୍ବରୁ ଏହା ୧୦ହଜାର ଟଙ୍କା ମଧ୍ୟରେ ସୀମିତ ରହିଥିଲା । ହେଲେ ବାତ୍ୟା ସୂଚନା ପାଇବାମାତ୍ରେ ବିମାନ କମ୍ପାନୀ ମାନେ ଆଖିବୁଜା ଦର ବୃଦ୍ଧି କରିଛନ୍ତି ।

ସେହିଭଳି ଆସନ୍ତା କାଲି ଅର୍ଥାତ୍‍ ୧୧ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ ହୋଇଥିବାବେଳେ ଏଥିଯୋଗୁଁ ବିମାନ ଚଳାଚଳ ବନ୍ଦ ଆଶଙ୍କାରେ ଭୁବନେଶ୍ୱରକୁ ଚଳାଚଳ କରୁଥିବା ପ୍ରାୟ ସମସ୍ତ ବିମାନ କମ୍ପାନୀ ସେମାନଙ୍କ ଟିକଟ ମୂଲ୍ୟ ହ୍ରାସ କରିଦେଇଛନ୍ତି । ଦର କମିଲେ ବି ବିମାନ ଉଡାଣରେ ଅନିଶ୍ଚିତତା ଥିବାରୁ ଅଧିକାଂଶ ଯାତ୍ରୀ ଟିକଟ ଖରିଦ କରୁନଥିବା ଲକ୍ଷ୍ୟ କରାଯାଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ସଂଖ୍ୟାଧିକ ବିମାନ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବାବେଳେ ଏହି ରୁଟ୍‍ରେ ମଧ୍ୟ ଅଧିକ ଯାତ୍ରୀ ଯା ଆସ କରିଥାନ୍ତି ।

ଦଶହରା ଓ ଅନ୍ୟାନ୍ୟ ପର୍ବ ପର୍ବାଣି ସମୟରେ ବିମାନ କମ୍ପାନୀମାନେ ଯାତ୍ରୀ ଭିଡକୁ ଦେଖି ସାଧାରଣ ଭାବେ ଟିକଟ ଦର ଅଧିକ ରଖୁଥିବାବେଳେ ଏବେ କିନ୍ତୁ ବାତ୍ୟାକୁ ଦେଖି ଯେଭଳି ଭାବେ ଦର ବୃଦ୍ଧି କରିଛନ୍ତି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଲୋକଙ୍କ ବିପଦ ବେଳେ ବିମାନ କମ୍ପାନୀମାନଙ୍କ ଏଭଳି ଲାଭଖୋର ମନୋବୃତିକୁ ଅଧିକାଂଶ ନାପସନ୍ଦ କରିବା ସହିତ ଏହା ଉପରେ ସରକାର ହସ୍ତକ୍ଷେପ କରିବାଲାଗି ମତ ଦେଉଛନ୍ତି ।