ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଭିମ୍‍ସାର ପାଇଁ ପରାମର୍ଶ

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‍ସାର)ର ବିଭିନ୍ନ ସମସ୍ୟା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି ।

ବୈଠକରେ ଏହି ଅନୁଷ୍ଠାନର ଜମିଜମା, ମାନବସମ୍ବଳ, ଜବରଦଖଲ, ବିଦ୍ୟୁତ ସମସ୍ୟା ଆଦି ନେଇ ଆଲୋଚନା ହୋଇଥିଲା । ଭିମ୍ସାରରେ ଖାଲି ଥିବା ପ୍ରଫେସର, ଆସୋସିଏଟ ପ୍ରଫେସର, ସହକାରୀ ପ୍ରଫେସର ଏବଂ ପାରାମେଡିକ ପଦଗୁଡିକ ତୁରନ୍ତ ପୁରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।

ଏ ନେଇ ଗ୍ରହଣ କରିଯାଇଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ନବନିର୍ମିତ ଗୃହଗୁଡିକୁ ବ୍ୟବହାର କରିବା, ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପଦବି ସୃଷ୍ଟି କରାଯିବା, ରୋଗୀଙ୍କ ସୁବିଧା ଦିଗରେ ଯାହା କିଛି କରାଯିବା ଦରକାର ସେଥିଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।

ଭିମ୍ସାର ଅଧିନରେ ଥିବା ଯେଉଁ ଜାଗାସବୁ ଜବରଦଖଲ ହୋଇଛି ତାହାକୁ ଉଚ୍ଛେଦ କରିବାକୁ ବିହୀତ ପଦକ୍ଷେପ ନିଆଯିବ । ରୋଗୀସେବାରେ ଉନ୍ନତି ଆଣିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ତେବେ ଭିମ୍ସାରର ଯାହାକିଛ ସମସ୍ୟା ରହିଛି , ଉତମ ବୁଝାମଣା ଏବଂ ସହଯୋଗ ଦ୍ୱାରା ସେ ସବୁକୁ ସମାଧାନ କରାଯିବ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଭିମ୍‍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱନୀ ପୁଜାହାରୀ, ଶକ୍ତିବିଭାଗ ସ୍ୱତନ୍ତ୍ର ସଚିବ ସୁରଜିତ ଦାଶ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ହରିବଲ୍ଲଭ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।