ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଇଥାନଲ କାରଖାନାର ଭିତିପ୍ରସ୍ତର

ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବରଗଡ ଜିଲ୍ଲାର ଭଟଲି ତହସିଲ ଅର୍ନ୍ତଗତ ବଉଳାସିଂହା ଗ୍ରାମରେ ଆଜି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଦ୍ୱିତୀୟ ପିଢି (୨ଜି) ଇଥାନଲ ଜୈବ-ବିଶୋଧନାଗାରର ଭିତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଇସ୍ପାତ, ରାଜ୍ୟ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରଭାସ କୁମାର ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟିକା ରିତା ସାହୁ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ, ବରଗଡ଼ ଜିଲ୍ଲାରେ ଏହି ଇଥାନଲ ପ୍ଲାଣ୍ଟ ଚାଷୀମାନଙ୍କୁ ଏକ ଉପହାର । ବରଗଡ ଜିଲ୍ଲାରେ ୨ଜି ଇଥାନଲ ଜୈବ-ବିିଶୋଧନାଗାରର ସ୍ଥାପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଫଳ ରୂପେ ରୂପାୟନ ହୋଇଥିବା ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମର ଏକ ବଳିଷ୍ଠ ଉଦାହରଣ ।

ଭାରତର ପ୍ରତ୍ୟେକ ନାଗରିକଙ୍କ ସହଭାଗିତାରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢି ତୋଳିବାର ସ୍ୱପ୍ନ ସାକାର ଦିଗରେ ଏହା ଆଉ ଏକ ଅନନ୍ୟ ପଦକ୍ଷେପ । ଏହି ବରଗଡ଼ ଇଥାନଲ ପ୍ଲାଣ୍ଟ ରାଜ୍ୟର ସମସ୍ତ ଜନଜାତି ଓ ଚାଷୀ ଭାଈଙ୍କ କଲ୍ୟାଣ ନିମନ୍ତେ ସମର୍ପିତ ଏବଂ ଏହି ପ୍ଲାଣ୍ଟ ମାଧ୍ୟମରେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିକାଶର ସହଭାଗୀ ହୋଇପାରିବ ବୋଲି ଶ୍ରୀ ଲାଲ୍ ମତପ୍ରକାଶ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନା ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ । ଏହି କ୍ରମରେ ଚାଷରୁ ବାହାରୁ ଥିବା ନଡା, ବଜ୍ୟବସ୍ତୁରୁ ଇଥାନଲ ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନା କରିଥିଲେ । କୃଷି, ଜଙ୍ଗଲ, ସହର ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ପ୍ରସ୍ତୁତ କରିବା ପାଇଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜିଲାରୁ ୧୭-୧୮ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦିତ ହେଉଛି, ତେଣୁ ଚାଷଜମିରୁ ବାହାରୁ ଥିବା ନଡା ସମେତ ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ଉତ୍ପାଦନ ପାଇଁ ବ୍ୟବସାୟିକ ଚୁକ୍ତି ହେବ ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯିବ ।
ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଦେଶରେ ହେବାକୁ ଥିବା ୧୨ ଟି ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ ପ୍ରକଳ୍ପ । ଜିଲାରେ ଏହିପରି ଆଉ ୫ଟି ପ୍ରକଳ୍ପ ହେବାର ସମ୍ଭାବନା ମଧ୍ୟ ରହିଛି । ଏହା ମୋଦି ସରକାରଙ୍କର ପଶ୍ଚିମ ଓଡିଶା ପାଇଁ ନୂଆଁଖାଇ ଭେଟି ବୋଲି କହିଥିଲେ ଶ୍ରୀ ପ୍ରଧାନ ।

ଧାନ ନଡାକୁ ଫିଡ ଷ୍ଟକ ଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉତ୍ପାଦନ କ୍ଷମତା ଏହି ବିିଶୋଧନାଗାର ବହନ କରିବ ଏବଂ ଏହି ବିଶୋଧନାଗାରରୁ ଉତ୍ପାଦିତ ଇଥାନଲ ପେଟ୍ରୋଲ ସହ ମିଶ୍ରଣ ହେବ । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ଅଟେ ।

୩୦୦୦ କୋଟି ଲିଟର ଇଥାନଲ ଉତ୍ପାଦନ କ୍ଷମତା ରହିଛି । ଭାରତର ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ଇଥାନଲର ଅଭାବ କାରଣରୁ ବର୍ତମାନ ମାତ୍ର ୩ ରୁ ୪ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରିତ ହେଉଛି ।

୨ଜି ଇଥାନଲ ପ୍ଲାଂଟ ସ୍ଥାପନ ହେବା ଦ୍ୱାରା ପେଟ୍ରୋଲରେ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିହେବ । ବରଗଡ ଜିଲ୍ଲାର ପାଶ୍ୱବର୍ତୀ ଅଂଚଳ ଯେପରିକି ଭଟଲି, ଆମ୍ବାଭୋନା, ଅତାବିରା, ସୋହେଲା, ବୁର୍ଲା ଏବଂ ଲଖନପୁରରୁ ସଂଗୃହୀତ ବାର୍ଷିକ ପ୍ରାୟ ୨ ଲକ୍ଷ ଟନ୍ ଧାନ ନଡାକୁ ଏହି ଜୈବ-ବିଶୋଧନାଗାରରେ ଫିଡ୍ଷ୍ଟକ୍ ହିସାବରେ ବ୍ୟବହାର କରାଯିବ ।

ଜୈବ-ବିଶୋଧନାଗାରଗୁଡିକ ଇଥାନଲ୍ ଉତ୍ପାଦନ ନିମନ୍ତେ ବର୍ଜ୍ୟ ଧାନ ନଡାକୁ ବ୍ୟବହାର କରିବା ଦ୍ୱାରା ସ୍ୱଚ୍ଛ ପରିବେଶ ଗଠନରେ ସହାୟକ ହେବ ଯାହା ଦ୍ୱାରା କ୍ଷେତରେ ଦହନ ହେଉଥିବା ବର୍ଜ୍ୟ ଧାନ ନଡାକୁ ପ୍ରତିହତ କରାଯାଇପାରିବ । ପେଟ୍ରୋଲରେ ଇଥାନଲର ମିଶ୍ରଣ ଦ୍ୱାରା ଜୀବାଶ୍ମ ଇନ୍ଧନ ତୁଳନାରେ ଗ୍ରୀନ ହାଉସ ଗ୍ୟାସ ନିଃସରଣକୁ କମ କରାଯାଇପାରିବ ।

ଏହି ପ୍ଲାଣ୍ଟଟି ଶୂନ୍ୟ-ତରଳ ନିର୍ଗମନ ବୈଷୟିକ ଜ୍ଞାନକୌଶଳ ଉପରେ ପର୍ଯ୍ୟବେଷିତ ଯେଉଁଠାରେ ସମସ୍ତ ଜଳକୁ ପୁନଃନବୀକରଣ କରାଯାଇ ପୁନଃଶ୍ଚ ପ୍ଲାଣ୍ଟ ମଧ୍ୟକୁ ଫେରାଇ ଅଣାଯାଇପାରିବ । ସ୍ୱଚ୍ଛ ପରିବେଶ ବ୍ୟତୀତ ଆହୁରି ମଧ୍ୟ ଏହି ପରିଯୋଜନା ଚାଷୀମାନଙ୍କ ଦ୍ୱାରା ପ୍ଲାଣ୍ଟକୁ ପ୍ରେରିତ ବର୍ଜ୍ୟ ଧାନ ନଡା ପାଇଁ ସେମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିବା ନିମନ୍ତେ ସହାୟକ ହେବ ।

ଏହା ବ୍ୟତୀତ ପ୍ଲାଣ୍ଟ ନିର୍ମାଣ, ପ୍ଲାଣ୍ଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତିଭୂମିକୁ ସୁଦୃଢ କରିବା ସହିତ ଏହି ଅଞ୍ଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ । ଏହା ବ୍ୟତୀତ ଇଥାନଲ୍ର ମିଶ୍ରଣ ଦେଶକୁ ଆତ୍ମନିର୍ଭରଶୀଳ କରିବା ସହିତ ଅଶୋଧିତ ତୈଳ ଆମଦାନୀକୁ ହ୍ରାସ କରିବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ବିନିମୟରେ ସଞ୍ଚୟ ପରିଲକ୍ଷିତ ହେବ ।