କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ଯୁବବାହିନୀରେ ନିଯୁକ୍ତି ନେଇ ଫେରାଦ

ବିଜୁ ଯୁବ ବାହିନୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହାର ବିରୁଦ୍ଧରେ କଂଗ୍ରେସ ଜାତୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଏ ଘଟଣାରେ ସବିଶେଷ ଜଣାଇବାପାଇଁ ଜାତୀୟ ଅନୁସୂଚିତ ଜାତି କମିଶନ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବଙ୍କୁ ପତ୍ର ଲେଖିଛନ୍ତି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେବା ସହିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଯୁବ ବାହିନୀରେ ନିଯୁକ୍ତିରୁ ରାଜ୍ୟର ୪୦ ପ୍ରତିଶତ ପଛୁଆ, ଅବହେଳିତ, ମହିଳା ଓ ଦିବ୍ୟାଙ୍ଗମାନେ ବାଦ୍‍ ପଡୁଥିବା ଅଭିଯୋଗ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରିଛନ୍ତି । ଏଥିରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞାପନ ଦିଆଯାଉଛି । ନିଯୁକ୍ତି ପାଉଥିବା ଯୁବକ ଯୁବତୀଙ୍କୁ ରାଜ୍ୟ ରାଜକୋଷରୁ ୧୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦିଆଯାଉଥିବାବେଳେ ଏଥିପାଇଁ ବଜେଟ୍‍ରେ ବ୍ୟୟ ବରାଦ ହେଉଛି ।

ହେଲେ ନିୟମ ଅନୁଯାୟୀ ଯୁବ ବାହିନୀ ନିଯୁକ୍ତି ବିଜ୍ଞାପନରେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏଥିଯୋଗୁଁ ରାଜ୍ୟର ୪୦ ପ୍ରତିଶତ ଆଦିବାଦୀ, ପଛୁଆ, ଦଳିତ, ମହିଳା ଓ ଦିବ୍ୟାଙ୍ଗମାନେ ଏଥିରେ ସହଜରେ ନିଯୁକ୍ତି ପାଇପାରୁ ନାହାନ୍ତି ।

ରାଜ୍ୟ କଂଗ୍ରେସ ପକ୍ଷରୁ ଦେବୀ ପ୍ରସାଦ ପୃଷ୍ଟି ଏ ନେଇ କମିଶନଙ୍କ ଦ୍ୱାରସ୍ଥ ହୋଇଥିବାବେଳେ କମିଶନଙ୍କ ପକ୍ଷରୁ ଉତ୍ତର ରଖିବାଲାଗି ଦିଆଯାଇଥିବା ୧୫ଦିନିଆ କଣ୍ଟ ଆଜି ପୂରିଯାଉଛି ।

ସେହିଭଳି ଶ୍ରେଷ୍ଠ ବିଧାୟକଙ୍କ ଲାଗି ପ୍ରକାଶିତ ବିଜ୍ଞାପନରେ ବିଜୁ ଯୁବ ବାହିନୀ ସହିତ ବିଜୁ ଜନତାଦଳ ଲେଖା ଥିବାରୁ ସରକାରୀ ଅର୍ଥରେ ଏଭଳି ବିଜ୍ଞାପନ ଦେବା ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାନ ବ୍ୟକ୍ତି ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ଗଠନ ହୋଇଥିବାବେଳେ ତାଙ୍କରି ନାମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଆଦୌ ସମିଚୀନ ନୁହେଁ । ଏଥିରୁ ବିଜେଡି ବିରତ ରହିବା ଆବଶ୍ୟକ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରସ ମିଡିଆ ବିଭାଗର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଉପସ୍ଥିତ ଥିଲେ ।