ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ମେଧାବୀଙ୍କୁ ପୁସ୍ତକ ବଣ୍ଟନ

ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତାର ହାତ ବଢାଇଛି ରୋଟାରୀ କ୍ଲବ ହେରିଟେଜ୍‍ ଭୁବନେଶ୍ୱର ଓ ସ୍ୱେଚ୍ଛାସେବୀ ସଂସ୍ଥା ପିକ୍‍କ । ଏହି ଦୁଇ ସଂଗଠନ ମିଳିତ ଭାବେ ସ୍ଥାନୀୟ ୬ନମ୍ବର ଉଚ୍ଚ ବାଳିକା ବିଦ୍ୟାଳୟରେ ୧୯ ଜଣ ଛାତ୍ରୀଙ୍କୁ ମାଗଣା ପୁସ୍ତକ ପ୍ରଦାନ କରିଛନ୍ତି ।

ଗତକାଲି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିରୂପା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପିକ୍‍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସମେତ ରୋଟାରୀଆନ୍‍ ବି.ବି.ସାମନ୍ତ, ଦିବ୍ୟ ରଞ୍ଜନ ଦାସ, ପି.ଶ୍ରୀନିବାସ, ବି.କେସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଶିଶୁଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ମାସୁମ୍‍ ଯୋଜନାରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଏହି ପୁସ୍ତକ ବଣ୍ଟନ ହୋଇଥିବାବେଲେ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥିମାନେ ଛାତ୍ରୀମାନଙ୍କୁ ଆଗକୁ ବଢିବାଲାଗି ସଫଳତାର ମନ୍ତ୍ର ଦେବା ସ୍ୱପ୍ନ ସାକାର ଲାଗି କଠିନ ପରିଶ୍ରମ ପାଇଁ ପରାମର୍ଶ ଦେଇଥିଲେ । ସେହିଭଳି ଆଗାମୀ ପୀଢିର ସୁରକ୍ଷା ଲାଗି ପ୍ରତ୍ୟେକ ଛାତ୍ରୀ ଯେଭଳି ବୃକ୍ଷ ରୋପଣ କରନ୍ତି ସେଥିଲାଗି ବୁଝାଇଥିଲେ ।

ଉପସ୍ଥିତ ଛାତ୍ରୀମାନେ ମଧ୍ୟ ଅତିଥିମାନଙ୍କ ସହିତ ସେମାନଙ୍କର ଶିକ୍ଷାଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଖୋଲା ଆଲୋଚନା କରିଥିଲେ ।

ଆଗାମୀ ଦିନରେ ଏହି ଯୋଜନାରେ ଅଧିକରୁ ଅଧିକ ମେଧାବୀ ଛାତ୍ରୀମାନଙ୍କୁ ପାଠ୍ୟୋପକରଣ ସହିତ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପିକକ୍‍ର ନିର୍ଦ୍ଦେଶିକା ଶ୍ରୀ ମହାନ୍ତି ଏହି ଅବସରରେ କହିଥିଲେ । ପିକକ୍‍ର ପାଣୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।