ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଆଶାଙ୍କୁ ଆର୍ଥିକ ସହାୟତା

ରାଜ୍ୟ ସରକାର ଆଜି ଆଶାମାନଙ୍କ ଲାଗି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ଅର୍ଥରେ ସେମାନେ ଆବଶ୍ୟକୀୟ ଉପକରଣ ଖରିଦ କରିବେ ।

ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାର ଆଶାମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଆନୁଷଙ୍ଗିକ ସହାୟତା ରାଶି ଘୋଷଣା କରିଛନ୍ତି ।

ସହାୟତା ବାବଦରେ ମିଳିବାକୁ ଥିବା ୧୦ ହଜାର ଟଙ୍କାରେ ଆଶାମାନେ କର୍ମ କ୍ଷେତ୍ରରେ ସହଜରେ ଯିବା ଆସିବା ଲାଗି ସାଇକେଲ କିଣିପାରିବେ । ଏଥିସହିତ ସେମାନଙ୍କ ନିକଟରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧ, ପ୍ରତିଦିନ ବ୍ୟବହାର କରୁଥିବା ସୂଚନା ଓ ବିବରଣୀ ପୁସ୍ତିକା ଆଦିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଷ୍ଟିଲ୍‍ ଆଲମିରା କିଣିବେ ।

୧୦ ହଜାର ଟଙ୍କାର ଆନୁଷଙ୍ଗିକ ସହାୟତା ରାଶି ସହିତ ଆଶା ଅବ୍ୟାହତି ଯୋଜନାରେ ଏକ କାଳିନ ସହାୟତା ରାଶି ୧୦ ହଜାରରୁ ଟଙ୍କାରୁ ୨୦ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି । ଏଣିକି ଯେଉଁ ଆଶାକର୍ମୀମାନେ ଅତିକମ୍‍ରେ ୧୦ ବର୍ଷ କାର୍ଯ୍ୟ ଅବ୍ୟାହତି ନେବେ କିମ୍ବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଭାରମୁକ୍ତ ହେବେ ସେମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ।

ସେହିଭଳି ଖରା ଓ ବର୍ଷାରୁ ରକ୍ଷା ପାଇବା ଲାଗି ସହାୟତା ରାଶି ଅର୍ଥରେ ଛତା, ରାତ୍ରି ସମୟରେ ଯିବା ଆସିବା ଲାଗି ଟର୍ଚ୍ଚ ଲାଇଟ୍‍ ଓ ଆଶାମାନଙ୍କର ପରିଚ୍ଛନ୍ନତାକୁ ଦୃଷ୍ଟିରେ ଚପଲ ଖରିଦ କରିବେ । ସହାୟତା ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କ୍ଷେତ୍ରରେ ଉତ୍ସାହଜନକ ହ୍ରାସ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ଅନେକ ଉନ୍ନତି ଆସିଛି ।

ଏ ପରିପ୍ରେକ୍ଷୀରେ ଗାଁ ଓ ସହରବସ୍ତି ଅଞ୍ଚଳରେ କାର୍ଯ୍ୟରତ ଆଶାମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ନିଃସ୍ୱାର୍ଥପର ସେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଆଶାମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ସହାୟତାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସ୍ୱାଗତ କରିବା ସହିତ ଆଶାମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହା ବେଶ୍‍ ସହାୟକ ବୋଲି କହିଛନ୍ତି ।