ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଦକ୍ଷିଣରେ ହାଇକୋର୍ଟ ବେଞ୍ଚ ଦାବି

ପଶ୍ଚିମାଞ୍ଚଳରେ ଓଡିଶାର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତଷ୍ଠା ଲାଗି ଦାବି ଜୋର ଧରିଥିବାବେଳେ ସୁଯୋଗକୁ ହାତଛଡା ନକରିବାପାଇଁ ଦକ୍ଷିଣଓଡିଶାରେ ବି ଏହି ପ୍ରସଙ୍ଗ ଉଠିଛି । ଏହାଛଡା କଟକରୁ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଲାଗି ବି ରାଜଧାନୀର ଓକିଲମାନେ ସ୍ୱର ଉଠାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠାଲାଗି କ୍ରିୟାନୁଷ୍ଠାନ କମିଟି ଗଢାଯାଇଛି । ଏହି ଦାବି ପ୍ରସଙ୍ଗରେ ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରେ ଦୀର୍ଘବର୍ଷ ଧରି ଆନ୍ଦୋଳନ ଚାଲିଛି ।

ଓକିଲମାନଙ୍କ ସହିତ ସ୍ଥାନୀୟ ଲୋକେ ବି ଏଥିରେ ସାମିଲ ହେଉଛନ୍ତି । ପ୍ରତିମାସରେ ପ୍ରତୀକାତ୍ମକ ଭାବେ ଏବେ ବି ଓକିଲଙ୍କ ଆନ୍ଦୋଳନ ପଶ୍ଚିମାଞ୍ଚଳରେ ଚାଲୁଛି ।

ତେବେ ସମ୍ବଲପୁର, ବରଗଡ, ବଲାଙ୍ଗିର, ରାଉରକେଲା ସମେତ ପଶ୍ଚିମଓଡିଶାର ଆଉ କେତେକ ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ଲାଗି ଦାବି ମୁଣ୍ଡ ଟେକିବା ଫଳରେ ସ୍ଥାନ ଘେନି ଏଯାବତ୍‍ ସହମତି ହୋଇପାରିନାହିଁ ।

ପୂର୍ବରୁ ପଶ୍ଚିମଓଡିଶାରେ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାଲାଗି ୫ବର୍ଷ ତଳେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ନିକଟରେ ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତକରି ପଶ୍ଚିମଓଡିଶାର ବହୁ ଆଇନ୍‍ଜୀବୀ ଏଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି ।

ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଦିଲ୍ଲୀ ଓ କଟକରେ ବି ଧାରଣା ଦିଆଯାଇଛି । ଏବେ ଏହି ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଣି ସେମାନଙ୍କ ଦାବି ଦୋହରାଇବା ସହିତ ଆନ୍ଦୋଳନକୁ ତୀବ୍ରତର କରିବାପାଇଁ ଚେତାବନୀ ଦେଇଛନ୍ତି ।

ଆଗରୁ ଦକ୍ଷିଣଓଡିଶାର ବ୍ରହ୍ମପୁର ଓ ରାୟଗଡା ଭଳି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ମଧ୍ୟ ଦାବି ଉଠିଥିଲା । ଏ ପ୍ରସଙ୍ଗରେ ବି ଢେର ଆନ୍ଦୋଳନ ହୋଇଛି । ଏବେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଦାନା ଧରୁଥିବାବେଳେ ପୁଣି ବ୍ରହ୍ମପୁରର ଓକିଲମାନେ ସେମାନଙ୍କର ପୁରୁଣା ଦାବି ଦୋହରାଇଛନ୍ତି ।

ଅନ୍ୟ ପକ୍ଷରେ ରାଜଧାନୀ ଭୁବନେଶ୍ୱରକୁ ହାଇକୋର୍ଟ ଉଠାଇ ଆଣିବାଲାଗି ପ୍ରାୟ ୪୦ବର୍ଷ ଧରି ଦାବି ହୋଇ ଆସୁଛି । ଗୋଟିଏ ସମୟରେ ଏଥିପାଇଁ ବିକଳ୍ପ ସ୍ଥାନ ବି ଚିହ୍ନଟ ହୋଇଥିଲା ।

ଏ ପ୍ରସଙ୍ଗରେ ଅତୀତରେ ରାଜଧାନୀର ଓକିଲମାନେ ଲଗାତାର ପ୍ରାୟ ୩ମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏବେ ମଧ୍ୟ ପ୍ରତିମାସର ଶେଷ ଶୁକ୍ରବାରରେ ରାଜଧାନୀର ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗନଦେଇ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉଠିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୦୮ ମାର୍ଚ୍ଚ ମାସରେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ପାଲ୍‍ଙ୍କୁ କମିଶନଭାବେ ନିଯୁକ୍ତ କରି ହାଇକୋର୍ଟର ସ୍ଥାୟୀ ଓ ସର୍କିଟ୍‍ ବେଞ୍ଚ ସମ୍ପର୍କରେ ସୁପାରିଶ୍‍ କରିବାକୁ କହିଥିଲେ ।

ଏହି କମିଶନ ୬ବର୍ଷରୁ ଉଦ୍ଧ୍ୱର୍ ସମୟଧରି ଚାଲିଥିଲା । କମିଶନ ବାବଦରେ ରାଜକୋଷରୁ ୨କୋଟି ଟଙ୍କାରୁ ଅଧିକ ଅର୍ଥ ବି ଖର୍ଚ୍ଚ ହୋଇଛି । ୪ବର୍ଷ ତଳୁ ଜଷ୍ଟିସ୍‍ ପାଲ୍‍ କମିଶନ ରିପୋର୍ଟ ଦେଇଥିଲେ ମଧ୍ୟ ତାହା ଏଯାବତ୍‍ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ କିମ୍ବା ସାର୍ବଜନୀନ କରାଯାଇନାହିଁ ।