ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଉଜ୍ୱଳ, ଉତ୍‍ଥାନ ଅବଧି ବଢିଲା

ପାଠପଢାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ଉଜ୍ୱଳ ଓ ଉତ୍‍ଥାନ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ଚଳିତମାସ ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ଏହା ପଢାଯିବ । ଏଥି ସହିତ ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।

ଉଜ୍ୱଳ ଓ ଉତ୍‍ଥାନ ଯୋଜନାର ଅବଧି ବୃଦ୍ଧି ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପତ୍ର ଲେଖାଯାଇଛି । ୨୦୧୮-୧୯ ଶିକ୍ଷା ଶିକ୍ଷାବର୍ଷରେ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୪୦ଦିନ ସକାଶେ ଉଜ୍ୱଳ ଓ ଉତ୍‍ଥାନ ଯୋଜନା ଆରମ୍ଭ ହୋଇଥିଲା ।

ତଦନୁଯାୟୀ ଏହା ଜୁନ୍‍ ୨୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖରେ ସରିବାକଥା । ହେଲେ ବିଦ୍ୟାଳୟ ଛୁଟି ଅବଧି ବୃଦ୍ଧି ସହିତ ପାଠପଢା ନସରିବାରୁ ଏହାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ସେହିଭଳି ଉଜ୍ୱଳ ଓ ଉତ୍‍ଥାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ୨୦୧୯ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଉଜ୍ୱଳ ଯୋଜନାରେ ବିଦ୍ୟାଳୟରେ ପ୍ରତିଦିନ ପ୍ରଥମ ପିରିୟଡରେ ପଢାଯିବ ।

ସୋମବାର ଦିନ ପ୍ରଥମ ପିରିୟଡରେ ସାହିତ୍ୟ, ମଙ୍ଗଳବାର ଗଣିତ ଓ ବୁଧବାର ଇଂରାଜୀ ପଢାଯିବ । ପରବର୍ତ୍ତି ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ଅନୁରୂପ ଭାବେ ସାହିତ୍ୟ, ଗଣିତ ଓ ଇଂରାଜୀ ପଢାଇବା ପାଇଁ ସ୍ଥିର ହୋଇଛି । ଉତ୍‍ଥାନ ଯୋଜନାରେ ଷଷ୍ଠରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେହ ଗୋଟିଏ ପିରିୟଡ ପଢାଯିବ । ଏଥିରେ ସୋମବାର ସାହିତ୍ୟ, ମଙ୍ଗଳବାର ଗଣିତ, ବୁଧବାର ଇଂରାଜୀ ଓ ଗୁରୁବାର ଦିନ ବିଜ୍ଞାନ ପଢାଇବାର ବ୍ୟବସ୍ଥା ରହିଛି ।

ପରବର୍ତ୍ତୀ ଚାରିଦିନ ଅନୁରୂପ ବିଷୟ ପଢାଯିବ । ଦୁଇ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ପଢାଇବା ଲାଗି ଶିକ୍ଷକମାନଙ୍କୁ ଉଚ୍ଚମାନର ତାଲିମ ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ଆବଶ୍ୟକ ପାଠ୍ୟୋପକରଣ ଯୋଗାଇବାର ବ୍ୟବସ୍ଥା ରହିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯେଉଁ ଛାତ୍ରଛାତ୍ରୀମାନେ ପାଠପଢାରେ ଅତି ଦୁର୍ବଳ ରହିଛନ୍ତି ସେମାନଙ୍କ ଲାଗି ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଉଜ୍ୱଳ ଓ ଷଷ୍ଠରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଉତ୍‍ଥାନ ଯୋଜନା କାର୍ଯ୍ୟକାରୀ ହେଉଛି । ବ୍ୟବସ୍ଥା ଅନୁଯାୟୀ ଏହି ଯୋଜନାରେ ପାଠ ପଢିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ ଅଲଗା କରି ପଢାଇବା କଥା ।

ହେଲେ ଅଧିକାଂଶ ବିଦ୍ୟାଳୟରେ ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଅଭାବ ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ । ଫଳରେ ଭଲ ପିଲାମାନେ ମଧ୍ୟ ଦୁର୍ବଳ ପିଲାଙ୍କ ସହିତ ବସି ଅକ୍ଷର ଚିହ୍ନୁଛନ୍ତି । ତେଣୁ ଅଧିକାଂଶ ସ୍ଥାନରେ ଏହି ଯୋଜନାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି ।