ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଷ୍ଟାର୍ଟଅପ୍ ସଂଖ୍ୟା ୨୬୬

ଷ୍ଟାର୍ଟଅପ୍ ଓଡ଼ିଶା ଉଦ୍ୟମରେ ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୨୬୬ରେ ପହଞ୍ଚିଛି । ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟଅପ୍ ଓଡ଼ିଶାର ନବମ ଟାସ୍କଫୋର୍ସ ବୈଠକରୁ ଏହି ସୂଚନା ମିଳିଛି ।

ମେସର୍ସ ମେଡଟେଲ୍ ହେଲ୍ଥ କେୟାର ପ୍ରା.ଲିଃ., ମେଇଷ୍ଟାସ୍ ଟେକ୍ନୋଲୋଜିସ୍ ପ୍ରା.ଲିଃ.କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଉତ୍ପାଦ ବିକାଶ ଓ ବିପଣନ ସହାୟତା ରାଶି ଟାସ୍କଫୋର୍ସ ମଞ୍ଜୁର କରିଛି । ମେସର୍ସ ମେଡଟେଲ୍ ହେଲ୍ଥ କେୟାର ପ୍ରା.ଲିଃ. ଡିଜିଟାଲ୍ ଫର୍ମାସୀ/ହେଲ୍ଥ କେୟାର କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ମେଇଷ୍ଟାସ୍ ଟେକ୍ନୋଲୋଜିସ୍ ପ୍ରା.ଲିଃ. ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହେଉଥିବା ଏଲ୍ଇଡ଼ି ପ୍ରସ୍ତୁତ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେସର୍ସ ମେଡଟେଲ୍ ହେଲେଥ୍‍ କେୟାର ପ୍ରା.ଲିଃ. ଡିଏଫ୍ଆଇଡିରୁ ଇକ୍ୟୁଟି ନିବେଶ ପାଇସାରିଛି ।

ବେସିକ୍ ଟ୍ରିପ୍ ଲାଇଫ୍ ପ୍ରା.ଲିଃ(ଆତିଥେୟତା ଓ ଭ୍ରମଣ), କ୍ୟାପ୍ଟିଭେଟିଂ ଏପିକ୍ୟୋର ପ୍ରା. ଲିଃ (ଇ-ମାଂସ ଯୋଗାଣ), ଫୋରେସ୍ଟିକା ବୁଟିକ ପ୍ରା.ଲିଃ(ହର୍ବାଲ ଉତ୍ପାଦ) ଓ ସେରିନ୍ ଡିଜାଇନ୍ ଆଣ୍ଡ ମାର୍କେଟିଂ ପ୍ରା.ଲିଃ(ବେଲମେଟାଲ, ବ୍ରାସ୍ ଓ ଟେକ୍ସଟାଇଲ୍ ଉପରେ ଆଧାରିତ ନବପ୍ରବର୍ତ୍ତନ ଉତ୍ପାଦ) ଆଦି ୪ଟି ଷ୍ଟାର୍ଟଅପ୍ ନିମନ୍ତେ ମାସିକ ସହାୟତା ରାଶି ପ୍ରଦାନକୁ ଟାସ୍କଫୋର୍ସ ମଞ୍ଜୁର କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ବେସିକ୍ ଟ୍ରିପ୍ ଲାଇଫ୍ ପ୍ରା.ଲିଃ ଓ ସେରିନ୍ ଡିଜାଇନ୍ ଆଣ୍ଡ ମାର୍କେଟିଂ ପ୍ରା.ଲିଃ ମହିଳା ଉଦ୍ୟୋଗୀଙ୍କ ମାଲିକାନାରେ ରହିଛି । ଏହି ସୁବିଧା ପ୍ରାପ୍ତି ପରେ ଷ୍ଟାର୍ଟଅପ୍ ଓଡ଼ିଶାରେ ସହାୟତା ପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୩୬କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କୁ ୪୬ଟି ସୁବିଧା ପ୍ରଦାନ କରାଯାଇଛି ।

ଟାସ୍କଫୋର୍ସ ମଧ୍ୟ ଦୁଇଟି ଇନ୍କ୍ୟୁବେଟର ଯଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏସଏସ୍ୟୁ ଇନୋଭେସନ୍ସ ପ୍ରା.ଲିଃ ଓ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜ୍ମେଣ୍ଟଣ୍ଟର ସୃଷ୍ଟି ଏକାଡେମୀ ଡେଭଲପ୍ମେଣ୍ଟଣ୍ଟଫାଉଣ୍ଡେସନ୍କୁ ସ୍ୱୀକୃତି ପ୍ରଦାନ କରିଛି । ଏହା ଫଳରେ ଷ୍ଟାର୍ଟଅପ୍ ଓଡ଼ିଶାରେ ସ୍ୱୀକୃତିପ୍ରାପ୍ତ ଇନ୍କ୍ୟୁବେଟର ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

ଏହି ବୈଠକରେ ଆଇଡିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସମରେନ୍ଦ୍ର ସାହୁ, ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍. ବାସୁ, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ପି.କେ. ନନ୍ଦ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଏ.କେ. ନାୟକ ପ୍ରମୁଖ ଯୋଗଦେଇଥିଲେ ।