ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

୧୫ ସୁଦ୍ଧା ବୀମା ଅର୍ଥ ଦିଅ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମା ଅର୍ଥ ମିଳିବାରେ ବିଳମ୍ବକୁ ନେଇ ରାଜ୍ୟ ସରକାର ଅସନ୍ତୋଷ ପ୍ରକଟ କରିବା ସହିତ ଆସନ୍ତା ୧୫ ତାରିଖ ମଧ୍ୟରେ ଏହା ଦେବା ଲାଗି ବୀମା କମ୍ପାନୀମାନଙ୍କୁ କହିଛନ୍ତି ।

କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ୨୦୧୭ ମସିହାର ଖରିଫ୍‍ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ଲାଗି ବୀମା କମ୍ପାନୀମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ ଚାଷୀମାନଙ୍କୁ ବୀମା ଅର୍ଥ ଦେବାରେ କମ୍ପାନୀମାନେ ଅହେତୁକ ବିଳମ୍ବ କରୁଛନ୍ତି । ଏ ବାବଦରେ ଚାଷୀମାନଙ୍କୁ ୧୨୪୪ କୋଟି ୪୧ ଲକ୍ଷ ଟଙ୍କା ଦେବାର ଥିବା ବେଳେ କମ୍ପାନୀମାନେ ୧୬୧୯ କୋଟି ୨୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଅବଶିଷ୍ଟ ୩୭୪ କୋଟି ୬୩ ଲକ୍ଷ ବୀମା କ୍ଷତିପୂରଣକୁ କମ୍ପାନୀମାନେ ବିବାଦୀୟ ଦର୍ଶାଉଥିବା ବେଳେ ଅଗଷ୍ଟ ୧୫ ସୁଦ୍ଧା ଏହାର ସମାଧାନ ଲାଗି ରାଜ୍ୟ ସରକାର କହିଛନ୍ତି ।

ରାଜ୍ୟର ୧୮୫୭ଟି ଗ୍ରାମ ପଞ୍ଚାୟତ ଓ ପୌରସଂସ୍ଥାର ୫ ଲକ୍ଷ ୩୦ ହଜାରରୁ ଅଧିକ ଚାଷୀ ବୀମା କରିଛନ୍ତି । ବୀମା କ୍ଷତିପୂରଣ ପାଇବା କ୍ଷେତ୍ରରେ ବରଗଡ଼ ଜିଲ୍ଲାର ସ୍ଥିତି ସବୁଠାରୁ ଖରାପ ରହିଛି ।

ଏଠାରେ ନ୍ୟାସନାଲ ଇନ୍‍ସୁରାନ୍ସ କମ୍ପାନୀ(ଏନ୍‍ଆଇସି) ଠାରୁ ଚାଷୀମାନେ ଫସଲ ବୀମା କ୍ଷତିପୂରଣ ବାବଦରେ ୭୭୪ କୋଟି ୬୨ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ କମ୍ପାନୀ କିନ୍ତୁ ଏତେ ପରିମାଣର ଅର୍ଥ ଦେବା ମତଲବରେ ନଥିବା ଲକ୍ଷ୍ୟ କରାଯାଉଛି ।

ଲକ୍ଷେରୁ ଊଦ୍ଧ୍ୱର୍ ଚାଷୀ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୀମା ରାଶି ପାଇବା ଲାଗି ତଳୁ ଉପର ପର୍ଯ୍ୟନ୍ତ ଦୌଡ଼ୁଛନ୍ତି । ସୂଚନାନୁଯାୟୀ ଏନ୍‍ଆଇସି ଏସ୍‍କ୍ରୋ ଆକାଉଣ୍ଟରେ ୫୨୦ କୋଟି ୪୩ ଲକ୍ଷ ଟଙ୍କା ଜମା କରିଥିବା ବେଳେ ଚାଷୀମାନେ ଏହା ପାଇନାହାନ୍ତି । ଏହି ପ୍ରସଙ୍ଗ ଗତକାଲି ରାଜ୍ୟର ଦୁଇ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ସମବାୟ ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ଥିଲେ । ବୈଠକରେ କୃଷକମାନେ ଦର୍ଶାଇଥିଲେ ଯେ ବୀମା କମ୍ପାନୀମାନେ କ୍ଷତିପୂରଣ ଦେବାକୁ ଆଦୌ ରାଜି ନୁହଁନ୍ତି । ଜାଣିଶୁଣି ବିଳମ୍ବ କରୁଛନ୍ତି । ଏହାର ଠିକଣା ତଦନ୍ତ ଲାଗି ମଧ୍ୟ ସେମାନେ ଦାବି କରିଥିଲେ ।

ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ବୀମା ପ୍ରିମିୟମ୍‍ ରାଶି ଠିକଣା ସମୟରେ ଦାଖଲ ହେଉଥିବା ବେଳେ କମ୍ପାନୀମାନେ କ୍ଷତିପୂରଣ ଅନୁରୂପ ଭାବେ ଦେବା ଆବଶ୍ୟକ । ଶ୍ରୀ ଧଳ କହିଥିଲେ ଯେ ରାଜ୍ୟ ସରକାର ବୀମା ଅର୍ଥ ପ୍ରଦାନ କରୁଥିବା ବେଳେ ଫସଲ କଟା ରିପୋର୍ଟ ପାଇଲା ମାତ୍ରେ ବୀମା କମ୍ପାନୀମାନେ ଅର୍ଥ ଯୋଗାଇ ଦେବା ଆବଶ୍ୟକ ।

କୃଷକ ସମନ୍ୱୟ କମିଟି ସଦସ୍ୟ ଜୟକୃଷ୍ଣ ସାହୁ କହିଥିଲେଯେ ବୀମା କମ୍ପାନୀମାନେ ବ୍ୟାଙ୍କରେ ଠିକଣା ଭାବେ ଅର୍ଥ ପୈଠ କରୁନଥିବାରୁ ତାହା ଚାଷୀଙ୍କ ଆକାଉଣ୍ଟକୁ ଯାଇପାରୁନାହିଁ ।

କୃଷି ଉତ୍ପାଦନ କମିଶନର ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇ ଅଗଷ୍ଟ ୧୫ ସୁଦ୍ଧା ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ କହିଛନ୍ତି । ଏଥିସହିତ ପଞ୍ଚାୟତୱାରୀ କୃଷକମାନଙ୍କର ତଥ୍ୟ ବ୍ୟାଙ୍କ ସହିତ ଯୋଡ଼ି ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପଠାଇବା ଲାଗି ବୀମା କମ୍ପାନୀମାନଙ୍କୁ କୁହାଯାଇଛି ।

ଗତବର୍ଷ ଖରିଫ୍‍ ଋତୁରେ ଚାଷୀମାନେ ମରୁଡ଼ି, ରୋଗପୋକ, ଅସ୍ୱାଭାବିକ ବୃଷ୍ଟିପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ ବୀମା କମ୍ପାନୀମାନେ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଯେଭଳି ଆଗେଇ ଆସିବା କଥା ତାହା ହେଉନାହିଁ ।

ସେହିଭଳି ବୀମା କମ୍ପାନୀମାନେ ରାଜ୍ୟ ସରକାର ପ୍ରଦାନ କରୁଥିବା ଫସଲ କଟା ରିପୋର୍ଟକୁ ଗ୍ରହଣ କରିବା ମତଲବରେ ନାହାନ୍ତି । କମ୍ପାନୀମାନେ ଆଇଆର୍‍ଆର୍‍ଆଇର ଫସଲ ରିପୋର୍ଟ ଉପସ୍ଥାପନ କରୁଥିବା ବେଳେ ତାହାକୁ ଉଭୟ ରାଜ୍ୟ ସରକାର କିମ୍ବା ଚାଷୀମାନେ ଗ୍ରହଣ କରିପାରୁନାହାନ୍ତି ।