ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ଶିଳ୍ପପତିଙ୍କୁ ନିମନ୍ତ୍ରଣ

ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ମେକ୍‍ ଇନ୍‍ ଓଡିଶାର ଦ୍ୱିତୀୟ ସଂସ୍କରଣରେ ଯୋଗଦେବା ସହିତ ଓଡିଶାରେ ପୁଞ୍ଜିନିବେଶ ଲାଗି ଦେଶର ଆଗଧାଡିର ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଛନ୍ତି ।

ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପପତିମାନଙ୍କ ସହିତ ସିଧାସଳଖ ଏ ସଂକ୍ରାନ୍ତରେ ଆଲୋଚନା କରିବା ସହିତ ରାଜ୍ୟର ଶିଳ୍ପ ଅନୁକୂଳ ପରିବେଶ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଏହି ସମ୍ମିଳନୀରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଗୋଦରେଜ, ମୁକୁନ୍ଦ ଗ୍ରୁପ୍‍, କୋକିଳାବେନ୍‍ ହସ୍ପିଟାଲ, ଫ୍ୟୁଚର ଗ୍ରୁପ୍‍ ଓ ରିଲାୟନ୍ସ ଶିଳ୍ପଗୋଷ୍ଠିର ବଡ ବଡ ହସ୍ତୀମାନଙ୍କ ସହିତ ବହୁ ଶିଳ୍ପପତି ଯୋଗ ଦେଇଥିଲେ ।

ଶିଳ୍ପପତିମାନଙ୍କୁ ଶ୍ରୀ ପଟ୍ଟନାୟକ ଉଦ୍‍ବୋଧନ ଦେଇ କହିଥିଲେ ଯେ ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ସହିତ ସୁଦୀର୍ଘ ବେଳାଭୂମି, ବିଦ୍ୟୁତ୍‍, ଜଳ, ସଡକ ସଂଯୋଗ, ଦକ୍ଷ ମାନବସମ୍ବଳ, ଶିଳ୍ପ ଅନୁକୂଳ ପରିବେଶ ସହିତ ସକରାତ୍ମକ ପ୍ରଶାସନ ରହିଛି । ଓଡିଶା ଏବେ ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତର ମୁଖଶାଳା ହେବାକୁ ଯାଉଥିବାରୁ ଶିଳ୍ପପତିମାନେ ଏଠାରେ ପୁଞ୍ଜି ନିବେଶ କରିବାର ସମସ୍ତ ବାତାବରଣ ରହିଛି ।

ଏଥିସହିତ ପାରାଦୀପ୍‍ ଓ ଧାମରା ଭଳି ବୃହତ୍‍ ବନ୍ଦର ରହିଥିବାବେଳେ ପ୍ରଥମ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ହେବାକୁ ଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ ମହାନଦୀ ମୁହାଣରେ ବାର୍ଷିକ ୪୫ ନିୟୁତ୍‍ ମାଲ ପରିବହନ କ୍ଷମତା ଥିବା ଏହି ବନ୍ଦର ପ୍ରତିଷ୍ଠା ହେବ ।

ସେହିଭଳି ଦକ୍ଷ ମାନବ ସମ୍ବଳ ସୃଷ୍ଟି ଲାଗି ସ୍କିଲ୍‍ ଅଫ୍‍ ଓଡିଶା କାର୍ଯ୍ୟକାରୀ ହେଉଛି । ଏଥି ସହିତ ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେଉଛି ।

ଯୁବବର୍ଗଙ୍କ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ମନୋଭାବ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୦ ଟି ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ହୋଇସାରିଲାଣି ।

ଦେଶର ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ଏକ ନମ୍ବର ମାନ୍ୟତା ପାଇଛି । ଏଭଳି ଅନୁକୂଳ ବାତାବରଣ ଥିବାରୁ ନଭେମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ମେକ୍‍ ଇନ୍‍ ଓଡିଶାରେ ଶିଳ୍ପପତିମାନେ ଯୋଗଦେବା ଆବଶ୍ୟକ ।

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମେକ୍‍ ଇନ୍‍ ଓଡିଶାର ବାର୍ତ୍ତା ରହିଛି ‘ଆଇ ଆମ୍‍ ଇନ୍‍ ଓଡିଶା’ ।