ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ମାଓବାଦୀ ଦେଖାଉଛନ୍ତି ବାଘ ଭୟ

ମାଓବାଦୀମାନେ ନିଜର ବିଗୁଡ଼ୁଥିବା ସ୍ଥିତିକୁ ସଜାଡ଼ିବା ଲାଗି ଗ୍ରାମବାସୀଙ୍କ ମଧ୍ୟରେ ବାଘ ଆକ୍ରମଣର ଭୟ ସଞ୍ଚାର କରୁଛନ୍ତି । ମାଓ ଅଧ୍ୟୁଷିତ ଅନୁଗୁଳ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

କିଛିଦିନ ତଳେ ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାର ମହାବଳ ବାଘ ଛାଡ଼ିଛନ୍ତି । ଏହି ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସୁବିଧାରେ ଛପି ଯାଉଥିବାରୁ ଏହା ଏବେ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇଛି ।

ଆଦିବାସୀ ଯୁବକ ଯୁବତୀମାନେ ମାଓ କ୍ୟାଡର୍‍ରେ ଯୋଗଦେବା ଲାଗି ରାଜି ହେଉନଥିବାରୁ ଛତିଶଗଡ଼ ମାଓବାଦୀମାନେ ଏବେ ଓଡ଼ିଶାରେ ଅନୁପ୍ରବେଶ କରି ସେମାନଙ୍କ କାର୍ଯ୍ୟକଳାପ ଚଳାଇଛନ୍ତି । ଏହି ଛତିଶଗଡ଼ି ମାଓବାଦୀମାନେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ଅନୁଗୁଳ ଲାଲ୍‍ କରିଡର୍‍ ଦେଇ ସାତକୋଶିଆ ଅଭୟାରଣ୍ୟରେ ଆତଯାତ ହେଉଛନ୍ତି ।

ସୁରକ୍ଷାବଳ ଏବେ ମାଓବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ସେମାନଙ୍କ ମନୋବଳ ଦୁର୍ବଳ ହେବାରେ ଲାଗିଛି । ବହୁ ସ୍ଥାନରେ ମାଓବାଦୀମାନେ ଗିରଫ ହେଉଛନ୍ତି ଅଥବା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ।

ସରକାରୀ ହିସାବ ଅନୁଯାୟୀ ଚଳିତମାସ ଜୁନ୍‍ ମାସ ସୁଦ୍ଧା ୩୭ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି । ସେହିଭଳି ଜଙ୍ଗଲରେ ମହାବଳ ବାଘ ଛଡ଼ାଯିବା ପରେ ସେମାନେ ଆଉ ସୁରକ୍ଷିତ ଭାବେ ଆତଯାତ କରିପାରୁନାହନ୍ତି ।

ଛତିଶଗଡ଼ି ମାଓବାଦୀମାନେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଘଞ୍ଚ ଅଞ୍ଚଳ ସହିତ ସେତେଟା ପରିଚିତ ନୁହଁନ୍ତି । ତେଣୁ ଏହି ଅଞ୍ଚଳରେ ବାଘଙ୍କ ଆତଯାତ ଯୋଗୁ ମାଓବାଦୀମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି । ଜଙ୍ଗଲରେ ବାଘ ଛଡ଼ାଯିବାକୁ ନେଇ ଗ୍ରାମବାସୀ ଓ ଜଙ୍ଗଲ ଅଧିକାରୀଙ୍କ ଭିତରେ ବିବାଦ ଦେଖା ଦେଇଥିବା ବେଳେ ଏହାର ଫାଇଦା ନେଇ ତଳସ୍ତରରେ ବାଘକୁ ବିରୋଧ କରିବା ଆଳରେ ମାଓବାଦୀମାନେ ସଙ୍ଗଠନ ସୁଦୃଢ଼ ଲାଗି ଉଦ୍ୟମ ଚଳାଇଛନ୍ତି ।

ରାଜ୍ୟ ସରକାର ଏବେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ୬ଟି ମହାବଳ ବାଘ ଛାଡ଼ିବା ଲାଗି ଯୋଜନା ଚଳାଇଛନ୍ତି । ତେଣୁ ବାମପନ୍ଥୀ ଉଗ୍ରବାଦୀମାନେ ଏହି ସୁଯୋଗରେ ଲୋକେ ଯେଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବେ ସେଥିପାଇଁ ଷଡଯନ୍ତ୍ର ଚଳାଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । କାହ୍ନା ଅଭୟାରଣ୍ୟରୁ ଗୋଟିଏ ବାଘ ଆଣି ଛଡ଼ାଯିବା ପରେ ବାନ୍ଧବଗଡ଼ ଜଙ୍ଗଲରୁ ଅଣାଯାଇଥିବା ବାଘୁଣୀକୁ ଜନ୍ତା ମଧ୍ୟରେ ରଖାଯାଇଛି । ଖୁବ୍‍ଶୀଘ୍ର ତାହାକୁ ଜଙ୍ଗଲରେ ଛଡ଼ାଯିବ ।

ଘଞ୍ଚ ଜଙ୍ଗଲରେ ଏବେ ମହାବଳ ବାଘ ଚଳପ୍ରଚଳ ହେଉଥିବାରୁ ସେଠାକୁ ଲୋକେ ଯାଉନାହାନ୍ତି । ଏହାର ସୁଯୋଗ ନେଇ ମାଓବାଦୀମାନେ ନିରୀହ ଲୋକେ ଯେଭଳି ବାଘକୁ ବିରୋଧ କରିବେ ସେଥିଲାଗି ଉଦ୍ୟମ ଚଳାଇଛନ୍ତି ।

ବିଶେଷଜ୍ଞମାନଙ୍କ ମଧ୍ୟରେ ମହାବଳ ବାଘ କେବେ ହେଲେ ଚିତାବାଘ ପରି ଜନବସତିକୁ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରେନାହିଁ । ସେହିଭଳି ସାତକୋଶିଆରେ ଥିବା ବାଘୁଣୀ ମଧ୍ୟ ଏହି ଇଲାକାକୁ ଆସିନଥାଏ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବାଘକୁ ନେଇ ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ବାମପନ୍ଥୀ ଉଗ୍ରବାଦୀମାନେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସହ ବାଘ ଛାଡ଼ିବାକୁ ବିରୋଧ କରୁଛନ୍ତି । ଏହାଫଳରେ ସେମାନେ ସାତକୋଶିଆର ଘଞ୍ଚ ଜଙ୍ଗଲରେ ସହଜରେ ଆତଯାତ ହୋଇପାରିବେ ବୋଲି ମାଓ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟରତ ସୁରକ୍ଷା ଅଧିକାରୀମାନେ ମତ ଦେଉଛନ୍ତି ।