ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକ  ୮୭ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ  ଡ. ପଣ୍ଡା ହେଉଛନ୍ତି ଇମ୍ଫା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା  ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  ଡ. ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ  

ନିଯୁକ୍ତି ମେଳାରେ୨୭ ହଜାରେ ଚାକିରି

ନିଯୁକ୍ତି ମେଳାରେ ଗତ ୪ ବର୍ଷ ମଧ୍ୟରେ ୨୭ ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଯୁବତୀମାନଙ୍କ ସଂଖ୍ୟା ୫ ହଜାରରୁ ଅଧିକ ରହିଛି ।

କର୍ମନିଯୁକ୍ତି ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ଏହି ନିଯୁକ୍ତି ମେଳା ଆୟୋଜନ କରୁଛି । ବର୍ତ୍ତମାନ ସୁଦ୍ଧା ୭୯ଟି ନିଯୁକ୍ତି ମେଳା ଆୟୋଜନ ହୋଇଥିବା ବେଳେ ଏହା ଜରିଆରେ ମୋଟ୍‍ ୨୭,୩୪୪ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି ।

ଏହି ସୂଚନାନୁଯାୟୀ ସର୍ବାଧିକ ନିଯୁକ୍ତି ରାଉରକେଲାରେ ହୋଇଛି । ଏଠାରେ ଆୟୋଜନ ହୋଇଥିବା ତିନୋଟି ନିଯୁକ୍ତି ମେଳା ଜରିଆରେ ୪୬୦୫ ଜଣଙ୍କୁ କର୍ମନିଯୁକ୍ତି ଦିଆଯାଇଛି । ଏହାପଛକୁ ୧୯୨୦ ଜଣ ନବରଙ୍ଗପୁରରେ ନିଯୁକ୍ତି ପାଇଥିବା ବେଳେ ଏହି ଜିଲ୍ଲାରେ ଆୟୋଜିତ ନିଯୁକ୍ତି ମେଳାରେ ଜଣେ ହେଲେ ଯୁବତୀ କର୍ମସଂସ୍ଥାନ ପାଇନାହାନ୍ତି । ସବୁଠାରୁ କମ୍‍ ୧୨୭ଟି ନିଯୁକ୍ତି ହୋଇଛି କେନ୍ଦୁଝରରେ ଆୟୋଜିତ ନିଯୁକ୍ତି ମେଳାରେ । ଏଠାରେ ମଧ୍ୟ ଜଣେ ହେଲେ ଯୁବତୀ ନିଯୁକ୍ତି ସୁଯୋଗ ପାଇନାହାନ୍ତି ।

ଅନୁରୂପ ଭାବେ ଦେବଗଡ଼ ଜିଲ୍ଲାରେ ୨ଟି ନିଯୁକ୍ତି ମେଳାରେ ୧୬୨ ଜଣ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ ହେଲେ ଝିଅ ନାହାନ୍ତି । ରାଉରକେଲାରେ ସର୍ବାଧିକ ୧୧୬୪ ଜଣ ଯୁବତୀ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ରାୟଗଡ଼ା କର୍ମ ନିୟୋଜନ ସଂସ୍ଥା ଆୟୋଜନ କରିଥିବା ନିଯୁକ୍ତି ମେଳାରେ ୯୨୯ ଜଣ ଯୁବତୀ ଚାକିରି ପାଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ନିଯୁକ୍ତି ପାଇଥିବା ଯୁବତୀଙ୍କ ସଂଖ୍ୟା ୨୯୬ ଥିବା ବେଳେ ଭଦ୍ରକରେ ୨୬୨ ଓ ଜଗତସିଂହପୁର ଜିଲ୍ଲାରେ ୨୭୭ ରହିଛି । ସବୁଠରୁ କମ୍‍ ୩୩ ଜଣ ଯୁବତୀ ମାଲକାନଗିରି ଜିଲ୍ଲାରେ ପାଇଥିବା ବେଳେ ବରଗଡ଼ରେ ଏହି ସଂଖ୍ୟା ୩୪ ଓ ନୂଆପଡ଼ାରେ ୩୬ ରହିଛି ।

ନିଯୁକ୍ତି ମେଳାରେ ଅଧିକାଂଶ ଯୁବକ ଯୁବତୀଙ୍କୁ ରାଜ୍ୟ ବାହାରେ ଅତିକମ୍‍ ପାରିଶ୍ରମିକରେ ଚାକିରି ମିଳୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୋଗ ଦେବାକୁ ନାପସନ୍ଦ କରୁଛନ୍ତି । ରାଜସ୍ଥାନ, ହାଇଦ୍ରାବାଦ ଭଳି ସହରରେ ମାସିକ ୧୧ ହଜାର ଟଙ୍କା ପାରିଶ୍ରମିକ ଦେବାକୁ କମ୍ପାନୀମାନେ ପ୍ରସ୍ତାବ ଦେଇଥିବା ବେଳେ ବାଙ୍ଗାଲୋର ପାଇଁ ଏହା ମାତ୍ର ୯ ହଜାର ଟଙ୍କା ରହିଛି । ଅତି କମ୍‍ ପାରିଶ୍ରମିକରେ ବଡ଼ ବଡ଼ ସହରରେ କାମ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇଥିବାରୁ ଯୁବକ ଯୁବତୀମାନେ ରାଜ୍ୟ ବାହାରକୁ ଚାକିରି ପାଇଁ ଯିବାକୁ ମଙ୍ଗୁ ନାହାନ୍ତି ।

ଗୋଟିଏ ଗୋଟିଏ ନିଯୁକ୍ତି ମେଳା ଆୟୋଜନ ଲାଗି କର୍ତ୍ତୃପକ୍ଷ ୨ରୁ ସାଢ଼େ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରୁଛନ୍ତି । ଏଥିମଧ୍ୟରେ ମେଳା ଲାଗି ବିଜ୍ଞାପନ ଦେବାଠାରୁ ଆରମ୍ଭ କରି ଅଂଶଗ୍ରହଣ କରୁଥିବା ଯୁବକ ଯୁବତୀମାନଙ୍କୁ ଜଳଖିଆ ଦେବାର ବ୍ୟବସ୍ଥା ବି ରହିଛି । 



Powered by Catalyst IT Solutions Pvt. Ltd.