ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକ  ୮୭ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ  ଡ. ପଣ୍ଡା ହେଉଛନ୍ତି ଇମ୍ଫା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା  ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  ଡ. ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ  

ସଡକ ପାଇଁ ୭୦୦ କୋଟି

ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୭୦୦କୋଟି ଟଙ୍କା ବ୍ୟୟ ପାଇଁ ପ୍ରସ୍ତାବ ରହିଛି । ଏହି ଅର୍ଥରେ ୩୭୫ଟି ଗ୍ରାମକୁ ସଂଯୋଗ ଲାଗି ୩୨୦ ଟି ନୂଆ ରାସ୍ତା ନିର୍ମାଣ ହେବ ।

ଗ୍ରାମ୍ୟ ଉନ୍ନୟନ ବିଭାଗର ୪ବର୍ଷର ସଫଳତା ସଂକ୍ରାନ୍ତରେ ସୂଚନା ଦେଇ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବା ଅନ୍ୟ କୌଣସି ଯୋଜନାରେ ସଡକ ସଂଯୋଗ ହୋଇପାରୁନଥିବା ଗ୍ରାମ ଗୁଡିକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସଂଯୋଗ କରାଯାଉଛି ।

ଏହି ଯୋଜନା ୨୦୧୪-୧୫ ବର୍ଷକୁ କାର୍ଯ୍ୟକାରୀ ହେଉଥିବାବେଳେ ଅତ୍ୟାବଧି ୮୨୦କୋଟି ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇସାରିଲାଣି । ଏହି ଅର୍ଥରେ ୧୨୫୪ କିଲୋମିଟର ସଡକ ନିର୍ମାଣ କରାଯାଇ ୩୦୩ ଟି ଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇଛି ।

ସେହିଭଳି ବିଜୁ ସେତୁ ଯୋଜନାରେ ଗତ ଚାରିବର୍ଷରେ ମୋଟ୍‍ ୧୪୨୮କୋଟି ଟଙ୍କା ବ୍ୟୟରେ ୪୬୪ ଟି ସେତୁ ନିର୍ମାଣ କରାଯାଇଛି । ଚଳିତ ଆର୍ôଥକ ବର୍ଷରେ ୨୫୦ଟି ନୂତନ ସେତୁ ହାତକୁ ନିଆଯିବାର ପ୍ରସ୍ତାବ ରହିଛି ।

ବିଜୁ ସେତୁ ଯୋଜନାରେ ବର୍ଷକୁ ହାରାହାରି ୨୦୦ରୁ ଅଧିକ ସେତୁ ନିର୍ମାଣ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିପାରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ବିଗତ ୪ବର୍ଷରେ ୮୧୪୩କୋଟି ଟଙ୍କା ବ୍ୟୟରେ ୨୧,୦୪୯ କିଲୋମିଟର ସଡକ ନିର୍ମାଣ କରାଯାଇ ୬୦୩୦ ଗ୍ରାମକୁ ସଂଯୋଗ କରାଯାଇଛି । ଏହି ଯୋଜନାରେ ରାଜ୍ୟର କ୍ରମାଗତ ସଫଳତା ଜାରି ରହିଛି । ଚଳିତ ଆର୍ଥିକ ବର୍ଷରେ ୪୧୬୬କୋଟି ୬୭ ଟଙ୍କା ବିନିମୟରେ ୮୦୦୦କିଲୋମିଟର ସଡକ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କେନ୍ଦ୍ର ସରକାର ପ୍ରଥମେ ଶତପ୍ରତିଶତ ଅନୁଦାନ ଦେଉଥିବାବେଳେ ବର୍ତ୍ତମାନତାହା ୬୦ ପ୍ରତିଶତକୁ ହ୍ରାସକରିଛନ୍ତି । ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି ।

କେବିକେ ଜିଲ୍ଲାରେ ରାସ୍ତାଘାଟର ଉନ୍ନତି ପାଇଁ ବିଜୁ କେବିକେ ଯୋଜନା ଏବଂ ଅନ୍ୟା ଗ୍ରାମ୍ୟ ସଂଯୋଗୀକରଣ ଯୋଜନା ମାଧ୍ୟରେ ବିଗତ ଚାରି ବର୍ଷରେ କେବିକେ ଜିଲ୍ଲାରେ ୨୯୨୫ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଦକ୍ଷତା ବୃଦ୍ଧି ଲାଗି ୨୦୧୪ ରୁ ଅଦ୍ୟାବଧି ୧୨୮୨ ଜଣ ବିଭାଗୀୟ ଯନ୍ତ୍ରୀ, ମାନ ନିରୀକ୍ଷକ ଏବଂ ଠିକାଦାରମାନଙ୍କୁ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷଣ ଦିଆଯାଉଛି ।  



Powered by Catalyst IT Solutions Pvt. Ltd.