ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ମିଳୁ ନାହାନ୍ତି ସହଯୋଗୀ

ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗୀ ମିଳୁନାହାନ୍ତି । ଏଥିପାଇଁ ରାଜିନାମା ହୋଇଥିବା ୧୩ଟି ବନ୍ଦର ମଧ୍ୟରୁ ପ୍ରାୟ ୮ଟିର କାମ ଆଗେଇ ପାରୁନାହିଁ ।

ବାଣିଜ୍ୟ ଓ ପରିବହନ ବିଭାଗର ଚାରିବର୍ଷର ସଫଳତା ସଂକ୍ରାନ୍ତରେ ସୂଚନା ଦେବାବେଳେ ଏହା କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ।

ମନ୍ତ୍ରୀ କହିଛନ୍ତି ଯେ ଜଟାଧାର ମୁହାଣରେ ଜେଏସ୍‍ଡବ୍ଲ୍ୟୁ ବନ୍ଦର ନିର୍ମାଣ କରିବାକୁ ସ୍ଥିର ହୋଇଥିବାବେଳେ ଅସ୍ତରଙ୍ଗ ବନ୍ଦର ଉପରେ ଅଦାଲତ ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାପଡା ଠାରେ ମହାନଦୀ ମୁହାଣରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ଓ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ।

ଧାମରା ବନ୍ଦରର ଦ୍ୱିତୀୟ ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି ଯାହାଦ୍ୱାରରା ୩୩୪ ନିୟୁତ ମେଟ୍ରିକ ଟନ୍‍ ପଣ୍ୟ କାରବାର ହୋଇପାରିବ ଏବଂ ସର୍ବଭାରତୀୟ ସ୍ତରରେ ଏହା ଏକ ବୃହତ୍‍ ବନ୍ଦରଭାବେ ପରିଗଣିତ ହେବ ।

୨୦୧୩ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଗୋପାଳପୁର ବନ୍ଦର ପରବର୍ତ୍ତୀ ସମୟରେ ଫାଇଲିନ୍‍ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେବା ସହିତ ସାମୟିକଭାବେ ବନ୍ଦ ରହିଥିଲା । ବର୍ତ୍ତମାନ ୧୪୦୦ କୋଟି ଟଙ୍କା ବିନିଯୋଗରେ ଏହି ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ଆସନ୍ତାବର୍ଷ ଜୁନ୍‍ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି ।

କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ସାଗରମାଳା ଯୋଜନା ରାଜ୍ୟରେ ଆଗେଇ ପାରୁନଥିବା ମନ୍ତ୍ରୀ ଡାକ୍ତର ସାହୁ କହିଛନ୍ତି । ଏପରିକି ସାଗରମାଳା ଯୋଜନାରେ ବନ୍ଦର ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ବାରମ୍ବାର ପତ୍ର ଲେଖାଗଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳୁନାହିଁ ।

ରେଳ ସଂଯୋଗ ସଂକ୍ରାନ୍ତରେ ସୂଚନାଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୬ଟି ଜିଲ୍ଲାରେ ରେଳ ସଂଯୋଗ ନାହିଁ । ଗତବର୍ଷ ନୟାଗଡକୁ ରେଳ ଚଳାଚଳ ହୋଇଥିବାବେଳେ ଆସନ୍ତା ଜୁନ୍‍ ସୁଦ୍ଧା କେନ୍ଦ୍ରାପଡାକୁ ରେଳ ସଂଯୋଗ ହେବ । ଅବଶିଷ୍ଟ ଜିଲ୍ଲା ଗୁଡିକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ଅନ୍ୟାନ୍ୟ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି ।