ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକ  ୮୭ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ  ଡ. ପଣ୍ଡା ହେଉଛନ୍ତି ଇମ୍ଫା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା  ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  ଡ. ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ  

ଆନ୍ଦୋଳନରେ ସରକାରୀ କର୍ମଚାରୀ

ମହାନଦୀ ଆନ୍ଦୋଳନରେ ସାମିଲ ହେବେ ସରକାରୀ କର୍ମଚାରୀ । ମହାନଦୀ ବଞ୍ଚାଅ ଅନ୍ଦୋଳନରେ ସାମିଲ ହୋଇ ସେମାନେ ମହାନଦୀର ସୁରକ୍ଷାପାଇଁ ଲଢିବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି ।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡିଶା କର୍ମଚାରୀ ମହାମଞ୍ଚ ପକ୍ଷରୁ ଏହି ଘୋଷଣା କରାଯାଇଛି । ଓଡିଶା କର୍ମଚାରୀ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି କହିଛନ୍ତି ଯେ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ବି ଏହି ମହା ଆନ୍ଦୋଳନରେ ସାମିଲ ହେବେ ।

ଆବଶ୍ୟକ ପଡିଲେ କର୍ମଚାରୀମାନେ ଏଥିପାଇଁ ଛୁଟିରେ ରହିବେ । ତେବେ ଆନ୍ଦୋଳନ ସମୟରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏଥିରେ ବିଭାଗୀୟ ମୁଖ୍ୟ ଅମଲାସଂଘ, ବନ ବିଭାଗ ଡାଟା ଏଣ୍ଟ୍ରି ଅପରେଟର ସଂଘ, ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ, ଅମଲାସଂଘ, ଚୁକ୍ତି ଭିତ୍ତିକ ସରକାରୀ ଶିକ୍ଷକ ସଂଘର ପ୍ରତିନିଧି ଆଦି ଯୋଗ ଦେଇଥିଲେ ।

କର୍ମଚାରୀ ନେତାମାନେ କହିଥିଲେ ଯେ ମହାନଦୀ ଶୁଖିଗଲେ ରାଜ୍ୟର ଭବିଷ୍ୟତ ଅନ୍ଧକାର ହୋଇଯିବ । ଗୋଟିଏ ରାଜ୍ୟର ମନ୍‍ମାନିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ତେଣୁ ରାଜ୍ୟ ସ୍ୱାର୍ଥପାଇଁ ସେମାନେ ଏଭଳି ମହାଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ସୂଚନା ଦେଇ କହିଛନ୍ତି ଯେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପତ୍ରଲେଖି ଆସନ୍ତା ୨୯ତାରିଖ ସୁଦ୍ଧା କଲ୍‍ମା ବ୍ୟାରେଜର ଫାଟକ ଖୋଲିବାଲାଗି କୁହାଯାଇଛି । ଯଦି ଛତିଶଗଡ ଫାଟକ ନଖୋଲିଲା ତେବେ ୩୦ ତାରିଖ ଦିନ କଲ୍‍ମା ସତ୍ୟାଗ୍ରହ ଆରମ୍ଭହେବ ।

ଲକ୍ଷନପୁର ବ୍ଲକର କନକତୋରା ରାଜପଥ ଉପରେ ୧୨ଘଣ୍ଟିଆ ଧାରଣା ଦିଆଯିବ । ଏଥି ସହିତ ଆଗାମୀ ୨୫ତାରିଖରେ ସୁପ୍ରିମ୍‍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲକ୍ଷେ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦିଆଯିବାକୁ ଥିବାବେଳେ ୨୯ତାରିଖରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ରାଜଧାନୀରେ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଉଛି ।

ମହାନଦୀ ବଞ୍ଚାଅ ଆନ୍ଦୋଳନରେ ଏବେ ରାଜ୍ୟର ସରକାରୀ କର୍ମଚାରୀଙ୍କ ୧୨ଟି ବିଭିନ୍ନ ସଂଗଠନକୁ ନେଇ ଗଠିତ ମହାମଞ୍ଚ ସାମିଲ ହୋଇଥିବାରୁ ଏହା ଆହୁରି ମଝବୁତ ହେବବୋଲି ଶ୍ରୀ ଦାସ କହିଛନ୍ତି । 



Powered by Catalyst IT Solutions Pvt. Ltd.